Posted inଫୁରସତ

ଦୁଇମାସର ହାତୀ ଛୁଆ କଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ

କେନିଆରେ ଦୁଇ ମାସର ଏକ ହାତୀ ଛୁଆ ଏମିତି କିଛି କରିଛି, ଯାହା ଦେଖିଲେ ଆପଣ ହସ ରୋକି ପାରିବେନି। ଛୁଆଟି ନିଜର ବଡ଼ଭାଇ ନିକଟକୁ ଭିଡ଼ି ଯାଇ ଖୁବ୍‌ ସୁନ୍ଦର ଭାବରେ ତା’ ସହ ଲଢ଼ାଇ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ହାତୀ ଛୁଆର ନାମ ଲେପା। ସୋସିଆଲ ମିଡିଆରେ ହାତୀ ଛୁଆର ଲଢ଼େଇ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଶୋଲ୍‌ଡ୍ରିକ୍‌ ଓ୍ବାଇଲ୍ଡଲାଇଫ୍‌ ଟ୍ରଷ୍ଟ ଦ୍ୱାରା ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏଥିରେ ଲେପାକୁ ଛୋଟ ହେଲେ ବି ଭୟଙ୍କର ବୋଲି କ୍ୟାପ୍‌ଶନ ଲେଖାଯାଇଛି। କାରଣ ଲେପା ନିଜଠୁ ବଡ଼ବଡ଼ ହାତୀଙ୍କ ସହ ସବୁବେଳେ ଲଢ଼େଇ କରିଥାଏ। ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ଅନ୍ୟ ୩ ଟି ହାତୀ ସହ ମଧ୍ୟ ଲେପା ଲଢ଼େଇ କରିବାକୁ ଉଦ୍ୟତ ହେଉଛି। ଏହାକୁ ଅନ୍ୟ ହାତୀମାନେ ଠିଆ ହୋଇ ଦେଖୁଛନ୍ତି।

 

View this post on Instagram

 

Lapa is an adorable little menace. He may only be two months old, but he has all the swagger of a full grown bull. Just see how he takes on Sattao, Musiara, and Olsekki without missing a beat. In fact, they all look quite shocked by the head-butting bravado of this pint-sized boy! Lapa is the 37th known calf born to an orphan we rescued, raised, and reintegrated back into the wild. To learn about his mother’s journey from orphaned elephant to new mother, visit: sheldrickwildlifetrust.org/orphans/lenana _________ Video © Sheldrick Wildlife Trust #SheldrickTrust #SWT #LenanaSWT #LapaSWT #MusiaraSWT #SattaoSWT #OlsekkiSWT #bekindtoelephants #kenya #whyilovekenya #conservation #tsavo #babyelephant #newborn

A post shared by Sheldrick Wildlife Trust (@sheldricktrust) on


ଭିଡିଓଟିକୁ ଦେଖି ଜଣେ ୟୁଜର ଲେଖିଛନ୍ତି, ଏହା ପ୍ରକୃତରେ ବହୁତ ସୁନ୍ଦର। ତିନିଜଣ ଏତେ ବଡ଼ ଆଉ ଛୋଟ ଛୁଆଟି ଲଢ଼ିବା ଦେଖି ଅଟକି ଯାଉଛନ୍ତି। ଟ୍ରଷ୍ଟ ପକ୍ଷରୁ କୁହାଯାଇଛି, ଲେପା ହେଉଛି ୩୭ ତମ ଅନାଥ ଛୁଆ। ୨୦୦୬ରେ ତା’ ମା’ ମରିଯାଇଛି। ତେଣୁ ଏହି ଟ୍ରଷ୍ଟ ତାକୁ ଉଦ୍ଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri