ଉଜୁଡ଼ା ଧାନକ୍ଷେତ ଦେଖି ୨ ଚାଷୀଙ୍କ ମୃତ୍ୟୁ

ଯାଜପୁର/ବିଞ୍ଝାରପୁର/ଡେରାବିଶ,୨୯।୧୨(ହର୍ଷବର୍ଦ୍ଧନ ବେହେରା/ ରାମକୃଷ୍ଣ ଦାସ/ ବେବର୍ତ୍ତା ଅଜୟ ଦାସ): ଏଥର ଜମିରେ ସୁନାର ଫସଲ ଦେଖି ଚାଷୀ ଆତ୍ମବିଭୋର ହୋଇଥିଲେ। କିନ୍ତୁ ଲଘୁଚାପ ଜନିତ ଅଦିନିଆ ବର୍ଷା ବର୍ଷକର ଆହାରକୁ ଭସେଇ ଦେଇଛି। ଏଭଳି ସ୍ଥିତି ଚାଷୀଙ୍କ ପାଇଁ ଅସହ୍ୟ ହୋଇଛି। ଉଜୁଡ଼ା ଧାନକ୍ଷେତ ଦେଖି ଚାଷୀ ଆତ୍ମହତ୍ୟା କରୁଥିବାବେଳେ ଆଉ କେତେଜଣଙ୍କ ପ୍ରାଣବାୟୁ ଉଡ଼ିଯାଉଛି। ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲାରେ ଏଭଳି ଦୁଇଟି ଘଟଣା ଘଟିଛି। ଜଣେ ଚାଷୀ ଜମିରେ ଫସଲହାନିକୁ ଦେଖି ଟଳିପଡ଼ିଥିବାବେଳେ ଆଉ ଜଣେ ଚାଷୀ କ୍ଷତି ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ବିଗତ ଦୁଇ ଦଶନ୍ଧି ହେଲା ବିଶ୍ୱତାପନଜନିତ ଜଳବାୟୁ ପରିବର୍ତ୍ତନରୁ ବିଳମ୍ବିତ, ସ୍ବଳ୍ପ ଓ ଅଦିନିଆ ବର୍ଷା କୃଷି କ୍ଷେତ୍ରକୁ ବ୍ୟାପକ ପ୍ରଭାବିତ କରିଆସୁଛି। ଏଭଳିସ୍ଥିତିରେ ପ୍ରତିବର୍ଷ କ୍ଷତି ସହି ଆସୁଥିବା ଚାଷୀକୁଳ ପାଇଁ ଚାଷ ନିମନ୍ତେ ଅର୍ଥ ଯୋଗାଡ଼ କରିବା କାଠିକର ପାଠ ହେଉଛି। ବ୍ୟାଙ୍କ ଓ ସମବାୟ ସମିତିରୁ ଋଣ ମିଳିବାରେ ଅନେକ କ୍ଳିଷ୍ଟତା ଯୋଗୁ ସେମାନେ ଉଚ୍ଚ ସୁଧରେ ମହାଜନଙ୍କଠାରୁ ଟଙ୍କା ଉଧାର ଆଣୁଛନ୍ତି। ହେଲେ ପ୍ରକୃତିର ପ୍ରକୋପରୁ ଫସଲ ଉଜୁଡ଼ିଗଲେ ସେମାନେ ଋଣ ଶୁଝିବା ଚିନ୍ତାରେ ଆତ୍ମହତ୍ୟା ଭଳି ଚରମପନ୍ଥା ଆପଣାଉଛନ୍ତି।
ଏଥର ଜମିରେ ଯେଭଳି ଧାନ ଫସଲ ହୋଇଥିଲା ସେଥିରୁ ଋଣ ଶୁଝିବା ସହ ଭଲ ରୋଜଗାରର ଆଶା ଥିଲା। ହେଲେ ଲଗାଣ ବର୍ଷାରେ ତାହା ଉଜୁଡ଼ି ଯାଇଥିବା ଦେଖି ଚାଷୀଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ସେ ହେଲେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଚିକଣା ପଞ୍ଚାୟତ ଅନ୍ତର୍ଗତ ମଣିତାପୁର ଗ୍ରାମର ମଣିରାମ ମହାନ୍ତି(୬୨)। ଏହି ଘଟଣାକୁ ପରିବାର ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ ନ କରିବାରୁ ଦିନକ ପରେ ତାହା ଲୋକଲୋଚନକୁ ଆସିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ମଣିରାମ ଶୁକ୍ରବାର ପୂର୍ବାହ୍ନରେ ନିଜ ଜମିକୁ ଯାଇଥିଲେ। ସେଠାରେ ଅନିଦିଆ ବର୍ଷା ପାଣି ଜମି ରହିଥିବାବେଳେ ସେଥିରେ କଟା ଧାନ ସବୁ ପାଣିରେ ବୁଡି ଯାଇଥିଲା। କିଛି ଭାଗ ଧାନଗଛ କଟା ହୋଇ ନ ଥିଲେ ହେଁ ତାହା ବି ପାଣିରେ ପଡ଼ିଥିଲା। ଆଗକୁ ପୁଣି ଲଘୁଚାପ ବର୍ଷା ହେବା ସୂଚନା