Posted inଫୁରସତ

ଦୁଇମାସର ହାତୀ ଛୁଆ କଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ

କେନିଆରେ ଦୁଇ ମାସର ଏକ ହାତୀ ଛୁଆ ଏମିତି କିଛି କରିଛି, ଯାହା ଦେଖିଲେ ଆପଣ ହସ ରୋକି ପାରିବେନି। ଛୁଆଟି ନିଜର ବଡ଼ଭାଇ ନିକଟକୁ ଭିଡ଼ି ଯାଇ ଖୁବ୍‌ ସୁନ୍ଦର ଭାବରେ ତା’ ସହ ଲଢ଼ାଇ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ହାତୀ ଛୁଆର ନାମ ଲେପା। ସୋସିଆଲ ମିଡିଆରେ ହାତୀ ଛୁଆର ଲଢ଼େଇ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଶୋଲ୍‌ଡ୍ରିକ୍‌ ଓ୍ବାଇଲ୍ଡଲାଇଫ୍‌ ଟ୍ରଷ୍ଟ ଦ୍ୱାରା ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏଥିରେ ଲେପାକୁ ଛୋଟ ହେଲେ ବି ଭୟଙ୍କର ବୋଲି କ୍ୟାପ୍‌ଶନ ଲେଖାଯାଇଛି। କାରଣ ଲେପା ନିଜଠୁ ବଡ଼ବଡ଼ ହାତୀଙ୍କ ସହ ସବୁବେଳେ ଲଢ଼େଇ କରିଥାଏ। ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ଅନ୍ୟ ୩ ଟି ହାତୀ ସହ ମଧ୍ୟ ଲେପା ଲଢ଼େଇ କରିବାକୁ ଉଦ୍ୟତ ହେଉଛି। ଏହାକୁ ଅନ୍ୟ ହାତୀମାନେ ଠିଆ ହୋଇ ଦେଖୁଛନ୍ତି।

 

View this post on Instagram

 

Lapa is an adorable little menace. He may only be two months old, but he has all the swagger of a full grown bull. Just see how he takes on Sattao, Musiara, and Olsekki without missing a beat. In fact, they all look quite shocked by the head-butting bravado of this pint-sized boy! Lapa is the 37th known calf born to an orphan we rescued, raised, and reintegrated back into the wild. To learn about his mother’s journey from orphaned elephant to new mother, visit: sheldrickwildlifetrust.org/orphans/lenana _________ Video © Sheldrick Wildlife Trust #SheldrickTrust #SWT #LenanaSWT #LapaSWT #MusiaraSWT #SattaoSWT #OlsekkiSWT #bekindtoelephants #kenya #whyilovekenya #conservation #tsavo #babyelephant #newborn

A post shared by Sheldrick Wildlife Trust (@sheldricktrust) on


ଭିଡିଓଟିକୁ ଦେଖି ଜଣେ ୟୁଜର ଲେଖିଛନ୍ତି, ଏହା ପ୍ରକୃତରେ ବହୁତ ସୁନ୍ଦର। ତିନିଜଣ ଏତେ ବଡ଼ ଆଉ ଛୋଟ ଛୁଆଟି ଲଢ଼ିବା ଦେଖି ଅଟକି ଯାଉଛନ୍ତି। ଟ୍ରଷ୍ଟ ପକ୍ଷରୁ କୁହାଯାଇଛି, ଲେପା ହେଉଛି ୩୭ ତମ ଅନାଥ ଛୁଆ। ୨୦୦୬ରେ ତା’ ମା’ ମରିଯାଇଛି। ତେଣୁ ଏହି ଟ୍ରଷ୍ଟ ତାକୁ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?