ପାରାଦୀପରେ ହେବ ୨ ଲକ୍ଷ କୋଟିର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ

ପାରାଦୀପ,୧୪ା୧୧: ଆଗାମୀ ଦିନରେ ପାରାଦୀପରେ ନିବେଶ ହେବ ୨ ଲକ୍ଷ କୋଟିର ପୁଞ୍ଜି। ଗୁରୁବାର କଳିଙ୍ଗ ବାଲିଯାତ୍ରାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଏଥିସହିତ ତାଳଚେରକୁ ପାରାଦୀପ ସହ ଯୋଡ଼ିବାକୁ ୧୬ ହଜାର କୋଟି ବ୍ୟୟ ହେବ ବୋଲି ସେ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଭା ମଞ୍ଚରେ ପୂର୍ବ ସରକାରକୁ ମଧ୍ୟ ଟାର୍ଗେଟ୍‌ କରିଥିଲେ। ୯୯ଟି ଷ୍ଟିଲ ପ୍ଲାଣ୍ଟ ଏମ୍‌ଓୟୁ କରିଥିଲେ, କେତୋଟି କାର୍ଯ୍ୟକାରୀ କରିଛ ବୋଲି ସେ ପ୍ରଶ୍ନ କରିଥିଲେ। ପୂର୍ବ ସରକାର ସମୟରେ ପୋସ୍କୋ ଫେରିଯାଇଥିଲା, ଆମେ ଫେରାଇ ଆଣିଛୁ। ଏଥିସହିତ ମିତ୍ତଲ ପଳାଇଯିବା କଥା ଯେଉଁମାନେ କହୁଛନ୍ତି, ତାହା ବିଭ୍ରାନ୍ତିକର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେପଟେ ଜେଏସଡବ୍ଲୁ ସମୂହ ରାଜ୍ୟରେ ୪୦,୦୦୦ କୋଟି ଟଙ୍କା ବିନିଯୋଗରେ ଏକ ସମନ୍ୱିତ ବୈଦୁତିକ ଯାନ ଏବଂ ଇଭି ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଫେବୃଆରୀ ୧୦, ୨୦୨୪ ରେ ଓଡିଶା ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି।

କଟକ ଜିଲାର ନାରାଜରେ ଜେଏସଡବ୍ଲୁ ଗ୍ରୁପ୍ ଏକ ଇଭି ଗାଡି ଏବଂ ଉପାଦାନ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଯୋଜନା କରିଥିବାବେଳେ ଜଗତସିଂହପୁର ଜିଲାର ପାରାଦୀପରେ ଏକ ତମ୍ବା ସ୍ମେଲଟର ଏବଂ ଲିଥିୟମ୍ ରିଫାଇନାରୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛି।

ଏହି ପ୍ରୋଜେକ୍ଟରେ ୫୦ GWH EV ବ୍ୟାଟେରୀ ପ୍ଲାଣ୍ଟ, ଇଭି, ଲିଥିୟମ୍ ରିଫାଇନାରୀ, ତମ୍ବା ସ୍ମେଲଟର ଏବଂ ଆନୁଷଙ୍ଗିକ ଉପାଦାନ ଉତ୍ପାଦନ ୟୁନିଟ୍ ସ୍ଥାପନା ହେବାକୁ ଅଛି। କମ୍ପାନୀର ଉଚ୍ଚାଭିଳାଷୀ ଇଭି ଏବଂ ଉପାଦାନ ଉତ୍ପାଦନ ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ୍ ଏକ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ ଅନୁମୋଦନ କରିବା ପରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା…

ଅଲଟୋ କାର୍ ଭିତରେ ଗଞ୍ଜେଇର ପାହାଡ଼! ଧରାପଡ଼ିଲେ ଗୌରୀଶଙ୍କର, ସହଯୋଗୀ ଫେରାର

ପୁରୁଷୋତ୍ତମପୁର,୧୬।୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢ଼ଉ କରି ୯୫ କେଜି ଗଞ୍ଜେଇ ସହ ଏକ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ଥୁଆମୂଳ ରାମପୁରରେ ମା’ ମାଣିକେଶ୍ୱରୀଙ୍କ ବାଲିଯାତ୍ରା ଓ ଦଶହରା ପୂଜାସୂଚୀ ପ୍ରକାଶିତ, ଝାମୁଯାତ୍ରା…

ଥୁଆମୂଳ ରାମପୁର,୧୬।୯(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଇଷ୍ଟଦେବୀ ହେଉଛନ୍ତି ମା’ ମାଣିକେଶ୍ୱରୀ । ଥୁଆମୂଳ ରାମପୁର ଠାରେ ଚଳିତ ୨୦୨୬ ବର୍ଷର…

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂଆ କର୍ମକର୍ତ୍ତା: ଭୁବନେଶ୍ୱର ରାଲିରେ ଯୋଗ ଦେବାକୁ ଆହ୍ବାନ

ଛତ୍ରପୁର,୧୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର)ର ଏକ ଜରୁରୀ ବୈଠକ ବୁଧବାର ଯଜ୍ଞଶାଳା କଳ୍ପବଟ ଆଶ୍ରମ ପରିସରରେ ସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?