୨ ବିଧାୟକ ବଳ କଷାକଷିିି

ବାରିପଦା ଅଫିସ,୭ା୨: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ କୁଳିଅଣା ବ୍ଲକର ୮ ଓ ୯ନଂ. ଜିଲାପରିଷଦ ଜୋନରେ ନିର୍ବାଚନୀ ବାତାବରଣ ସରଗରମ ହେବାରେ ଲାଗିଛି। ବିଜେଡି ଓ ଭାଜପା ପକ୍ଷରୁ ଏଠାରେ ଟାଣୁଆ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ବିଜେଡି ପକ୍ଷରୁ ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ପ୍ରଚାର ଜୋରଦାର ଚାଲିଛି। ଅନ୍ୟପକ୍ଷରେ ସାରସକଣା ବିଧାୟକ ଡା.ବୁଢ଼ାନ ମୁର୍ମୁଙ୍କ ସ୍ତ୍ରୀ ଜିଲାପରିଷଦ ପ୍ରାର୍ଥୀ ଭାବେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ଭୋଟରଙ୍କ ନିକଟତର ହେବାକୁ ଲାଗିପଡ଼ିଛନ୍ତି। ୨୦୧୭ ନିର୍ବାଚନରେ ଏହି ଦୁଇଟି ଆସନ ଭାଜପା ଖାତାକୁ ଯାଇଥିବା ବେଳେ ଚଳିତ ନିର୍ବାଚନରେ ଏହାକୁ ଅକ୍ତିଆର କରିବା ପାଇଁ ବିଜେଡି ଗୋଟିଚାଳନା ଆରମ୍ଭ କରିଛି। ଫେବୃୟାରୀ ୧୬ରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବାଙ୍ଗିରିପୋଷି ଓ ସାରସକଣା ବିଧାୟକଙ୍କ ମଧ୍ୟରେ ବଳ କଷାକଷି ଚାଲିଥିବା ଦେଖିବାକୁ ମିଳୁଛି। ଉଭୟଙ୍କ ପାଇଁ ଏହି ଦୁଇ ଆସନ ସମ୍ମାନର ପ୍ରଶ୍ନ ହୋଇଛି।
କୁଳିଅଣା ବ୍ଲକରେ ୧୭ଟି ପଞ୍ଚାୟତକୁ ନେଇ ୮ ଓ ୯ନଂ. ଜୋନ ଗଠିତ। ୮ନଂ. ଜୋନରେ ୬ଜଣ ଓ ୯ନଂ ଜୋନରେ ୪ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଦୁଇଟି ଜୋନରେ ମୋଟ ଭୋଟର ସଂଖ୍ୟା ୭୫ହଜାର ୨୧୩। ୮ନଂ. ଜୋନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଭଗବାନପୁର, ଡୁମୁରୁଡିହା, ଗୌଡ଼ରମା, ବାଇଗଣବାଡ଼ିଆ, କୁଚେଇ, କୁଳିଅଣା, ଗାଙ୍ଗରାଜ, ଗେଣ୍ଡାପୋଖରୀ, ପାତିହଞ୍ଜା ଓ ପାରୁଲିଆ ପଞ୍ଚାୟତର ଭୋଟରମାନେ ମତଦାନ କରିବେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଚରଣ ମାରାଣ୍ଡିଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବା ବେଳେ ଭାଜପା ପକ୍ଷରୁ ନିହାର ରଞ୍ଜନ ନାଏକ, ଜେଏମ୍‌ଏମ୍‌ର ରମେଶ ଚନ୍ଦ୍ର ହଁାସଦା, କଂଗ୍ରେସର ନିର୍ମଳ ପ୍ରଧାନ ଓ ଆଜସୁରୁ ଲାଦୁରାମ ସୋରେନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସନାତନ ନାଏକ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ା
ସେହପରି ୯ନଂ. ଜୋନଟି ଚାନ୍ଦୁଆ, କେଉଟୁଣିମାରୀ, କୁଆବୁଡ଼ା, ମାରାଂତାଣ୍ଡି, ନଧନା, ପୁରୁଣାପାଣି ଓ ସର୍ଗଛିଡ଼ାକୁ ଆଦି ୭ଟି ପଞ୍ଚାୟତକୁ ନେଇ ଗଠିତ। ଚଳିତ ଥର ଆସନଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ପୂର୍ବତନ ଜିଲାପରିଷଦ ସଦସ୍ୟ ଆନନ୍ଦ ଚନ୍ଦ୍ର ଟୁଡୁଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ଭାଜପା ପକ୍ଷରୁ ସାରସକଣା ବିଧାୟକଙ୍କ ସ୍ତ୍ରୀ ଚମ୍ପା ଟୁଡୁ, କଂଗ୍ରେସରୁ ଚୈତନ୍ୟ ପ୍ରସାଦ ନାଏକ ଓ ଜେଏମ୍‌ଏମ୍‌ରୁ ରାମଚନ୍ଦ୍ର ମୁର୍ମୁ ନିର୍ବାଚନ ଲଢ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri