ମୋହରିର ସମେତ ଆଉ ୨ ଗିରଫ

ଭୁବନେଶ୍ୱର,୨୮।୨(ବ୍ୟୁରୋ):ରାଜଧାନୀରେ ଜମି ଠକେଇର ଆଉଏକ ବଡ଼ ରାକେଟ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ବିଏମ୍‌ସି ଓ ସବ୍‌ରେଜିଷ୍ଟ୍ରାର୍‌ ଅଫିସ୍‌ରେ ହିଁ ପ୍ରସ୍ତୁତ ହେଉଛି ଏହି ଠକେଇର ବ୍ଲ୍ୟୁ ପ୍ରିଣ୍ଟ୍‌। ସରକାରୀ କ୍ଷମତା ଓ ପରିଚୟକୁ ବ୍ୟବହାର କରି ଲୋକଙ୍କୁ ଫସାଇ ଲକ୍ଷଲକ୍ଷ ଟଙ୍କା ଠକି ନେଉଛନ୍ତି। ଜାଲ୍‌ ଦସ୍ତାବିଜ ଜରିଆରେ ଜମି ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରାକେଟ୍‌ରେ ସମ୍ପୃକ୍ତ ଆଉ ୨ ଜଣଙ୍କୁ ଗିରଫ କରିବା ସହ ଏମାନଙ୍କ ଗୁମର ଖୋଲିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଏହି ରାକେଟର ମାଷ୍ଟରମାଇଣ୍ଡ୍‌ ଅନ୍ତର୍ଯ୍ୟାମୀ ସେନାପତି ଓ ତାଙ୍କ ସହଯୋଗୀ ଅନନ୍ତ କୁମାର ପ୍ରଧାନ। ଅଭିଯୁକ୍ତ ଅନ୍ତର୍ଯ୍ୟାମୀ ଜଣେ ମୋହରିର ତଥା ଓକିଲ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ଉଭୟଙ୍କୁ ରବିବାର କୋର୍ଟଚାଲାଣ କରାଯିବାପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ମାମଲାରେ ୫ଦିନ ତଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅବସରପ୍ରାପ୍ତ କର୍ମଚାରୀ ହଳଧର ଦାସଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନେ ଏବେ ଜେଲରେ ଦିନ କାଟୁଛନ୍ତି। ତେବେ ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫ ଛୁଇଁଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ଅଧିକ ତଦନ୍ତ ଜାରି ରଖିଛି। ଇତିମଧ୍ୟରେ ଅଭିଯୁକ୍ତମାନେ କରିଥିବା ୮ଟି ଜମି ଠକେଇ ଘଟଣା ଏପର୍ଯ୍ୟନ୍ତ ନଜରକୁ ଆସିଥିବା ଇଓଡବ୍ଲ୍ୟୁ ସୂଚନା ଦେଇଛି।
ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ନଶଡ଼ିପୁର ଗ୍ରାମର ଲିପିକା ଦାସଙ୍କର ଭୁବନେଶ୍ୱର ମଳିପଡ଼ା ମୌଜାସ୍ଥିତ ବସନ୍ତ ବିହାରରେ ୨ ହଜାର ବର୍ଗଫୁଟ୍‌ର ଏକ ଜମି ରହିଛି। ସେ ଉକ୍ତ ଜମିକୁ ୧୯୯୯ରେ କିଣିଥିଲେ ଓ ତାଙ୍କ ପାଖରେ ଏହାର ସମସ୍ତ ଦସ୍ତାବିଜ୍‌ ରହିଛି। ତେବେ କିଛିଦିନ ତଳେ ସେ ଖଜଣା ଦେବାକୁ ଯିବାବେଳେ ତାଙ୍କ ଜମି ଅଭିଯୁକ୍ତ ହଳଧରଙ୍କ ନାମରେ ଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଅଭିଯୋଗ କରିବା ପରେ ଇଓଡବ୍ଲ୍ୟୁ ଫେବୃୟୀରୀ ୨୧ରେ ଏକ ମାମଲା (ନଂ.୭/୨୦୨୩) ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତମାନେ ଖଣ୍ଡଗିରିସ୍ଥିତ ସବ୍‌ ରେଜିଷ୍ଟ୍ରାର ଅଫିସରେ ଲିପିକାଙ୍କ ଦସ୍ତଖତକୁ ନକଲ କରି ଏହି ଠକେଇ କରିଛନ୍ତି। ଏପରିକି ରେଜିଷ୍ଟର୍ଡ ସେଲ୍‌ ଡିଡ୍‌ରେ ଦିଆଯାଇଥିବା ଆଧାର ନମ୍ବର ଜମିର ପ୍ରକୃତ ମାଲିକ ଲିପିକାଙ୍କ ରହିଥିବାବେଳେ ସେଥିରେ ଅଭିଯୁକ୍ତା ମମତାଙ୍କ ଫଟୋ ରହିଛି। ମୋହରିର ଅନ୍ତର୍ଯ୍ୟାମୀଙ୍କ ପରିଚାଳନାରେ ହିଁ ଏହି ଠକେଇ ହୋଇଥିଲା। ତେବେ ଅଭିଯୁକ୍ତମାନେ ରାଜଧାନୀର ଉପକଣ୍ଠରେ ଥିବା ଜମିକୁ ନିଜ ନାମରେ କରି ଏହାକୁ ଅନ୍ୟମାନଙ୍କୁ ବିକ୍ରି କରିଦିଅନ୍ତି। ଦୂରରେ ରହୁଥିବା ମାଲିକମାନଙ୍କ ଜମିକୁ ହିଁ ସେମାନେ ଟାର୍ଗେଟ କରୁଥିଲେ। ଜମି ବିକ୍ରିରୁ ମିଳୁଥିବା ବିପୁଳ ଟଙ୍କାକୁ ଅଭିଯୁକ୍ତମାନେ ନିଜ ନିଜ ମଧ୍ୟରେ ବାଣ୍ଟି ନିଅନ୍ତି ବୋଲି ତଦନ୍ତ ବେଳେ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

ବଡ଼ଧରଣର ବ୍ରାଉନ ସୁଗାର ନେଟ୍‌ୱର୍କ ଠାବ: ବେପାରୀଙ୍କ ଟାର୍ଗେଟରେ ଥିଲେ ଛାତ୍ରୀଛାତ୍ର

ରାଉରକେଲା,୨୪।୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ଅନ୍ତର୍ଗତ ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ମୀନାପଡ଼ା ଅଞ୍ଚଳରେ  ଚଢାଉ କରି ଏକ ବଡ଼ଧରଣର ବ୍ରାଉନସୁଗାର ନେଟୱର୍କ ଠାବ କରାଯାଇଛି। ଏହି…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri