ହୋଲି ଖେଳ ହେଲା କାଳ

ବାରଙ୍ଗ/ପାରାଦୀପ/ସମ୍ବଲପୁର,୨୬।୩(ଲିଙ୍ଗରାଜ ରାଉତ/ ଶରତ ରାଉତ/ ପ୍ରମୋଦ ବହିଦାର): ହୋଲି ଖେଳ ହେଲା କାଳ। ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପାଣିରେ ବୁଡି ୨ ନାବାଳକ ଏବଂ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ହୋଲି ଖେଳି ବାରଙ୍ଗ-ପୁରୀ ମେନ୍‌ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ନାବାଳକ ଜଣଙ୍କ ହେଉଛନ୍ତି ଚନ୍ଦ୍ରଶେଖରପୁର ଥାନା ଅଧୀନ ବିଡିଏ କଲୋନୀର ରାଜେଶ ସେଠୀ ବୋଲି ଜଣାପଡିଛି।

ରାଜେଶ ୫ଜଣ ସାଙ୍ଗଙ୍କ ସହ କାନପୁର ପାଖ ପୁରିମେନ କେନାଲକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ୨ଜଣ ସାଙ୍ଗ ବୁଡିଯାଇ ଥିଲେ। ଏହାଦେଖି ରାଜେଶ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ବୁଡିଯାଇଥିଲେ। ଅନ୍ୟ ସାଙ୍ଗମାନେ ଦୁଇଜଣଙ୍କୁ ଉଦ୍ଧାର କରିଥିବା ବେଳେ ରାଜେଶକୁ ପାଇ ନ ଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ପରେ ସନ୍ଧ୍ୟାରେ କେନାଲରୁ ନାବାଳକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।

ସେହିପରି ପାରାଦୀପ ଲକଥାନା ଅଧୀନ ଚୂନ ଗ୍ରାମରେ ମଙ୍ଗଳବାର ହୋଲି ଖେଳକୁ ନେଇ ଅଘଟଣ ଘଟିଛି। ମଧ୍ୟାହ୍ନରେ ଜଣେ ନାବାଳକ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଜୟନ୍ତ ସରକାରଙ୍କ ପୁତ୍ର ରାଜଶେଖର (୧୩)।

ରାଜଶେଖର ସକାଳୁ ସାଙ୍ଗମାନଙ୍କ ସହ ରଙ୍ଗ ଖେଳିଥିଲେ। ମଧ୍ୟାହ୍ନରେ ୧୦ରୁ ୧୨ଜଣ ସାଙ୍ଗଙ୍କ ସହ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଅସାବଧାନତା ବଶତଃ ରାଜଶେଖର ଗଭୀର ପାଣିକୁ ଚାଲିଯାଇଥିଲେ। ତାଙ୍କୁ ଦେଖି ଅନ୍ୟ ପିଲାମାନେ ପାଟି କରି ତାଙ୍କ ମା’ଙ୍କୁ ଡାକିଥିଲେ। ଗ୍ରାମବାସୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ପାରାଦୀପ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ରାଜଶେଖରଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ଲକଥାନା ପୋଲିସ ମୃତଦେହ ଜବତ କରିଛି। ହେଲେ ପରିବାର ପକ୍ଷରୁ ମୃତ ନାବାଳକଙ୍କ ଅଙ୍ଗଦାନ ପାଇଁ ଉଦ୍ୟମ ଚାଲିଛି।

ସେହିପରି ହୋଲି ଖେଳି ଗାଧୋଇବା ବେଳେ ସମ୍ବଲପୁର ଜିଲା ବୁର୍ଲା ଥାନା ଅଧୀନ ଚାଉଁରପୁର ମୁଣ୍ଡଘାଟ ବଡ଼ସିଂହାରୀ ନିକଟ ପାୱାର ଚେନାଲରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ସୋନପୁର ଜିଲା ଉଲୁଣ୍ଡା ଅଞ୍ଚଳର ପୃଥିବୀରାଜ ବେହେରା।

ମିଳିଥିବା ସୂଚନା ମୁତାବକ, ପୃଥିବୀରାଜଙ୍କ ସହ ଅନ୍ୟ ସାଙ୍ଗମାନେ ହୋଲି ଖେଳି ବଡ଼ସିଂହାରୀ ନିକଟସ୍ଥ ପାୱାର ଚେନାଲ ନିକଟରେ ଭୋଜି କରିବାକୁ ଯାଇଥିଲେ। ଅପରାହ୍ନରେ ପାୱାର ଚେନାଲରେ ଗାଧୋଇବା ସମୟରେ ପୃଥିବୀରାଜ ପାଣିରେ ବୁଡ଼ି ଯାଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୃଥିବୀରାଜଙ୍କୁ ଉଦ୍ଧାର କରି ତୁରନ୍ତ ସମ୍ବଲପୁର ଜଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ଆତ୍ମହତ୍ୟା ଧମକ ଦେବା, ଝଗଡ଼ା କରିବା ସ୍ୱାମୀଙ୍କୁ ଏକ ପ୍ରକାର ବ୍ଲାକମେଲିଂ: ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର,୨୪ା୩: ଜଣେ ସ୍ତ୍ରୀ ବାରମ୍ବାର ଆତ୍ମହତ୍ୟା ଏବଂ ଝଗଡ଼ା କରିବାକୁ ଧମକ ଦେବା କେବଳ ଅତ୍ୟାଚାର ନୁହେଁ ବରଂ ସ୍ୱାମୀଙ୍କ ପ୍ରତି ମାନସିକ ଅତ୍ୟାଚାରର ବୋଲି...

ରାଜଧାନୀରେ ନକଲି ପୋଲିସ ଅଫିସର-କନଷ୍ଟେବଲ ଗିରଫ, ଲକ୍ଷାଧିକ ନକଲି ଟଙ୍କା ଜବତ

ଭୁବନେଶ୍ୱର,୨୪ା୩: ରାଜଧାନୀ ଭୁବନେଶ୍ୱରରେ ନକଲି ପୋଲିସକୁ ବାନ୍ଧିଛି ଅସଲି ପୋଲିସ। ନିଜକୁ ସବ-ଇନ୍ସପେକ୍ଟର କହି ଚାକିରି ପ୍ରତିଶ୍ରୁତି ଦେଇ ଠକୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି...

୨୦୨୫-୨୬ ବର୍ଷ ପାଇଁ ଘୋଷଣା ହେବ ନୂଆ ବିଦ୍ୟୁତ୍‌ ଦର: ଜାଣନ୍ତୁ ବଢିବା ନା କମିବ

ଭୁବନେଶ୍ୱର,୨୪ା୩: ସୋମବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନୂତନ ବିଦ୍ୟୁତ ଶୁଳ୍କ ଘୋଷଣା କରିବାକୁ ଯାଉଛି। ଅପରାହ୍ନରେ ଆଶା...

ଓଡ଼ିଶାରେ ରାଷ୍ଟ୍ରପତି: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୨୪।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ସୋମବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ...

ବିପଦରେ ସାଧାରଣ ଲୋକଙ୍କ ଜୀବନ: ରାଜ୍ୟରେ ୮୪ଟି ନକଲି ମେଡିସିନ୍ ଚିହ୍ନଟ

ଭୁବନେଶ୍ୱର,୨୪ା୩: ରାଜ୍ୟରେ ସବୁ ମିଳୁଛି ନକଲି। ପୂଜା ଘିଅଠାରୁ ଆରମ୍ଭ କରି ଗାଡ଼ି ଇଞ୍ଜିନ ଅଏଲ ସବୁ ନକଲି। ଏବେ ଲୋକମାନଙ୍କର ଜୀବନ ରକ୍ଷା ପାଇଁ...

ଭୁବନେଶ୍ୱର ହେବ ୨ ପୋଲିସ ଜିଲା

ଭୁବନେଶ୍ୱର,୨୪ା୩(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ପୂର୍ବାପେକ୍ଷା ଜନସଂଖ୍ୟା ବଢ଼ିବାରେ ଲାଗିଛି। ଏପରି କି ମାମଲା ସଂଖ୍ୟାରେ ବୃଦ୍ଧି, ଆଇନଶୃଙ୍ଖଳା ଚ୍ୟାଲେଞ୍ଜ୍‌, ବିକ୍ଷୋଭ ଓ...

ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ୍‌ ରାସ୍ତା ଜବରଦଖଲ: ଉଚ୍ଛେଦ ନ ହେଲେ…

ବରଗଡ଼,୨୪ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରମ ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ ରୁ ଦାବି ଜୋର୍‌ ଧରି ଆସିଛି।...

ଘର ଉପରେ ଉପୁଡି ପଡ଼ିଲା ଆମ୍ବଗଛ: ମା’-ପୁଅ ଗୁରୁତର

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖେମୁଣ୍ଡିଖୋଲ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ଗ୍ରାମର ଏକ ଚାଳଛପର ଘର ଉପରେ ଏକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri