ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ, ଜାଣନ୍ତୁ କିପରି ଜାଣିବେ

ଭୁବନେଶ୍ୱର,୨୦।୫: ଓଡ଼ିଶା ଯୁକ୍ତ ୨ ପରୀକ୍ଷା ଫଳ ଆସନ୍ତାକାଲି ଅର୍ଥାତ୍ ମେ ୨୧, ୨୦୨୫ରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଏକାସହ କଳା, ବାଣିଜ୍ୟ, ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇ କହିଛନ୍ତି ଯେ, ଫଳ ପ୍ରକାଶନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଆଉ କୌଣସି ବିଳମ୍ବ ହେବ ନାହିଁ।

ଚଳିତ ବର୍ଷ ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ମଧ୍ୟରେ ଅନୁଷ୍ଠିତ ଯୁକ୍ତ ୨ ପରୀକ୍ଷାରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରେ କଳା ବିଭାଗରେ ୨,୪୭,୩୯୧, ବିଜ୍ଞାନରେ ୧,୧୪,୯୮୦, ବାଣିଜ୍ୟରେ ୨୫,୫୨୬ ଏବଂ ଧନ୍ଦାମୂଳକ ବିଷୟରେ ୫,୭୨୧ ଜଣ ପରୀକ୍ଷାର୍ଥୀ ସାମିଲ ହୋଇଥିଲେ। ପରୀକ୍ଷା ୧,୨୭୬ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରଶ୍ନପତ୍ର ମହଜୁଦ ପାଇଁ ୨୦୫ଟି ହବ୍ ବ୍ୟବସ୍ଥା କରାଯାଇଥିଲା।

ମନ୍ତ୍ରୀ ଗଣ୍ଡ ଆହୁରି କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ଫଳ ପାଇଁ ବ୍ୟସ୍ତ ନ ହେବାକୁ ଅନୁରୋଧ କରାଯାଇଛି। ଫଳାଫଳ ଅଫିସିଆଲ ୱେବସାଇଟ www.orissaresults.nic.in ଏବଂ www.chseodisha.nic.in ରେ ଉପଲବ୍ଧ ହେବ। ଏହାସହ, ଯୁକ୍ତ ୩ ଆବେଦନର ଶେଷ ତାରିଖ ଚଳିତ ମାସରେ ଥିବାରୁ, ଉଚ୍ଚଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି ପାଇଁ ନିବେଦନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?