ରାସ୍ତା ମଝିରେ ଗର୍ଭବତୀ ୨ ଘଣ୍ଟା ଛଟପଟ

କାଳିଆପାଣି,୩୧ା୧୦(ଡି.ଏନ.ଏ.): କାଳିଆପାଣି ଖଣି ଅଞ୍ଚଳରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଟ୍ରକଗୁଡ଼ିକ ବେଆଇନ ଧାଡ଼ି ଲଗାଇବା ଯୋଗୁ ଏକ ଆମ୍ବୁଲାନ୍ସ ରବିବାର ସକାଳ ୮ରୁ ପୂର୍ବାହ୍ନ ୧୦ଟା ଯାଏ ଫସି ରହିଥିଲା। କାଳିଆପାଣି ଥାନା ପୋଲିସକୁ ଟ୍ରାଫିକ ଜାମ୍‌ ହଟାଇବା ପାଇଁ ୨ ଘଣ୍ଟା ଲାଗିଥିଲା। ଫଳରେ ଜଣେ ଗର୍ଭବତୀ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଖଣି ଅଞ୍ଚଳକୁ କ୍ରୋମାଇଟ୍‌ ଲୋଡିଂ ପାଇଁ ଆସୁଥିବା ଟ୍ରକ୍‌ଗୁଡ଼ିକ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ନିୟମରେ ରାସ୍ତାକଡରେ ଧାଡ଼ି କରି ଠିଆ ହୋଇ ନିଜ ସିରିୟଲ ନମ୍ବର ପାଇବାକୁ ଅପେକ୍ଷା କରି ରହୁଛନ୍ତି। ସେହିପରି ସମାନ ଦିଗକୁ ମୁହଁ କରି ଅପରପାର୍ଶ୍ୱ ରାସ୍ତାରେ ମଧ୍ୟ ଟ୍ରକଗୁଡ଼ିକ ୫୦ ମିଟର ଯାଏ ଠିଆ ହୋଇ ନମ୍ବର ପାଇବାକୁ ଜଗି ରହୁଛନ୍ତି। ଏଭଳି ବେଆଇନ କାର୍ଯ୍ୟ ହେଉଥିଲେ ମଧ୍ୟ ପୋଲିସ ନୀରବଦ୍ରଷ୍ଟା ସାଜୁଛି। ଏଥିପାଇଁ ପୋଲିସ ଲାଭବାନ ହେଉଥିବାବେଳେ ସାଧାରଣ ଲୋକ ରାସ୍ତାମଝିରେ ଫସି ରହି ଦହଗଞ୍ଜ ହେଉଛନ୍ତି।
ପୋଲିସ ଉପସ୍ଥିତିରେ କମ୍ପାନୀ ସିକ୍ୟୁରିଟି ଗାର୍ଡ ଟ୍ରକଗୁଡ଼ିକୁ ସିରିୟଲ ନମ୍ବର ଦେଇଥାନ୍ତି। ଏହି ସମୟରେ ଟ୍ରକଗୁଡ଼ିକ ଧସେଇ ପଶି ଆସିଥାନ୍ତି। ଏଥିଯୋଗୁ ଟମକା -ମଙ୍ଗଳପୁର ରାସ୍ତାର କମର୍ଦ୍ଦାଠାରୁ କଲରଙ୍ଗୀ ଛକ ପର୍ଯ୍ୟନ୍ତ ନାହିଁ ନ ଥିବା ଜାମ୍‌ ଦେଖିବାକୁ ମିଳୁଛି। ଶନିବାର ସରୁଆବିଲ ଖଣିରୁ କ୍ରୋମାଇଟ ଲୋଡିଂ କରିବାକୁ ଠିଆ ହୋଇଥିବା ଟ୍ରକଗୁଡିକ ଜାମ କରିବାରୁ ସ୍ଥାନୀୟ ମହିଳାମାନେ ଠେଙ୍ଗା ଧରି ଟ୍ରକଗୁଡ଼ିକୁ ଗୋଡ଼ାଇଥିଲେ। ହେଲେ ରବିବାର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ଥିଲା। ଫେକର ବେଦାନ୍ତ ଖଣିରୁ କ୍ରୋମାଇଟ ଲୋଡିଂ କରିବାକୁ ଆସି ଠିଆ ହୋଇଥିବା ଟ୍ରକଗୁଡ଼ିକ ମଝିରେ ଅନ୍ୟ ଟ୍ରକଗୁଡ଼ିକୁ ଭର୍ତ୍ତି କରାଯାଉଥିଲା। ଏହାଦ୍ବାରା ଅନ୍ୟ ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକ ଫସି ରହିଥିଲା। ସେଥିମଧ୍ୟରେ କାଳିଆପାଣି ଅଞ୍ଚଳରୁ ଜଣେ ଗର୍ଭବତୀଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଉଥିବା ଆମ୍ବୁଲାନ୍ସ ଅଟକି ଯାଇଥିଲା। ପ୍ରତିଦିନ ଏଭଳି ସ୍ଥିତି ଉପୁଜୁଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଏସ୍‌ପି, ଜିଲାପାଳ ତୁରନ୍ତ ଏହାର ସ୍ଥାୟୀ ସମାଧାନ ନ କଲେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ 

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri