୨ ଅଣଓଡ଼ିଆ ଗଲେ, ହେଲେ ଜଣେ ଦଳିତ କି ଆଦିବାସୀ ପାଉନାହାନ୍ତି

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ରାଜ୍ୟରେ ଜଣେ ହେଲେ ଦଳିତ ଓ ଆଦିବାସୀ ବର୍ଗର ରାଜ୍ୟ ସଭା ସଦସ୍ୟ ନାହାନ୍ତି। ଏହାସହ ପଛୁଆବର୍ଗର ବ୍ୟକ୍ତିବିଶେଷଙ୍କୁ ରାଜ୍ୟ ସଭା ନିର୍ବାଚନରେ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିନାହିଁ। ପଛୁଆବର୍ଗଙ୍କୁ ସଂରକ୍ଷଣ ନେଇ କେବଳ ଶାସକ ଦଳ ରାଜନୀତି କରନ୍ତି ବୋଲି କହି ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ। ଶୁକ୍ରବାର କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ରାଜ୍ୟର ୧୦ଜଣ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ଜଣେ ବି ଦଳିତ କି ଆଦିବାସୀ ବର୍ଗର ନାହାନ୍ତି। ପଛୁଆବର୍ଗଙ୍କୁ ଉଚିତ ପ୍ରତିନିଧିତ୍ୱ ମିଳିନାହିଁ। ରାଜ୍ୟବାସୀଙ୍କ ବଳ ବୋଲି ଦାବି କରୁଥିବା ବିଜେଡି ୨ ଜଣ ଅଣ ଓଡ଼ିଆଙ୍କୁ ରାଜ୍ୟ ସଭା ପଠାଇଛି। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେବାର ଶ୍ରେୟ ନେଉଥିବା ବିଜେଡି ରାଜ୍ୟ ସଭାରେ ମାତ୍ର ଜଣେ ମହିଳାଙ୍କୁ ପ୍ରତିନିଧିତ୍ୱ ପାଇଁ ପଠାଇଛନ୍ତି। ଓବିସି କମିଶନ ଗଠନ କରିଛନ୍ତି, କିନ୍ତୁ କାର୍ଯ୍ୟକାରୀ ହେଉନାହିଁ। ଓବିସି ଜାତିଭିତ୍ତିକ ଜନଗଣନା କରିବାକୁ କେନ୍ଦ୍ର ସରକାର ମନା କରିବା ପରେ ରାଜ୍ୟ ସରକାର ଗତ ସେପ୍ଟେମ୍ବରରେ ଘୋଷଣା କରିଥିଲେ। ହେଲେ ରାଜ୍ୟ ନିଜସ୍ବ ଜନଗଣନା କରିବ, କିନ୍ତୁ ଏବେ ବି ଓବିସି ଜନଗଣନା ନେଇ ସରକାର ଚୁପ୍‌ ହୋଇ ବସିଛନ୍ତି ବୋଲି ମନୋଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ବଡ଼ ଠକେଇ

ଭୁବନେଶ୍ୱର,୧ା୧(ବ୍ୟୁରୋ): ସାରା ଦେଶକୁ ବ୍ୟାପିଛି ଠକେଇ ର଼୍ୟାକେଟ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜରାଟ, କର୍ନାଟକ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟରେ ଜାଲ ବିଛାଇ ଚାକିରି ଆଶାୟୀଙ୍କଠାରୁ କୋଟି...

ସିବିଆଇ ତଦନ୍ତ ଦାବି କଲେ ଆଦିତ୍ୟଙ୍କ ମା

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଏକ ମାସରୁ ଊର୍ଦ୍ଧ୍ୱ ବିତିଛି। ଏବେ ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଜିଆର୍‌ପି ଭଳି ସୁରାକ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୭୨୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ୮୦ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ

ଜଗତ୍‌ସିଂହପୁର ଅଫିସ,୧୬ା୧୧: ଡିସେମ୍ବର ୨୭ରୁ ଧାନ ସଂଗ୍ରହ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଥର ଜଗତ୍‌ସିଂହପୁର ଜିଲାରୁ ୮୦,୧୪୯.୨୫ ମେଟ୍ରିକ୍‌ ଟନ୍‌ (ଏମ୍‌ଟି) ଧାନ...

ପୁଣି ବଢ଼ିବ ଶୀତ: ୧୩ ଜିଲାକୁ ୟେଲୋ ଓ୍ବାଣ୍ଣିଂ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ରାଜ୍ୟରେ ପୁଣି ବଢ଼ିବ ଶୀତ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ରାତିରେ ତାପମାତ୍ରା ହ୍ରାସ ପାଇବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା...

ମହାକାଶ ଯିବ ଓଡ଼ିଆ ଛାତ୍ରଙ୍କ ପ୍ରକଳ୍ପ

ସୁନାବେଡ଼ା ,୨୦ା୬(ସ୍ବ.ପ୍ର.): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଆସନ୍ତା ୨୪ ତାରିଖରେ ଏସ୍‌ଆର୍‌-୭ ରକେଟ୍‌ ଉତ୍‌କ୍ଷେପଣ କରାଯିବ। ଉକ୍ତ ମିଶନରେ ବ୍ୟବହୃତ ବିଭିନ୍ନ...

ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୨୦ା୬: ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଭୁବନେଶ୍ୱର ହେଡ୍‌ କ୍ୱାର୍ଟରରେ ଥିବା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ୍‌ଙ୍କ ଆୟ ବହିର୍ଭୂତ...

ରିଲାଏନ୍ସର ୩ ବିଦ୍ୟୁତ୍‌ ବିତରଣ କମ୍ପାନୀ ବକେୟା ୪୨୩୪ କୋଟି

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ବିଦ୍ୟୁତ୍‌ ଦର ବୃଦ୍ଧି ପାଇଁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)ରେ ଶୁଣାଣି ଚାଲିଥିବା ବେଳେ ଖାଉଟି ଏହାର ପ୍ରବଳ ବିରୋଧ କରୁଛନ୍ତି।...

Advertisement
Archives

Model This Week