ବୈତରଣୀ ବନ୍ୟା ନିୟନ୍ତ୍ରଣାଧୀନ, ୨ଲକ୍ଷ ୭୦ ହଜାର ୫୧୫ ଲୋକ ପ୍ରଭାବିତ

ଭଦ୍ରକ ଅଫିସ,୩୧।୮: ବୈତରଣୀ ନଦୀରେ ଆସିଥିବା ବନ୍ୟା ନିୟନ୍ତ୍ରଣ ହୋଇଛି। ନଦୀର ଜଳପତ୍ତନ ହ୍ରାସ ପାଇ ବିପଦ ସଂକେତରେ ବହୁ ତଳେ ପ୍ରବାହିତ ହେଉଛି। ତେବେ ଯେଉଁ ବନ୍ୟା ହୋଇଯାଇଛି, ଏଥିରେ ଜିଲାର ୭ଟି ବ୍ଳକ ଓ ୪ଟି ପୌରପାଳିକାର ୧୧୮ଟି ପଂଚାୟତର ୫୮୭ ଗ୍ରାମର ଓ ପୌରପାଳିକାର ୧୦ଟି ୱାର୍ଡ ପ୍ରଭାବିତ ହୋଇଛି । ଏହାଦ୍ୱାରା ୨ଲକ୍ଷ ୭୦ ହଜାର ୫୧୫ଜଣ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ମୋଟ ୧୭ ହଜାର ୬୪୮ ଲୋକଙ୍କୁ ସ୍ଥାନାନ୍ତର କରି ୧୦୬ଟି ବିଭିନ୍ନ କେନ୍ଦ୍ରରେ ରଖାଯାଇଥିବା ବେଳେ ସୋମବାର ସେମାନଙ୍କ ମଧ୍ୟରୁ କିଛି ଲୋକ ନିଜ ଘରକୁ ଫେରି ଯାଇଛନ୍ତି। ୯୬ଟି କେନ୍ଦ୍ରରେ ୧୪ହଜାର ୧୦୦ଜଣ ଏବେ ମଧ୍ୟ ସ୍ଥାନାନ୍ତରିତ କେନ୍ଦ୍ରରେ ରହିଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି।

ଉଦ୍ଧାରକାର୍ଯ୍ୟ ପାଇଁ ଏନ୍‌ଡିଆର୍‌ଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି। ତିହିଡି ଅଞ୍ଚଳରେ ଥିବା ବିଭିନ୍ନ ନଦୀ ବନ୍ଧ ଓ ମୁଖ୍ୟ ରାସ୍ତା ହିଁ ଏବେ ଗୋରୁ ଗାଈ ତଥା ଲୋକଙ୍କ ଅସ୍ଥାୟୀ ବାସସ୍ଥାନ ପାଲଟିଛି। ଧାମନଗର, ଭଣ୍ଡାରିପୋଖରୀ ଓ ତିହିଡି ବ୍ଳକରେ ୨୩ଟି ବୋଟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି। ବନ୍ୟାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଞ୍ଚାୟତର ହରିହର ସାମଲ, ଷୋଳମପୁର ପଞ୍ଚାୟତର ବ୍ରାହ୍ମଣପଦା ଗ୍ରାମର ସନ୍ଦୀପ ରାଉତ ଏବଂ ଧାମନଗର ବ୍ଲକର ହେମନ୍ତ ଜେନା। ଏହି ବନ୍ୟାରେ ୬୮ହଜାର ୨୮୪ ପଶୁ ପ୍ରଭାବିତ ହୋଇଛନ୍ତି। ୪ଟି ପଶୁର ମୃତ୍ୟୁ ଘଟିଛି। ପ୍ରାଥମିକ ଆକଳନ ଅନୁଯାୟୀ ୩୮ହଜାର ୭୦୭ ହେକ୍ଟର ଜମିର ଫସଲ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ୭ଟି ଯାକ ବ୍ଲକର ବନ୍ୟା ଅଞ୍ଚଳରେ ଭ୍ରାମ୍ୟମାଣ ମେଡିକାଲ ଟିମ ନିୟୋଜନ ହେବା ସହିତ ବିଭିନ୍ନ ବ୍ଳକ ଅଞ୍ଚଳରେ ମଧ୍ୟ ମେଡିକାଲ ଟିମ ରହି ପ୍ରଭାବିତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜାରି ରଖିଛନ୍ତି। ଯୁଦ୍ଧକାଳୀନ ଭିତ୍ତିିରେ ପ୍ରଭାବିତ ଅଞ୍ଚଳର ନଳକୂପକୁ ବିଶୋଧନ କରାଯାଇ ପିଇବା ଉପଯୋଗୀ କରାଯାଉଛିତ। ପ୍ରାୟତଃ ସମସ୍ତ ପ୍ରଭାବିତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଯଦି କେଉଁଠି କେହି ପାଣି ଘେରରେ ଥିବା ଖବର ମିଳେ ତୁରନ୍ତ ସମ୍ପୃକ୍ତ ଅଞ୍ଚଳର ବିଡିଓଙ୍କୁ ଜଣାଇବା ପାଇଁ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଆଖିବୁଜା ଗୁଳି ଚଳାଇଲେ, ସ୍ବାମୀ ମୃତ; ସ୍ତ୍ରୀ-ପୁଅ ଆହତ

ମହାକାଳପଡ଼ା,୫ା୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଅଳାଇଲୋ ପଞ୍ଚାୟତ ବବକରପୁର ଗ୍ରାମର ଅରବିନ୍ଦ ମିଶ୍ରଙ୍କ ଘରେ ଶନିବାର ଅପରାହ୍ନର ଦୁଇ ଦୁର୍ବୃତ୍ତ ଅତର୍କିତ ଗୁଳି...

ଶିଳ୍ପସଂସ୍ଥାରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା

କେନ୍ଦୁଝର, ୩୧।୧୨(ଡି.ଏନ୍‌.ଏ.): ରତ୍ନଗର୍ଭା କେନ୍ଦୁଝର ଜିଲା ଉପରେ ପ୍ରତିଷ୍ଠିତ ଖଣି କମ୍ପାନୀଗୁଡ଼ିକ ଆଖି ପକାଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଜିଲାବାସୀଙ୍କ ଦୀର୍ଘଦିନର ଦାବି ବୃହତ୍‌ ଇସ୍ପାତ...

ଜିଲାପାଳ ଅଫିସ ଆଗରେ ସ୍ବାମୀ-ସ୍ତ୍ରୀଙ୍କ ମାରପିଟ

ସମ୍ବଲପୁର,୯ା୪(ବ୍ୟୁରୋ): ଆପୋସ ସମାଧାନ ସତ୍ତ୍ୱେ ସମ୍ବଲପୁର ଜିଲାରେ ଏକ ପାରିବାରିକ ଗଣ୍ଡଗୋଳ ଶେଷରେ ପଦାକୁ ଆସିଛି। ଜିଲାପାଳଙ୍କ ଅଫିସ ସମ୍ମୁଖରେ ଶୁକ୍ରବାର ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ...

ବାବା ଆଖଣ୍ଡଳମଣିଙ୍କୁ ଧନୁମୁଆଁ ସମର୍ପଣ

ଆରଡ଼ି,୧୬।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଧନୁସଂକ୍ରାନ୍ତି ଉପଲକ୍ଷେ ବାବା ଆଖଣ୍ଡଳମଣିଙ୍କୁ ଧନୁମୁଆଁ ସମର୍ପଣ କରାଯାଇଛି ା ସୋମବାର ଭୋର ୪.୩୦ରେ ମନ୍ଦିରରେ ପହୁଡ଼...

କେବଳ ପୂଜାପର୍ବ ପାଇଁ ଘୂରୁଛି କୁମ୍ଭାର ଚକ

ଆରଡ଼ି,୨୬।୬(ଡି.ଏନ.ଏ.): ଦିନ ଥିଲା ହାଣ୍ଡି ମାଠିଆ ଗଢ଼ି ଚଳୁଥିଲା ପରିବାର। ଗଁାରେ ରହିଥିଲା ଏହାର ଚାହିଦା। ମାଟିରେ ତିଆରି ହାଣ୍ଡି, ମାଠିଆ, ସୁରେଇ, ପଲମ, ମାଢିଆ,...

ବାଇକ୍‌ରେ ୧୫ କି.ମି. ବୋହିନେଲେ ଝିଅର ମୃତଦେହ

ମାଲକାନଗିରି,୧୧।୪ (ଡି.ଏନ.ଏ.): ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଶିଶୁଙ୍କ ସୁରକ୍ଷା ପାଇଁ ମମତା ଯୋଜନାଠାରୁ ମୃତ୍ୟୁହେଲେ ସତ୍କାର ପାଇଁ ହରିଶ୍ଚନ୍ଦ୍ର...

ପରୀକୁ ନ୍ୟାୟ ଦେବାରେ ବିଫଳତାର ପ୍ରତିବାଦ: ଭାଜପାର ପଦଯାତ୍ରାକୁ କଂଗ୍ରେସର ଗଡ଼ିବ ପରୀ ନ୍ୟାୟ ରଥ

ନୟାଗଡ ଅଫିସ,୯ ।୧୨: ପରୀକୁ ନ୍ୟାୟ ଦେବାରେ ରାଜ୍ୟ ସରକାରଙ୍କର ବିଫଳତାର ପ୍ରତିବାଦରେ ଭାଜପା ଓ କଂଗ୍ରେସ ଆନ୍ଦୋଳନକୁ ତ୍ୱରାନ୍ବିତ କରିଛନ୍ତି। ଭାଜପା ପଦଯାତ୍ରା କରିବାକୁ...

ନିଯୁକ୍ତି ସତ୍ତ୍ୱେ ନିଅଣ୍ଟ

ବଇଣ୍ଡା,୫ା୭: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ୨୭ ଡାକ୍ତର ପଦବୀ ଖାଲି ଥିଲା। କରୋନା ସମୟରେ ଏତେ ସଂଖ୍ୟକ ଡାକ୍ତର ନଥିବା ଯୋଗୁ ଆଠମଲ୍ଲିକ ଓ କିଶୋରନଗର...

Advertisement
Archives

Model This Week