୨ ଦିନରେ ୨ କିଡ୍‌ନୀ ଆକ୍ରାନ୍ତଙ୍କ ମୃତ୍ୟୁ: ମୃତକଙ୍କୁ ମିଳୁନି ସରକାରୀ ସହାୟତା

ଅମରପାଲି, ୨୪ା୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ଦୁଇଦିନ ମଧ୍ୟରେ ୨ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତ ୨୦ ତାରିଖ ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ଗୁଦୁଗୁଦା ଗ୍ରାମର ପ୍ରହଲ୍ଲାଦ ପଧାନ(୭୩)ଙ୍କ କିଡ଼ନୀ ରୋଗରେ ମୃତ୍ୟୁ ଘଟିଥିବା ବେଳେ ୨୧ତାରିଖରେ ବୀରମହାରାଜପୁର ଉପଖଣ୍ଡ ସୂଚନା କେନ୍ଦ୍ର ଓ ପାଠାଗାରରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସାମନ୍ତ କୁମ୍ଭାର(୫୮)ଙ୍କ ଏଡି ରୋଗରେ ମୃତ୍ୟୁ ଘଟିଛି। ଉଭୟେ ଦୀର୍ଘଦିନ ହେଲା କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।
ବହଳପଦର ପଞ୍ଚାୟତ ଗୁଦୁଗୁଦା ଗ୍ରାମର ପ୍ରହଲ୍ଲାଦ ପ୍ରଧାନ ୨୦୧୬ରୁ କିଡ଼ନୀ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଜର ହେବାରୁ ପ୍ରଥମେ ବୀରମହାରାଜପୁର ଚିକିତ୍ସାଳୟରେ ଚିକିତ୍ସା ହୋଇଥିଲେ। ମାତ୍ରେ ନ କମିବାରୁ ସେ ସୋନପୁର ଓ ପରେ ସମ୍ବଲପୁର ଡାକ୍ତରଖାନା ଯାଇ ଚିକିତ୍ସା ହୋଇଥିଲେ। ସମ୍ବଲପୁରରେ ପରୀକ୍ଷା ପରେ ତାଙ୍କୁ କିଡ଼ନୀ ରୋଗ ହୋଇଥିବା ଜଣାପଡିଥିଲା। ପରେ ସେ ବୁର୍ଲା ବଡ଼ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇଥିଲେ। ସେଠାରେ ରୋଗ ଭଲ ନ ହେବାରୁ ସେ କଟକ ବଡ଼ ମେଡ଼ିକାଲ ଓ ଭୁବନେଶ୍ବରର ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ସ୍ତ୍ରୀଙ୍କର ୨ବର୍ଷ ପୂର୍ବରୁ ମୃତ୍ୟୁ ଘଟିଥିଲା। ବଡଝିଅର ବିବାହ ହୋଇସାରିଛି। ପ୍ରହଲ୍ଲାଦଙ୍କ ମୃତ୍ୟୁ ପରେ ଏବେ ସାନଝିଅ ପ୍ରତିମାରାଣୀ ଏକୁଟିଆ ହୋଇଯାଇଛନ୍ତି। ସେହିପରି ବୀରମହାରାଜପୁର ଉପଖଣ୍ଡ ସୂଚନା କେନ୍ଦ୍ର ଓ ପାଠାଗାରର ଚତୁର୍ଥ ଶ୍ରେଣୀ କର୍ମଚାରୀ ସାମନ୍ତ କୁମ୍ଭାର ମଧ୍ୟ ଦୁଇବର୍ଷ ହେଲା କିଡ଼ନୀ ରୋଗର ଆକ୍ରାନ୍ତ ହୋଇଥିଲେ। ସେ ମଧ୍ୟ ଧାରକରଜ କରି ଚିକିତ୍ସିତ ହେଉଥିଲେ। ସାମନ୍ତଙ୍କ ଘର ବଲାଙ୍ଗୀର ଜିଲା ଗଏଁତଲା ଗ୍ରାମରେ।
ସେହିପରି ଫେବୃଆରୀ ପ୍ରଥମ ସପ୍ତାହରେ ଦାଦରପାଲି ଗ୍ରାମର ପୁରନ୍ଦର ଭେସେରା(୪୫)ଙ୍କ କିଡ଼ନୀ ରୋଗର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ସେ କୁଲିମଜୁରି କରି ପରିବାର ଚଳାଉଥିଲେ। ତାଙ୍କ ମୃତ୍ୟୁ ପରେ ପୁରନ୍ଦରଙ୍କ ପରିବାର ଲୋକ ଏବେ ଅସହାୟ ହୋଇ ପଡିଛନ୍ତି। କିଡ଼ନୀ ରୋଗୀଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ତରଫରୁ କେତେକଙ୍କ ଘରକୁ ଯାଇ କେବଳ ପଚରାଉଚରା କରି କାମ ସାରି ଦେଉଛନ୍ତି। ମାତ୍ର ସମ୍ପୃକ୍ତ ପରିବାରକୁ କୌଣସି ଆର୍ଥିକ ସହାୟତା ପ୍ରଦାନ କରାଯାଉନାହିଁ। ଏପରିକି ଏହି ଅଞ୍ଚଳରୁ ଏତେ ସଂଖ୍ୟକ କିଡ଼ନୀ ରୋଗୀଙ୍କ ମୃତ୍ୟୁ ଘଟୁଥିଲେ ମଧ୍ୟ ପ୍ରତିକାର ପାଇଁ ଆଖିଦୃଶିଆ କୌଣସି ପଦକ୍ଷେପ ନିଆଯାଉନାହିଁ। ଏବେ ମଧ୍ୟ ବୀରମହାରାଜପୁର ଅଞ୍ଚଳରେ ଶତାଧିକ କିଡ଼ନୀ ରୋଗୀ ଥିଲେ ମଧ୍ୟ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ମିଳିପାରୁନାହିଁ। ଏହି ଅଞ୍ଚଳର ଗୁରୁତର କିଡନୀ ରୋଗୀମାନେ ଡାଏଲିସିସ ପାଇଁ ବୌଦ୍ଧ, ସମ୍ବଲପୁର, ବୁର୍ଲା, ସୋନପୁର ମେଡ଼ିକାଲ ଉପରେ ନିର୍ଭର କରୁଛନ୍ତି। ଏ ନେଇ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ଅଧ୍ୟକ୍ଷ ସୁବାଷ ପଣ୍ଡାଙ୍କୁ ତାଙ୍କ ମୋବାଇଲ ନଂ.୮୦୯୩୬୬୭୮୪୪ରେ ଯୋଗାଯୋଗ କରାଯାଇଥିଲା। ହେଲେ ସେ କଲ୍‌ ରିସିଭ ନ କରିବାରୁ ପ୍ରତିକ୍ରିୟା ମିଳି ପାରିନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri