୨ ବିଧାୟକ ବଳ କଷାକଷିିି

ବାରିପଦା ଅଫିସ,୭ା୨: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ କୁଳିଅଣା ବ୍ଲକର ୮ ଓ ୯ନଂ. ଜିଲାପରିଷଦ ଜୋନରେ ନିର୍ବାଚନୀ ବାତାବରଣ ସରଗରମ ହେବାରେ ଲାଗିଛି। ବିଜେଡି ଓ ଭାଜପା ପକ୍ଷରୁ ଏଠାରେ ଟାଣୁଆ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ବିଜେଡି ପକ୍ଷରୁ ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ପ୍ରଚାର ଜୋରଦାର ଚାଲିଛି। ଅନ୍ୟପକ୍ଷରେ ସାରସକଣା ବିଧାୟକ ଡା.ବୁଢ଼ାନ ମୁର୍ମୁଙ୍କ ସ୍ତ୍ରୀ ଜିଲାପରିଷଦ ପ୍ରାର୍ଥୀ ଭାବେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ଭୋଟରଙ୍କ ନିକଟତର ହେବାକୁ ଲାଗିପଡ଼ିଛନ୍ତି। ୨୦୧୭ ନିର୍ବାଚନରେ ଏହି ଦୁଇଟି ଆସନ ଭାଜପା ଖାତାକୁ ଯାଇଥିବା ବେଳେ ଚଳିତ ନିର୍ବାଚନରେ ଏହାକୁ ଅକ୍ତିଆର କରିବା ପାଇଁ ବିଜେଡି ଗୋଟିଚାଳନା ଆରମ୍ଭ କରିଛି। ଫେବୃୟାରୀ ୧୬ରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବାଙ୍ଗିରିପୋଷି ଓ ସାରସକଣା ବିଧାୟକଙ୍କ ମଧ୍ୟରେ ବଳ କଷାକଷି ଚାଲିଥିବା ଦେଖିବାକୁ ମିଳୁଛି। ଉଭୟଙ୍କ ପାଇଁ ଏହି ଦୁଇ ଆସନ ସମ୍ମାନର ପ୍ରଶ୍ନ ହୋଇଛି।
କୁଳିଅଣା ବ୍ଲକରେ ୧୭ଟି ପଞ୍ଚାୟତକୁ ନେଇ ୮ ଓ ୯ନଂ. ଜୋନ ଗଠିତ। ୮ନଂ. ଜୋନରେ ୬ଜଣ ଓ ୯ନଂ ଜୋନରେ ୪ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଦୁଇଟି ଜୋନରେ ମୋଟ ଭୋଟର ସଂଖ୍ୟା ୭୫ହଜାର ୨୧୩। ୮ନଂ. ଜୋନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଭଗବାନପୁର, ଡୁମୁରୁଡିହା, ଗୌଡ଼ରମା, ବାଇଗଣବାଡ଼ିଆ, କୁଚେଇ, କୁଳିଅଣା, ଗାଙ୍ଗରାଜ, ଗେଣ୍ଡାପୋଖରୀ, ପାତିହଞ୍ଜା ଓ ପାରୁଲିଆ ପଞ୍ଚାୟତର ଭୋଟରମାନେ ମତଦାନ କରିବେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଚରଣ ମାରାଣ୍ଡିଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବା ବେଳେ ଭାଜପା ପକ୍ଷରୁ ନିହାର ରଞ୍ଜନ ନାଏକ, ଜେଏମ୍‌ଏମ୍‌ର ରମେଶ ଚନ୍ଦ୍ର ହଁାସଦା, କଂଗ୍ରେସର ନିର୍ମଳ ପ୍ରଧାନ ଓ ଆଜସୁରୁ ଲାଦୁରାମ ସୋରେନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସନାତନ ନାଏକ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ା
ସେହପରି ୯ନଂ. ଜୋନଟି ଚାନ୍ଦୁଆ, କେଉଟୁଣିମାରୀ, କୁଆବୁଡ଼ା, ମାରାଂତାଣ୍ଡି, ନଧନା, ପୁରୁଣାପାଣି ଓ ସର୍ଗଛିଡ଼ାକୁ ଆଦି ୭ଟି ପଞ୍ଚାୟତକୁ ନେଇ ଗଠିତ। ଚଳିତ ଥର ଆସନଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ପୂର୍ବତନ ଜିଲାପରିଷଦ ସଦସ୍ୟ ଆନନ୍ଦ ଚନ୍ଦ୍ର ଟୁଡୁଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ଭାଜପା ପକ୍ଷରୁ ସାରସକଣା ବିଧାୟକଙ୍କ ସ୍ତ୍ରୀ ଚମ୍ପା ଟୁଡୁ, କଂଗ୍ରେସରୁ ଚୈତନ୍ୟ ପ୍ରସାଦ ନାଏକ ଓ ଜେଏମ୍‌ଏମ୍‌ରୁ ରାମଚନ୍ଦ୍ର ମୁର୍ମୁ ନିର୍ବାଚନ ଲଢ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?