ପାଇ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଧାନଗଛଗୁଡ଼ିକୁ ପାଣିରୁ ବାହାର କରି ହିଡରେ ରଖିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାହା ସମ୍ଭବ ହୋଇ ପାରିଲାନାହିଁ। ଦେଖୁ ଦେଖୁ ସେ ହଠାତ୍‌ ବିଲରେ ଟଳି ପଡ଼ିଥିଲେ। ଅନ୍ୟ ଚାଷୀମାନେ ମଣିରାମ କ୍ଷେତରେ ପଡ଼ିଥିବା ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ମଣିରାମଙ୍କ ପୁଅ ନିରଞ୍ଜନ(୪୦) ଅନ୍ୟ ଚାଷୀମାନଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ଜିଲା ସଦର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଶୁକ୍ରବାର ଅପରାହ୍ନରେ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ମଣିରାମଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ମଣିରାମଙ୍କ ପରିବାରରେ ତାଙ୍କ ସ୍ତ୍ରୀଙ୍କ ସମେତ ପୁଅ, ବୋହୂ, ନାତୁଣୀ ଅଛନ୍ତି। ୨ ଝିଅଙ୍କୁ ପୂର୍ବରୁ ବିବାହ ଦେଇଛନ୍ତି। ଏହି ପରିବାର ସମ୍ପୂର୍ଣ୍ଣ ଭାବେ ଚାଷ ଉପରେ ନିର୍ଭରଶୀଳ। ପରିବାର ଲୋକଙ୍କ କହିବା ଅନୁସାରେ ମଣିରାମ ନିଜର ୩ ଏକର ଏବଂ ୨ ଏକର ଭାଗଚାଷ କରିଥିଲେ। ଏଥିପାଇଁ ସେ ସେବା ସମବାୟ ସମିତିରୁ ପ୍ରାୟ ୫୫ ହଜାର ଟଙ୍କା ଋଣ ଏବଂ ହାତ ଉଧାରି ବାବଦକୁ ଲକ୍ଷାଧିକ ଟଙ୍କା କରଜ କରିଥିଲେ। ମଣିରାମଙ୍କ ମୃତ୍ୟୁରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିିଛନ୍ତି। ଚାଷୀ ମୃତ୍ୟୁ ସମ୍ପର୍କରେ ବିଞ୍ଝାରପୁର ତହସିଲଦାର କୈଳାସ ଚନ୍ଦ୍ର ମହାଳିକଙ୍କୁ ପଚାରିବାରୁ ସେ କୁହନ୍ତି, ଏଭଳି ଖବର ପାଇବା ପରେ ଶୁକ୍ରବାର ରାତିରେ ପ୍ରଶାସନ ପକ୍ଷରୁ ରାଜସ୍ବ ନିରୀକ୍ଷକ ଶଶିକାନ୍ତ ସାମଲ ଓ ଗ୍ରାମ କୃଷି କର୍ମଚାରୀ ସସ୍ମିତା ଦାସ ମଣିତାପୁର ଗ୍ରାମରେ ପହଞ୍ଚି ଚାଷୀ ମଣିରାମଙ୍କ ମୃତ୍ୟୁ ସମ୍ପର୍କରେ ପଚାରି ବୁଝି ଫେରିଛନ୍ତି। ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଖମୋଳ ପଞ୍ଚାୟତ କୋଶିଦା ଗ୍ରାମର ଭାଗଚାଷୀ ଦୈତାରି ଜେନା(୭୪) ବିଷପିଇ ଆତ୍ମହତ୍ୟା କରିଛନ୍ତି। କେତେଜଣ ଗ୍ରାମବାସୀ କହିଛନ୍ତି, ଦୈତାରି ଗ୍ରାମର କେତେଜଣଙ୍କ ବିଲ ନେଇ ଭାଗଚାଷ କରୁଥିଲେ। ଲଗାଣ ବର୍ଷାରେ ତାଙ୍କର ପାଚିଲା ଧାନ ଫସଲ ଉଜୁଡ଼ି ଯାଇଥିବା ଦେଖି ସେ ଗତ ୧୮ତାରିଖରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରଶାସନ ମୃତକଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?