ବାଳିକା ଉଚ୍ଚ ବିଦ୍ୟାଳୟରୁ ଚୋରି କରି ୨ଗିରଫ

ବଡ଼ବିଲ,୧।୧୦(ସ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗ ନଗର ବାଳିକା ଉଚ୍ଚ ବିଦ୍ୟାଳୟରୁ ବିଭିନ୍ନ ସାମଗ୍ରୀ ଚୋରୀ ଅଭିଯୋଗରେ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଦାମୁ ହଟିଂ ଅଞ୍ଚଳର ଅଜିତ କୁମାର ବେହେରା ଓ ଶେର ସିଂହ।
ସୂଚନା ଅନୁଯାୟୀ, ଗତ ୨୪ ତାରିଖ ବିଲମ୍ବିତ ରାତିରେ କେହି ଦୁର୍ବୃତ୍ତ ବିଦ୍ୟାଳୟର ୪ଟି ସିଲିଂ ଫ୍ୟାନ, ଏକ ପାଣି ମୋଟର, ୧ଟି ବେସିନ ଓ ୨ଟି ପାଣି ଟ୍ୟାପ ଚୋରି କରି ନେଇଥିଲେ। ଏ ନେଇ ଗତ ସେପ୍ଟେମ୍ବର ୨୯ ତାରିଖରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବଡ଼ବିଲ ପୋଲିସ ଥାନା କେସ ନଂ ୧୬୫/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏହି ଘଟଣାରେ ପୋଲିସ ଗୁରୁବାର ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚୋରି ଯାଇଥିବା ସମସ୍ତ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଦେଇ ଦିଲ୍ଲୀ ଟ୍ରେନ ଚଳାଚଳ ଦାବି: ଦାବି ପୂରଣ ନ ହେଲେ ରେଳରୋକୋ

କେନ୍ଦୁଝର,୫।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ରେଳବାଇ ରାଜସ୍ବ ଆଦାୟ କ୍ଷେତ୍ରରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ହେଲେ ରେଳ ବିଭାଗ କେନ୍ଦୁଝର ଜିଲାକୁ...

ବାଘ ଭୟରେ ଦୋକାନ ବଜାର ବନ୍ଦ

ହାଟଡିହୀ,୪l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ବାଘ ବୁଲୁଥିବା ଗୁଜବକୁ ନେଇ ଭୟର ବାତାବରଣ ଖେଳିଯାଇଛି। ଏହି ବ୍ଲକ ଅଧୀନ ବିଭିନ୍ନ ଛକ...

ଚୋରା ମାଙ୍ଗାନିଜ ବୋଝେଇ ଗାଡ଼ି ନେଇ ଯାଉଥିଲେ ମଝି ରାସ୍ତାରେ ଫାଟିଲା ଚକା : ଧରିଲା ପୋଲିସ 

ଯୋଡ଼ା,୪ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କାରଣ ସାହିଠାରେ ପୋଲିସ ଏକ ଚୋରା ମାଙ୍ଗାନିଜ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ...

ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣା ଏହେସାନ୍‌: ଅଖା ସିଲେଇ କରି ପରିବାର ଚଳାଉଛନ୍ତି

ଚମ୍ପୁଆ,୪।୧୨(ମହେଶ୍ୱର ଦାସ): ରବିବାର ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ହୋଇଛି। ଭିନ୍ନକ୍ଷମମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ବେସରକାରୀ...

ମହୁମାଛି ଆକ୍ରମଣରେ ୩ ଗୁରୁତର

ଘସିପୁରା,୩ା୧୨(ନିରଞ୍ଜନ ସାହୁ): ମହୁମାଛି ଆକ୍ରମଣରେ ଭିନ୍ନ ଭିନ୍ନ ସ୍ଥାନରେ ୩ ଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ତେବେ...

ପାଟ୍ରୋଲିଂ ଇନ୍‌ଚାର୍ଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର,୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ସକାଳେ ଘଟଗାଁ ଥାନା ବାଲିଯୋଡ଼ି ଗ୍ରାମ ନିକଟରେ ଏନ୍‌ଏନ୍‌ ୨୦ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ...

ଧାନଖଳା ଜଗିଥିବା ବେଳେ ଜଣଙ୍କୁ ଦଳିଦେଲା ହାତୀ

କେନ୍ଦୁଝର,୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ ଭେଜିଡିଡି ଗ୍ରାମରେ ଧାନଖଳା ଜଗିଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଙ୍କ...

୩୦ ଫୁଟ ଉଚ୍ଚରୁ ଡେଇଁ ଆତ୍ମହତ୍ୟା କଲେ ପ୍ଲାଣ୍ଟ ଶିଫ୍ଟ ଇନ୍‌ଚାର୍ଜ

ବଡ଼ବିଲ,୩ା୧୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିଥାନା ଅନ୍ତର୍ଗତ ଲୋଇଡ଼ାପଦାସ୍ଥିତ ଏକ ପ୍ଲାଣ୍ଟର ସିଫ୍ଟ ଇନ୍‌ଚାର୍ଜ ୩୦ ଫୁଟ ଉଚ୍ଚରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri