Posted inଜାତୀୟ

କୁଲଗାମରେ ଜୈଶର ୨ଆତଙ୍କବାଦୀ ନିପାତ

ଶ୍ରୀନଗର,୨୪।୪: ଜମ୍ମୁ-କଶ୍ମୀର କୁଲଗାମ ଜିଲାର ମିରହମା ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ମୃତ ୨ଜଣ ଆତଙ୍କବାଦୀ ଜୈଶ-ଏ- ମହମ୍ମଦ ସଂଗଠନର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କୁଲଗାମ ଜିଲାର ମିରହମା ଅଞ୍ଚଳରେ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଲୁଚିରହିଥିବା ନେଇ କୁଲଗାମ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଏକ ଖବର ମିଳିଥିଲା। ଏହାପରେ ପୋଲିସ ଓ ସେନାର ମିଳିତ ସହଯୋଗରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖି ସେମାନଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହାର ପ୍ରତିଜବାବରେ ମଧ୍ୟ ସୁରକ୍ଷାକର୍ମୀ ସେମାନଙ୍କ ଉପରେ ଆକ୍ରମଣ କରିଥିେଲେ। ତେବେ ଗୁଳିବିନିମୟରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏଥିସହ ସେମାନଙ୍କ ମୃତଦେହ ଜବତ କରାଯିବା ସହିତ ଘଟଣାସ୍ଥଳରୁ ଆପତ୍ତିଜନକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରାଯାଇଛି। ଅନ୍ୟପଟେ ଉକ୍ତ ଅଞ୍ଚଳକୁ ଖାଲି କରାଯିବା ସହ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri