କରୋନା ଏନ୍ତୁଡିଶାଳରେ ୨ କୋଟି ଲୋକ ଘରେ ବନ୍ଦୀ…

ବେଜିଂ, ୧୩।୧ : କରୋନାର ଏନ୍ତୁଡ଼ିଶାଳ ଚାଇନାରେ ପୁଣି କରୋନ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଚାଇନା ନିଜର ’ଜିରୋ କୋଭିଡ ପଲିସି’ ଅନ୍ତର୍ଗତ ଆକ୍ରାନ୍ତଙ୍କ ସହ ଖେଳୁଛି। ସୋସିଆଲ ମିଡିଆରେ ଏହାର କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଲକ୍ଷ ଲକ୍ଷ ଲୋକଙ୍କୁ କ୍ୟାଣ୍ଟିନ କ୍ୟାମ୍ପରେ ରଖାଯାଇଥିବାବେଳେ ବହୁ ସଂକ୍ରମିତଙ୍କୁ ଧାତବ ବାକ୍ସରେ ବନ୍ଦୀ କରି ରଖାଯାଇଛି।

ଚାଇନା ଆସନ୍ତା ମାସରେ ଶୀତକାଳୀନ ଅଲିମ୍ପିକ୍ସ ଆୟୋଜନ କରିବାକୁ ଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଛି।

ପ୍ରତ୍ୟେକ ବ୍ୟକ୍ତିଙ୍କ ମୋବାଇଲରେ ’ଟ୍ରାକ ଏବଂ ଟ୍ରେସ’ ଆପକୁ ରଖିବାକୁ ବାଧ୍ୟତା ମୂଳକ କରାଯାଇଛି। ଏହା ମାଧ୍ୟମରେ, ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରାଯାଇ କ୍ୱାଣ୍ଟିନ କ୍ୟାମ୍ପକୁ ପଠାଯାଉଛି। ସରକାରଙ୍କ କଟକଣା ଯୋଗୁ ଦୁଇ କୋଟିିରୁ ଅଧିକ ଲୋକ ଘରେ ବନ୍ଦୀ ରହିଛନ୍ତି।

ବହୁ ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ନଥିବାରୁ ସେମାନେ ଭୋକିଲା ରହୁଛନ୍ତି। ସେମାନଙ୍କୁ ଖାଦ୍ୟ ଓ ପାନୀୟଜଳ ଆଣିବା ଲାଗି ବାହାରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ। ସରକାରୀ ଆଇନ ଭୟରେ ଲୋକମାନେ ନିଜ ସହର ଛାଡି ଚାଲିଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି।

ରାତି ଅଧରେ ଲୋକଙ୍କୁ ନିଦରୁ ଉଠାଇ ଘରୁ ବାହାରି କ୍ୟାମ୍ପକୁ ଯିବାକୁ କୁହାଯାଉଛି। ସେମାନଙ୍କୁ ବସ୍‌ରେ ଭର୍ତ୍ତି କରାଯାଇ କ୍ୟାମ୍ପକୁ ନିଆଯାଉଛି।

ଟୁଇଟରରେ ସୋଙ୍ଗପିଆଙ୍ଗ ନାମକ ଜଣେ ଚାଇନା ନାଗରିକ ସରକାର କୋଭିଡ ନୀତି ଏବଂ ନାଗରିକଙ୍କ ଉପରେ ଦମନ କରିବାର ଭିଡିଓ ଅପ୍‌ଲୋଡ୍‌ କରିଛନ୍ତି। ଏସବୁୂ ଭିଡ଼ିଓ ନେଇ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନଗୁଡ଼ିକ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି।

କରୋନାରେ ଆକ୍ରାନ୍ତ ଗର୍ଭବତୀ ମହିଳା, ଶିଶୁ ଏବଂ ବୃଦ୍ଧମାନଙ୍କୁ ଧାତବ ବାକ୍ସରେ ଦୁଇ ସପ୍ତାହ ପାଇଁ ବନ୍ଦୀ କରି ରଖାଯାଉଛି। ସେମାନଙ୍କ ପାଇଁ କାଠ ବେଡ୍‌ ଏବଂ ଦୁଇଟି କାଠରେ ଶୌଚାଳୟ ନିର୍ମାଣ କରାଯାଇଛି। ସେଠାରେ ସେମାନେ ଅତି ଦୟନୀୟ ଭାବେ ରହୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଅନ୍ତର୍ଜାତୀୟସ୍ତରରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଆସିଲା ଖୁସି ଖବର: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ବଢୁଛି ,ମୃତ୍ୟୁ ହାର କମୁଛି

ନୂଆଦିଲ୍ଲୀ, ୧୧।୮: ଭାରତରେ କରୋନା ମହାମାରୀ ସଙ୍କଟ ହାରିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୭୦ ପ୍ରତିଶତ ପାଖାପାଖି ରହିଛି। ଏହା...

ଖଲିସ୍ତାନୀଙ୍କୁ କଡ଼ା ଜବାବ: ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟରେ ବିରାଟ ତ୍ରିରଙ୍ଗା…

ଲଣ୍ଡନ,୨୦।୩ : ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତରେ ଖାଲିସ୍ତାନୀଙ୍କ ବେଆଇନ କାର୍ଯ୍ୟ ପରେ ଭାରତ ବର୍ତ୍ତମାନ ଏକ କଡ଼ା ଜବାବ ଦେଇଛି। ରବିବାର ଦିନ ଖାଲିସ୍ତାନୀମାନେ ଲଣ୍ଡନରେ...

ଚେର୍ନୋବିଲ୍‌ରୁ ତେଜସ୍କ୍ରିୟ ବିକିରଣ

ୟୁକ୍ରେନ୍‌ର ଚେର୍ନୋବିଲ ଆଣବିକ ପ୍ଲାଣ୍ଟରେ ୧୯୮୬ ଏପ୍ରିଲ ୨୬ରେ ଏକ ରିଆକ୍ଟରରେ ବିସ୍ଫୋରଣ ଘଟିବାରୁ ସାରା ୟୁରୋପରେ ରେଡିଓଆକ୍ଟିଭ ବିକିରଣ ଘଟିଥିଲା। ୨୦୧୭ରେ ନଷ୍ଟ ହୋଇଯାଇଥିବା...

ଭାରତ ଏବଂ ପାକିସ୍ତାନ ମଧ୍ୟ ଅଧିକ ମ୍ୟାଚ୍‌ ଆୟୋଜନ ହେଉ: ମେହମୁଦ୍‌ କ୍ୟୁରେସି

ଇସଲମାବାଦ୍‌, ୧୯।୬: ବିଶ୍ୱକପରେ ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନରେ ହଡକମ୍ପ ସୃଷ୍ଟି ହୋଇଛି। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ...

ଟିକା ନ ଆସିଲେ ଭାରତରେ ପ୍ରତିଦିନ ଦେଖାଦେବେ ୩ ଲକ୍ଷ ନୂଆ ସଂକ୍ରମିତ !

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୭: ଆମେରିକାରେ ପ୍ରତିଷ୍ଠିତ ମାସାଚ୍ୟୁଏଟ୍ସ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି)ର ବିଶେଷଜ୍ଞମାନେ ଦାବି କରିଛନ୍ତି କି ଯଦି କରୋନା ଭାଇରସର ଟିକା ନ ମିଳିବ ତେବେ ଭାରତର...

ଶ୍ମଶାନ ଜମି ପାଇଁ କୋର୍ଟରେ ୨୮ ବର୍ଷ ଲଢ଼େଇ ପରେ ପାକିସ୍ତାନୀ ହିନ୍ଦୁଙ୍କୁ ମିଳିଲା ଅଧିକାର

ଇସଲାମାବାଦ୍‌,୧୪।୧: ପାକିସ୍ତାନରେ ଶ୍ମଶାନ ଜମିକୁ ନେଇ କୋର୍ଟରେ ଦୀର୍ଘ ୨୮ ବର୍ଷ ଧରି ହିନ୍ଦୁମାନେ ଲଢ଼େଇ ଜାରି ରଖିଥିଲେ। ଏବେ କୋର୍ଟ ହିନ୍ଦୁମାନଙ୍କ ସପକ୍ଷରେ ରାୟ...

ଆଉ ୪ ଜୀବନ ନେଲା କରୋନା: ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି

ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...

ଏସବୁ ଅପରାଧ ମୁଁ କରିଛି: ଗୋଲ୍ଡେନ ଷ୍ଟେଟ୍‌ କିଲରଙ୍କ ସ୍ବୀକାରୋକ୍ତି

ଓ୍ବାଶିଂଟନ,୪ା୭: ଆମେରିକାର କାଲିଫର୍ନିଆରେ ଅପରାଧ ପରେ ଅପରାଧ ଘଟାଇ ଆତଙ୍କ ସୃଷ୍ଟି କରିଥିବା ପୂର୍ବତନ ପୋଲିସ ଅଧିକାରୀ ଯୋସେଫ ଜେମ୍ସ ଡିଏଙ୍ଗେଲୋ ଜୁନିୟର ୧୩ ହତ୍ୟା...

Advertisement
Archives

Model This Week