୫ଥର ବିବାହ କରିଥିବା ପ୍ରଧାନମନ୍ତ୍ରୀ, ନିଜ ବେଗମ ପାଇଁ କରିଥିଲେ ଫ୍ଲାଇଓଭର

ଇସଲାମାବାଦ,୨୦।୫: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କ ରାଜନୈତିକ ଜୀବନ ସହିତ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି। ଅନେକ ରିପୋର୍ଟରେ କୁହାଯାଇଛି ଯେ ସେ ଥରେ ନୁହେଁ ୫ଥର ବିବାହ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ପାକିସ୍ତାନରେ “Man with 5 Marriages” ବୋଲି ମଜାରେ କୁହାଯାଏ। ତାଙ୍କ ବିବାହ ଓ ସମ୍ପର୍କଗୁଡିକ ଅନେକ ବିବାଦ ଓ ଗୁପ୍ତ କାହାଣୀ ଭାବେ ରହିଛି, ଯାହା ତାଙ୍କ ପରିବାର, ବିଶେଷକରି ତାଙ୍କ ବଡ଼ ଭାଇ ନୱାଜ ଶରିଫଙ୍କ ସହ ସମ୍ପର୍କରେ ମଧ୍ୟ ତିକ୍ତତା ଆଣିଛି।

ପ୍ରଥମ ବିବାହ: ନୁସରତ ବଟ
ଶେହବାଜ ସରିଫ ୧୯୭୩ ମସିହାରେ ତାଙ୍କ ମାମୁଁ ଝିଅ ନୁସରତ ବଟଙ୍କୁ ବିବାହ କରିଥିଲେ। ଏହି ବିବାହକୁ ତାଙ୍କ ପରିବାର, ବିଶେଷକରି ତାଙ୍କ ବାପା ମିଆଁ ଶରିଫ ରାଜି ହୋ ନ ଥିଲେ। ନୁସରତ ଓ ଶେହବାଜଙ୍କର ଚାରି ସନ୍ତାନ – ଦୁଇ ପୁଅ (ସାଲମାନ ଓ ହମଜା) ଏବଂ ଦୁଇ ଝିଅ (ଜାଭେରିଆ ଓ ରାବିଆ)। ୧୯୯୩ ମସିହାରେ ଏହି ବିବାହ ବିଚ୍ଛେଦରେ ଶେଷ ହୋଇଥିଲା। ନୁସରତ ବର୍ତ୍ତମାନ ଏକାକୀ ଜୀବନ ଯାପନ କରୁଛନ୍ତି, କିନ୍ତୁ ୨୦୨୨ ମସିହାରେ ଶେହବାଜଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡିଥିଲା।

ଦ୍ୱିତୀୟ ବିବାହ: ଆଲିୟା ହନି
୧୯୯୩ ମସିହାରେ ଶେହବାଜ ପାକିସ୍ତାନୀ ମଡେଲ ଆଲିୟା ହନିଙ୍କୁ ବିବାହ କରିଥିଲେ। ଏହି ବିବାହ ମଧ୍ୟ ତାଙ୍କ ବାପାଙ୍କ ଅନୁମୋଦନ ବିନା ହୋଇଥିଲା। ଲାହୋରରେ ଏକ ପୋଲ ନାମକ “ହନି ବ୍ରିଜ” ଏହି ସମ୍ପର୍କ ସହ ଜଡିତ। ଯାହାକୁ ଶେହବାଜ ନିର୍ମାଣ କରିଥିଲେ ବୋଲି କୁହାଯାଏ, ଯାହା ଆଲିୟାଙ୍କ ଘରକୁ ଯିବା ପାଇଁ ସୁବିଧା କରିବ। କିନ୍ତୁ ୧୯୯୯ ମସିହାରେ ପାକିସ୍ତାନରେ ସାମରିକ ଅଭ୍ୟୁତ୍ଥାନ ପରେ ଶେହବାଜ ଓ ତାଙ୍କ ପରିବାର ସାଉଦି ଆରବରେ ନିର୍ବାସନରେ ଥିବା ସମୟରେ ଏହି ବିବାହ ଭାଙ୍ଗିଯାଇଥିଲା। ପରେ ଆଲିୟାଙ୍କ ମୃତ୍ୟୁ ରହସ୍ୟମୟ ପରିସ୍ଥିତିରେ ହୋଇଥିଲା।

ତୃତୀୟ ବିବାହ: ନର୍ଗିସ ଖୋସା
ଏହି ବର୍ଷ ମଧ୍ୟରେ (୧୯୯୩) ଶେହବାଜ ନର୍ଗିସ ଖୋସାଙ୍କୁ ଗୁପ୍ତ ଭାବେ ବିବାହ କରିଥିବା ଅନୁମାନ କରାଯାଏ। ନର୍ଗିସ ହେଉଛନ୍ତି ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ ତାରିକ ଖୋସାଙ୍କ ଭଉଣୀ। ଏହି ବିବାହ ଶରିଫ ପରିବାରଙ୍କ ଦ୍ୱାରା ଗ୍ରହଣ କରାଯାଇ ନଥିଲା ଏବଂ ଅଳ୍ପ ସମୟ ମଧ୍ୟରେ ବିଚ୍ଛେଦରେ ଶେଷ ହୋଇଥିଲା।

ଚତୁର୍ଥ ବିବାହ: ତେହମିନା ଦୁର୍ରାନୀ
ଶେହବାଜଙ୍କ ସବୁଠାରୁ ଚର୍ଚ୍ଚିତ ବିବାହ ହେଉଛି ୨୦୦୩ ମସିହାରେ ପ୍ରଖ୍ୟାତ ଲେଖିକା ତେହମିନା ଦୁର୍ରାନୀଙ୍କ ସହ। ଏହି ବିବାହ ଗୁପ୍ତ ରହିଥିଲା ଏବଂ ଶରିଫ ପରିବାର କିମ୍ବା ସରକାରୀ ଅଧିକାରୀମାନେ ଏହା ବିଷୟରେ କିଛି ଜାଣି ନଥିଲେ। ତେହମିନା, ଯିଏକି “ମାଇଁ ଫ୍ୟୁଡାଲ ଲର୍ଡ” ପୁସ୍ତକ ପାଇଁ ଜଣାଶୁଣା, ବର୍ତ୍ତମାନ ପାକିସ୍ତାନର ପ୍ରଥମ ମହିଳା (ଫାସର୍‌ଟ ଲେଡି)। ଏହି ବିବାହକୁ ନୱାଜ ଶରିଫ ପ୍ରଥମେ ବିରୋଧ କରିଥିଲେ, କିନ୍ତୁ ପରେ ତାଙ୍କ ସହ ସମ୍ପର୍କ ସୁଧୁରିଥିବା ଜଣାଯାଏ।

ପଞ୍ଚମ ବିବାହ: କୁଲସୁମ
୨୦୧୨ ମସିହାରେ ଶେହବାଜ ଜଣେ ସରକାରୀ ଅଧିକାରୀ କୁଲସୁମଙ୍କୁ ବିବାହ କରିଥିବା ଅନୁମାନ କରାଯାଏ। ଏହି ବିବାହ ମଧ୍ୟ ଗୁପ୍ତ ଥିଲା ଏବଂ ଅଳ୍ପ ସମୟ ମଧ୍ୟରେ ବିଚ୍ଛେଦରେ ଶେଷ ହୋଇଥିଲା। କୁଲସୁମ ଏହି ବିବାହର ଦାବିକୁ ଅସ୍ବୀକାର କରିଛନ୍ତି।

ବିବାଦ ଓ ପରିବାରୀକ ତିକ୍ତତା
ଶେହବାଜଙ୍କ ବିବାହ ଓ ସମ୍ପର୍କଗୁଡିକ ଶରିଫ ପରିବାର ମଧ୍ୟରେ ଅନେକ ଥର ତିକ୍ତତା ସୃଷ୍ଟି କରିଛି। ତାଙ୍କ ବଡ଼ ଭାଇ ନୱାଜ ଶରିଫ, ଯିଏ ଜଣେ ସ୍ଥିର ବୈବାହିକ ଜୀବନ ଯାପନ କରିଛନ୍ତି, ଶେହବାଜଙ୍କ ବିବାହକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷକରି ତେହମିନା ଦୁର୍ରାନୀଙ୍କ ସହ ବିବାହ ନୱାଜଙ୍କ ପାଇଁ ଅସ୍ବୀକାର୍ଯ୍ୟ ଥିଲା, କିନ୍ତୁ ସମୟ କ୍ରମେ ଏହା ସ୍ବୀକୃତ ମିଳିଥିଲା।

ଶେହବାଜ ଶରିଫ ଜଣେ କୁଶଳୀ ପ୍ରଶାସକ ଭାବେ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ତିନିଥର ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ରାଜନୈତିକ ଜୀବନ ଯେତିକି ସଫଳ, ତାଙ୍କ ବ୍ୟକ୍ତିଗତ ଜୀବନ ସେତିକି ବିବାଦୀୟ। ତାଙ୍କ ବିବାହ ଓ ସମ୍ପର୍କଗୁଡିକ ପାକିସ୍ତାନୀ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ହୋଇଛି, ଯାହା ତାଙ୍କ ରାଜନୈତିକ ପ୍ରତିଛବିକୁ ମଧ୍ୟ ପ୍ରଭାବିତ କରିଛି।

ସାମାଜିକ ମାଧ୍ୟମରେ ଶେହବାଜଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ମଜାଳିଆ ଓ ବିବାଦୀୟ ଟିପ୍ପଣୀ ଦେଖାଯାଉଛି। କେହି କେହି ତାଙ୍କୁ “ପାଞ୍ଚ ପତ୍ନୀର ପ୍ରଧାନମନ୍ତ୍ରୀ” ବୋଲି କହୁଛନ୍ତି। ଯାହା ତାଙ୍କ ରାଜନୈତିକ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri