ଗୋଟିଏ ବିଦ୍ୟାଳୟରେ ୨ ପ୍ରଧାନ ଶିକ୍ଷକ

କଟକ ଅଫିସ,୨୩ା୨: ଖ୍ରୀଷ୍ଟ କଲିଜିଏଟ୍‌ ସ୍କୁଲରେ ୨ ଜଣ ପ୍ରଧାନ ଶିକ୍ଷକ। ଜିଲା ଶିକ୍ଷା ଅଧିକାର(ଡିଇଓ) କାର୍ଯ୍ୟାଳୟ ପକ୍ଷରୁ ଜଣଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆ ଯାଇଥିବାବେଳେ କଟକ ଖ୍ରୀଷ୍ଟିଆନ ଏଜୁକେଶନ ବୋର୍ଡ (ସିସିଇବି) ଦ୍ବାରା ଆଉ ଜଣେ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରୁଛନ୍ତି। ସିସିଇବି ପକ୍ଷରୁ କିଛି ମାସ ହେବ ରାଜେନ୍ଦ୍ର ପ୍ରସାଦ ସାମଲଙ୍କୁ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି। ହେଲେ ଜିଲା ଶିକ୍ଷା ବିଭାଗ ଅନୁଯାୟୀ ପ୍ରଫୁଲ୍ଲ ସାହୁ ବର୍ତ୍ତମାନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଛନ୍ତି। ଏଭଳି ସ୍ଥିତିରେ ବିଦ୍ୟାଳୟ ଉନ୍ନତୀକରଣ ପାଇଁ ଆସୁଥିବା ଟଙ୍କା କାର୍ଯ୍ୟରେ ଲାଗି ପାରୁନାହିଁ। ପିଲାମାନଙ୍କ ପାଇଁ ଉପଯୁକ୍ତ କ୍ଲାସ୍‌ ରୁମ୍‌ ନ ଥିବାରୁ ସେମାନଙ୍କୁ ନିର୍ମାଣାଧୀନ କୋଠାରେ ପଢ଼ିବାକୁ ପଡ଼ୁଛି। ଏପରି କି ପିଇବାକୁ ବିଶୁଦ୍ଧ ପାନୀୟ ଜଳ ମିଳିପାରୁ ନାହିଁ। ବିଦ୍ୟାଳୟ ପରିଚାଳନା କମିଟି ଓ ଜିଲା ଶିକ୍ଷା ଅଧିକାରୀଙ୍କ ମଧ୍ୟରେ ବିବାଦ ଯୋଗୁ ଛାତ୍ରୀଛାତ୍ରମାନେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ବିଦ୍ୟାଳୟର ଉନ୍ନତୀକରଣ କାର୍ଯ୍ୟ ମଧ୍ୟ ଏକ ପ୍ରକାର ଠପ୍‌ ହୋଇଯାଇଛି। ଅନ୍ୟପକ୍ଷରେ ୫-ଟି ସ୍କୁଲ ରୂପାନ୍ତୀିକରଣ କାର୍ଯ୍ୟକ୍ରମରେ ଖ୍ରୀଷ୍ଟ କଲିଜିଏଟ ସ୍କୁଲକୁ ସାମିଲ କରାଯାଇଥିଲେ ସୁଦ୍ଧା ବିବାଦ ଯୋଗୁଁ ଏହାର ଉନ୍ନତୀକରଣ କାର୍ଯ୍ୟ ଆଗେଇ ପାରୁନାହିଁ। ଦୀର୍ଘଦିନ ଧରି ସମସ୍ୟା ଲାଗିରହିଥିଲେ ମଧ୍ୟ ଶିକ୍ଷା ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ।

ସୂଚନା ମୁତାବକ, ଖ୍ରୀଷ୍ଟ କଲିଜିଏଟ୍‌ ସ୍କୁଲ ସିସିଇବି ଦ୍ବାରା ପରିଚାଳିତ। ପ୍ରତ୍ୟେକ ୩ବର୍ଷରେ ବୋର୍ଡର ନିର୍ବାଚନ ଅନୁଷ୍ଠିତ ହୋଇ କାର୍ଯ୍ୟକାରୀ କମିଟି ହୋଇଥାଏ। ଏଥିରେ ୨୩ଜଣ ସଦସ୍ୟ ନିର୍ବାଚିତ ହୋଇଥାନ୍ତି। ମାତ୍ର ବିଦ୍ୟାଳୟ ପରିଚାଳନା ଲାଗି ଆଉ ଏକ କମିଟି ଗଠନ କରାଯାଇଛି। ଏଥିରେ ମୋଟ ୧୧ଜଣ ସଦସ୍ୟ ରହିଛନ୍ତି। ବୋର୍ଡର ୬ଜଣ ସଦସ୍ୟଙ୍କୁ ଏହି ପରିଚାଳନା କମିଟିକୁ ପଠାଯାଇଥାଏ। ଏଥିସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଜଣେ ଶିକ୍ଷକ, ଦୁଇ ଜଣ ହିନ୍ଦୁ ଓ ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ମୋଟ ୧୧ ଜଣଙ୍କୁ ପରିଚାଳନା କମିଟିରେ ରଖାଯାଇଥାଏ। ବିଦ୍ୟାଳୟ ପରିଚାଳନା କମିିଟି ଲାଗି ସଭାପତି ଓ ସମ୍ପାଦକ ମନୋନୟନ କାର୍ଯ୍ୟ ସିସିଇବି ଉପରେ ରହିଥାଏ। ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନିଯୁକ୍ତି ମଧ୍ୟ ସିସିଇବି କରିଥାଏ। ମାତ୍ର ଅନ୍ୟାନ୍ୟ ନିଯୁକ୍ତି ବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା କରାଯାଇଥାଏ। ନିକଟରେ ବିଦ୍ୟାଳୟ ପରିଚାଳନା କମିଟିର ଜଣେ ଅଧିକାରୀ ଓ ପୂର୍ବତନ ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ୧୪ଟି ପଦ ଲାଗି ନିଯୁକ୍ତି ପ୍ରଦାନ କରିଥିଲେ। ଏଥିଲାଗି ଡିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଥିଲା। ୧୧ଜଣ ଶିକ୍ଷକ, ଜଣେ ପିଇଟି, ୨ଜଣ କ୍ଲର୍କ ନିଯୁକ୍ତି ପାଇଥିଲେ। ତେବେ ଏହି ନିଯୁକ୍ତି ପ୍ରକ୍ରିୟା ବେଆଇନ ଓ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଉଠିଥିଲା। ଡିଇଓ କାର୍ଯ୍ୟାଳୟ କର୍ମଚାରୀଙ୍କ ଏକାଧିକ ସମ୍ପର୍କୀୟ ଏହି ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇଥିବା ଅଭିଯୋଗ ଆସିଥିଲା। ଏ ସଂକ୍ରାନ୍ତରେ ପରିଚାଳନା କମିଟିର ଜଣେ ପୂର୍ବତନ ସମ୍ପାଦକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏପରିକି ସିସିଇବି ନିକଟରେ ଅଭିଯୋଗ ହେବା ପରେ ଏକ ସ୍ବତନ୍ତ୍ର କମିଟି ଏହାର ତଦନ୍ତ କରିଥିଲା। ନିଯୁକ୍ତିରେ ଅନିୟମିତତା ହୋଇଥିବା ଜାଣିବା ପରେ ତଦନ୍ତ କମିଟି ସିସିଇବିକୁ ରିପୋର୍ଟ ପ୍ରଦାନ କରିଥିଲା। ଫଳରେ ସିସିଇବି କାର୍ଯ୍ୟକାରୀ କମିଟି ପୂର୍ବତନ ସମ୍ପାଦକ ଓ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରିଥିଲେ। ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ସାହୁଙ୍କୁ ନିଲମ୍ବନ ପରେ ବୋର୍ଡ ପକ୍ଷରୁ ରାଜେନ୍ଦ୍ର ପ୍ରସାଦ ସାମଲଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ଏହି ମାମଲା କୋର୍ଟରେ ମଧ୍ୟ ପହଁଞ୍ଚତ୍ତ୍ଛି। ତେବେ ନିଲମ୍ବିତ ହୋଇଥିବା ପ୍ରଧାନ ଶିକ୍ଷକ ବିଭିନ୍ନ ସମୟରେ ବିଦ୍ୟାଳୟକୁ ଆସି ହସ୍ତକ୍ଷେପ କରୁଥିବା ଅଭିଯୋଗ ଉଠୁଛି। ଏପରିକି ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଡିଡିଓ ପାୱାର ପ୍ରଦାନ କରାଯାଇ ନ ଥିବାରୁ ବିଦ୍ୟାଳୟକୁ ଆସୁଥିବା ସରକାରୀ ସହାୟତା ରାଶି ବ୍ୟାଙ୍କ ଆକାଉଣ୍ଟରେ ପଡ଼ି ରହୁଛି। ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନଭୋଜନ ପ୍ରଦାନ କରିବା କଷ୍ଟକର ହୋଇପଡୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୫-ଟି ଜରିଆରେ ବିଦ୍ୟାଳୟର ରୁପାନ୍ତରୀକରଣ ଲାଗି ୪୫ ଲକ୍ଷ ଟଙ୍କା ଆସିଛି। ହେଲେ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ଖର୍ଚ୍ଚ ଲାଗି ଟଙ୍କା ଉଠାଇ ପାରୁ ନାହାନ୍ତିି, ଯାହାକୁ ନେଇ ସମସ୍ୟା ବଢିବାରେ ଲାଗିଛି। ତେବେ ଏନେଇ ଡିଇଓ କୃଷ୍ଣ ଚନ୍ଦ୍ର ନାୟକ କହିଛନ୍ତି ମୋ ବିନା ଅନୁମତିରେ ଏଭଳି କାର୍ଯ୍ୟ କରାଯାଇଛି। ବୋର୍ଡ ପକ୍ଷରୁ ପ୍ରଧାନ ଶିକ୍ଷକ ପାଇଁ ଯାହାକୁ ଦାୟିତ୍ୱ ପ୍ରଦାନ କରିବାକୁ କୁହାଯାଉଛି। ସେ ସେଥିପାଇଁ ଯୋଗ୍ୟ ନୁହନ୍ତି। ଗାଇଡ୍‌ଲାଇନ ଅନୁଯାୟୀ ଯିଏ ୭ବର୍ଷ ଟିଜି ପୋଷ୍ଟରେ ଥିବ ସେ ପ୍ରଧାନ ଶିକ୍ଷକ ହେବା ପାଇଁ ଯୋଗ୍ୟ ହେବେ, ହେଲେ ପ୍ରଧାନଙ୍କ ସେ ଯୋଗ୍ୟତା ନାହିଁ। ତେଣୁ ଆମେ କିଭଳି ତାଙ୍କୁ ଦାୟିତ୍ୱ ପ୍ରଦାନ କରିବୁ? ଡିଇଓ କାର୍ଯ୍ୟାଳୟ ଅନୁଯାୟୀ ପ୍ରଫୁଲ୍ଲ ସାହୁ ହି ବର୍ତ୍ତମାନ ପ୍ରଧାନ ଶିକ୍ଷକ ବୋଲି ଡିଇଓ କହିଛନ୍ତି। ତେବେ ବର୍ତ୍ତମାନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ଥାନରେ ଜଣେ ବସିଥିବାବେଳେ ଡିଇଓଙ୍କ ପକ୍ଷରୁ ଆଉ ଜଣଙ୍କୁ ପ୍ରଧାନ ଶିକ୍ଷକ ଭାବେ ସ୍ବୀକୃତି ମିଳିଛି। ଏଭଳି ବିବାଦ ଏବେ ପିଲାଙ୍କ ସମସ୍ୟାର କାରଣ ପାଲଟିଛି। ଏନେଇ ସିସିଇବିର ସମ୍ପାଦକ ରବୀନ୍ଦ୍ର କୁମାର ଦାସ କହିଛନ୍ତି, ସିସିଇବି ପକ୍ଷରୁ ରାଜେନ୍ଦ୍ର ପ୍ରସାଦ ସାମଲଙ୍କୁ ହିଁ ପ୍ରଧାନ ଶିକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଛି । ବର୍ତ୍ତମାନ ସ୍କୁଲର ପ୍ରଧାନ ଶିକ୍ଷକ ସେ ଅଛନ୍ତି। କମିଟି ତଦନ୍ତ କରାଯାଇ ସାହୁଙ୍କୁ ଉକ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି । ତେବେ ପିଲାଙ୍କ ସମସ୍ୟା ସମାଧାନ ନେଇ ଏଡିଏମ୍‌ଙ୍କ ସହ ଆଲୋଚନା ହୋଇଛି। ଏହାର ସମାଧାନ ଖୁବ୍‌ଶୀଘ୍ର ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ହଜାର ଟଙ୍କା ଲାଞ୍ଚ ନେଇ ଜେଲ ଗଲେ ଶ୍ରମ ଅଧିକାରୀ

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

ନୂଆଁଖାଇ ପାଇଁ ଏକଜୁଟ ହେଲେ ଦୁଇ ଖଣ୍ଡ ଗାଁର ୮୦୦ ପରିବାର

ବଲାଙ୍ଗୀର, ୧।୯: ବଲାଙ୍ଗୀର ଜିଲାରେ ନୂଆଁଖାଇ ପର୍ବ ପାଳନକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଗଣପର୍ବ ନୂଆଁଖାଇ ଭାଇଚାରା ଓ ଏକତାର ପର୍ବ ହୋଇଥିବାରୁ ବିଭିନ୍ନ…

ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ପ୍ରସଙ୍ଗରେ ଗର୍ଜିଲା ବିଜେଡି

ଧାମନଗର,୧।୯(ସନ୍ତୋଷ କୁମାର ମହାପାତ୍ର): ଫର୍ମ-୭ର ଅପବ୍ୟବହାର କରି ପ୍ରାୟ ୩ ହଜାରରୁ ଊଦ୍ଧର୍‌ବ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ଦେବା ପ୍ରସଙ୍ଗରେ ଧାମନଗର…

ମୟୂରଭଞ୍ଜ ପ୍ରବଳରୁ ଅତି ପ୍ରବଳ ବର୍ଷା: ଉପୁଜିଲା ବନ୍ୟା ଆଶଙ୍କା

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପଜନିତ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ବ୍ଲକ ସମେତ ଶିମିଳିପାଳର ବିଭିନ୍ନ ସ୍ଥାନରେ ସୋମବାର ସକାଳ…

ଖାଦ୍ୟ ଖୋଜି ଗାଁରେ ଭାଲୁ! ରାତି ଅଧରେ ମନ୍ଦିରରେ ପଶି ନେଇଗଲା ଘିଅ ଡବା, ଭୟରେ ଗ୍ରାମବାସୀ

ନବରଙ୍ଗପୁର,୧।୯(ସଦାଶିବ ପ୍ରହରାଜ): ଭାଲୁ ଖୋଜୁଛି ଖାଦ୍ୟ ଠିକଣା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଜନ ବସତି ମୁହାଁ ଭାଲୁ । ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟି ବ୍ଲକ୍‌…

ଟିଟିଲାଗଡ଼ ସହରରେ ହାତୀ ଆତଙ୍କ: ରେଳ ଧାରଣା ନିକଟରେ ଥିବା ବୁଦାମୂଳ ଭିତରକୁ ପଶି…

ଟିଟିଲାଗଡ଼, ୧/୯ (ସଞ୍ଜୟ କୁମାର ବେହେରା): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ହାତୀ ଆତଙ୍କ ଦେଖାଦେଇଛି। ସୋମବାର ସକାଳୁ ଟିଟିଲାଗଡ଼ ସହରର ମାଳଗୋଦାମପଡ଼ା ନିକଟସ୍ଥ ରେଳ ଲାଇନ…

ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୧।୯: ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ୟୁଏଇ ଗସ୍ତ କରିବ। ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri