କାଳିଆପାଣି ଖଣି ଅଞ୍ଚଳରେ ବଢୁଛି ନୀଳପଥର ଚୋରାଚାଲାଣ

କାଳିଆପାଣି,୨୪ା୪(ଡି.ଏନ.ଏ.): ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ କ୍ରୋମାଇଟ୍‌, ଆଇରନ ଓ ପାରାସନାଇଟ ନୀଳପଥର ଆଦି ରହିଥିବା ବେଳେ ୯୫ ପ୍ରତିଶତ କ୍ରୋମାଇଟ ରହିଛି। ତେବେ ଏହି ଧାତୁ ଉପରେ ସରକାରଙ୍କ ନଜର ପଡ଼ି ନ ଥିବା ବେଳେ ଚୋରା ମାଫିଆଙ୍କ ନଜର ପଡ଼ିଛି। ଏବେ ଖୋଲାଖୋଲି ଭାବେ ନୀଳପଥର ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ପୋଲିସ ଓ ବନ ବିଭାଗର ନିଷ୍କ୍ରିୟତା ଚୋରା ବେପାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି।

୨୦୧୪ରେ ଚୋରା ବେପାରୀମାନେ ନୀଳପଥର ଚୋରାଚାଲାଣ କରିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୬ରେ କାଳିଆପାଣି ଥାନା ଅଧିକାରୀ ଚୋରାଚାଲାଣ ରୋକିବାକୁ ଚଢ଼ାଉ କରିଥିଲେ। ଏପରି କି ରାଜସ୍ଥାନରୁ ଚୋରା ନୀଳପଥର ଜବତ କରିବା ସହ ଚୋରା ବେପାରୀଙ୍କୁ ଗିରଫ କରିଥିଲେ। ଏହାପରେ ନୀଳପଥର ବେପାରୀଙ୍କ ଚୋରାଚାଲାଣରେ ରୋକ ଲାଗିଥିଲା। ତେବେ କିଛି ଦିନରେ ବିରତି ପରେ ପୁଣି ଏବେ ଚୋରାଚାଲାଣ ନୀଳପଥର ବେପାରୀ ସକ୍ରିୟ ହୋଇ ଉଠିଛନ୍ତି। ସେମାନେ ସ୍ଥାନୀୟ ଲୋକଙ୍କୁ ନୀଳପଥର ସଂଗ୍ରହ କାମରେ ଲଗାଇ ଝୁଡିକୁ ୫୦ ଟଙ୍କା ଦେଇ କିଣିନେଉଥିବା କେତେଜଣ ଗାଁ ଲୋକଙ୍କଠାରୁ ଶୁଣିବାକୁ ମିଳିଛି। ପ୍ରତିଦିନ ଚୋରା ବେପାରୀ ବେଧଡ଼କ ଭାବେ ଗାଡ଼ି ଲଗାଇ ନୀଳପଥର ଚୋରାଚାଲାଣ କରୁଥିବା ଦେଖିବାକୁ ମିଳିଛି। ଗାଁଲୋକ ଛୋଟ ପଥର ଗୋଟାଇବା ସହ ବଡ଼ପଥର ଛୋଟଛୋଟ ଖଣ୍ଡ କରି ବସ୍ତାରେ ପୂରାଇ ଚାଲାଣ କରୁଥିବା ଅଭିଯୋଗ ହେଉଛି। ରାସ୍ତାଠାରୁ ଅଳ୍ପ ଦୂରରେ ନୀଳ ପଥରକୁ ଜଙ୍ଗଲର ବୁଦୁବୁଦିଆ ବଣମଧ୍ୟରେ ଲୁଚାଇ ରଖି ଅଖାରେ ଭର୍ତ୍ତି କରି ଚାଲାଣ କରାଯାଉଛି।

ତେବେ ପାହାଡ଼ ପାଦଦେଶରେ ବନ ବିଭାଗର କାର୍ଯ୍ୟାଳୟ ରହିଥିବାବେଳେ ପ୍ରତିଦିନ ସେ ଅଞ୍ଚଳକୁ ଅଧିକାରୀ ଗସ୍ତ କରୁଛନ୍ତି। କିନ୍ତୁ ସାଧାରଣ ଲୋକ ଗଲେ ଏସବୁ କାରବାର ସେମାନଙ୍କ ନଜର ପଡୁଥିବା ବେଳେ ବନ ବିଭାଗ ଅଧିକାରୀଙ୍କ ନଜର କିପରି ପଡୁନାହିଁ ତାହା ଲୋକଙ୍କ ମନରେ ବନ ବିଭାଗ କାର୍ଯ୍ୟ ପ୍ରତି ସନ୍ଦେହ ସୃଷ୍ଟି କରିଛି। କାଳିଆପାଣି ଓ ଟମକା ଥାନା ପୋଲିସ ନଜର ଦେଲେ ଚୋରାଚାଲାଣ ରୋକିପାରନ୍ତା। ତେବେ କାହିଁକି ପୋଲିସ ପଥର ଚୋରାଚାଲାଣ ରୋକିବାରେ ପ୍ରୟାସ କରୁନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ଲାଗି କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ବନ ବିଭାଗ ପକ୍ଷରୁ ଫରେଷ୍ଟର ଗଣେଶ୍ବର ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ପଥର ଚୋରା ଚାଲାଣ ସମ୍ପର୍କରେ ଖବର ମିଳିଲେ ଚଢ଼ାଉ କରାଯାଇ ବନ୍ଦ କରାଯାଉଛି। ଆଗକୁ ଚଢ଼ାଉ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସମ୍ପର୍କରେ ଶିଶୁଙ୍କୁ ସଚେତନ କରାଯିବ

କଟକ ଅଫିସ୍‌,୯।୫: ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁମାନଙ୍କର ସୁରକ୍ଷା ପାଇଁ ଏକ ରାଜ୍ୟ ସ୍ତରୀୟ ପ୍ରଚାର ଅଭିଯାନର ଶୁକ୍ରବାର ଶୁଭାରମ୍ଭ ହୋଇଛି। ପ୍ରାଧିକରଣର...

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଆସିକା,୧୬ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ସବ୍‌ଜେଲରେ ଶୁକ୍ରବାର ସକାଳେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି ା ସେ ହେଲେ ଧରାକୋଟ ଥାନା ଅନ୍ତର୍ଗତ ବାଦଗଡ଼...

ମହିଳାଙ୍କ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ବଡ଼ସାହି, ୭।୬(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଜୁଣପଦା ଗ୍ରାମର ଜଣେ ମହିଳାଙ୍କ ମୃତଦେହ ଶୁକ୍ରବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ଶୁକ...

କଟକଣା ହେଲା କୋହଳ

କେନ୍ଦୁଝର, ୨୧।୫( ସ୍ବ.ପ୍ର.)-ଜିଲା ପ୍ରଶାସନ ଜାରି କଲା ନୂଆ ଗାଇଡ଼ ଲାଇନ। କଣ୍ଟେନମେଣ୍ଟ ଯୋନ ବାହାରେ କୋଭିଡ୧୯ ପାଇଁ ଥିବା କଟକଣା କୋହଳ କଲା। ଗ୍ରସୋରି,...

୪୮ନଂ. ଓ୍ବାର୍ଡ ଭାଜପା କାର୍ଯ୍ୟାଳୟ ଉପରକୁ ବୋମାମାଡ଼

ଭୁବନେଶ୍ୱର,୧୮।୪(ବ୍ୟୁରୋ): ନୟାପଲ୍ଲୀ ଥାନା ଅଧୀନ ମଧ୍ୟ ଭୁବନେଶ୍ୱର ଡେଲଟା କଲୋନୀ ନିକଟ ୪୮ନଂ. ଓ୍ବାର୍ଡ ଭାଜପା କାର୍ଯ୍ୟାଳୟ ଉପରକୁ ବୁଧବାର ରାତିରେ ବୋମାମାଡ଼ ହୋଇଛି। ରାତି...

ଡେକାନ ୱାରିୟର୍ସ ଓ ଝାଡ଼େଶ୍ୱର ୱାରିୟର୍ସ ବିଜୟୀ

ବାଲେଶ୍ୱର ଅଫିସ,୫।୩- ବାଲେଶ୍ୱର ସହର ସ୍ଥାନୀୟ ପରମିଟ୍‌ ପଡ଼ିଆରେ ବାଲେଶ୍ୱର ପ୍ରିମିୟର ଲିଗ୍‌ ସିଜନ୍‌-୧୧ର ବୁଧବାର ସପ୍ତମ ଦିନରେ ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ପ୍ରଥମ...

୧୩ରେ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, ୧୧। ୨(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖରେ କେନ୍ଦୁଝର ଜିଲା ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ...

ରାସ୍ତାକୁ ଓହ୍ଲାଇଲେ ବଡ଼ଝରାବାସୀ

ପରଜଙ୍ଗ, ୧୪।୬ (ଡି.ଏନ୍‌.ଏ.) ଜମି ପାଖଦେଇ ଯାଇଛି କେନାଲ। ହେଲେ ବିଲକୁ ମାଡୁନି ପାଣି। ସ୍ଥାଣୁ ପାଲଟିଛି ବସୁଧା ପ୍ରକଳ୍ପ। ଏନ୍‌ଏଚ୍‌ ସମ୍ପ୍ରସାରଣରେ ବିଲବାଡ଼ି କ୍ଷତିଗ୍ରସ୍ତ...

Advertisement
Archives

Model This Week