ବିଧାନସଭା ଆଗରେ ଧାରଣାଦେଉଥିବାବେଳେ ଅସୁସ୍ଥ ହୋଇପଡିଲେ କଂଗ୍ରେସ ନେତା, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୯।୩: କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଏବଂ ଦଳୀୟ ବିଧାୟକ ଅଶୋକ ଦାସ ଶନିବାର ଦିନ ଓଡ଼ିଶା ବିଧାନସଭା ଆଗରେ ଧାରଣା ଦେଉଥିବା ବେଳେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଦୁହିଁଙ୍କୁ ଅସୁସ୍ଥତା ଅନୁଭବ ହେବା ପରେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜଣେ ଦଳୀୟ ନେତା ସୂଚନା ଦେଇଛନ୍ତି।

୨ କଂଗ୍ରେସ ନେତା ବିଧାନସଭା ଭବନର ଗେଟ ନମ୍ବର ୩ ଆଗରେ ଧାରଣାରେ ବସିଥିଲେ। କଂଗ୍ରେସ ନେତାଙ୍କୁ ନିଲମ୍ବନ ଓ ବିଧାନସଭା ପରିସର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନ ଥିବାରୁ ଏନେଇ ସେ ପ୍ରତିବାଦ କରୁଥିଲେ।
ଏନେଇ କାଡାମ କହିଛନ୍ତି ଯେ ସେମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେବାକୁ ଯାଉଥିବାବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ପରିସର ଭିତରକୁ ଛାଡ଼ି ନ ଥିଲେ। ଆମେ ଜାଣୁଛୁ ଯେ ବାଚସ୍ପତି ଆମକୁ ଗୃହରୁ ନିଲମ୍ବିତ କରିଛନ୍ତି। କିନ୍ତୁ ଆମର ବିଧାନସଭା ପରିସରକୁ ପ୍ରବେଶ କରିବାର ଅଧିକାର ରହିଛି। ତଥାପି, ସେମାନେ ଆମକୁ ପ୍ରବେଶ କରାଇ ଦେଉ ନାହାନ୍ତି। ଯାହା ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ, ବୋଲି କାଡାମ କହିଛନ୍ତି।

ସୂଚନାଥାଉ କି, ପ୍ରାୟ ତିନି ଘଣ୍ଟା ଧରି ଟାଣ ଖରାରେ ଧାରଣା ଜାରି ରଖିବା ପରେ ଦୁଇ କଂଗ୍ରେସ ନେତା ଅସୁସ୍ଥ ଅନୁଭବ କରିଥିଲେ। ଯାହାପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଯୁବତୀଙ୍କୁ ବିବାହ କଲେ ୨ ଭାଇ: ଏହି ଜିଲାର ପରମ୍ପରା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାଭାରତ ଯୁଗରେ ଦ୍ରୌପଦୀ ପାଞ୍ଚ ଭାଇଙ୍କୁ ବିବାହ କରିଥିଲେ ଏବଂ ସେ ପାଞ୍ଚ ଭାଇଙ୍କ ସହିତ ସମୟ ବିତାଉଥିଲେ। କିନ୍ତୁ ଆଜିର ସମୟରେ, ଯଦି କେହି...

କୋରମ ଅଭାବରୁ ଆରମ୍ଭ ହୋଇପାରୁନି ଜିଲାପରିଷଦ ବୈଠକ, ୧୯ ସଭ୍ୟ ଅନୁପସ୍ଥିତ

ନୟାଗଡ଼,୧୮ା୭(ଲୋକନାଥ ମିଶ୍ର): କୋରମ ଅଭାବରୁ ଆରମ୍ଭ ହୋଇପାରୁନି ନୟାଗଡ଼ ଦଶମ ଜିଲା ପରିଷଦ ବୈଠକ। ୨୨ ଜିଲା ପରିଷଦ ସଭ୍ୟ ମଧରୁ ୧୯ ସଭ୍ୟ ଅନୁପସ୍ଥିତ...

ବିହାରରେ ଚନ୍ଦ୍ର ଶେଖରଙ୍କ ଏଣ୍ଟ୍ରି, ବିଗାଡିବେ କି ଖେଳ

ପାଟଣା,୧୮।୭: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ନିର୍ବାଚନ ତାତି ବଢିବାରେ ଲାଗିଛି। ଇତି ମଧ୍ୟରେ ବିହାର ନିର୍ବାଚନରେ ଏଣ୍ଟ୍ରି କରିଛନ୍ତି ଚନ୍ଦ୍ର ଶେଖର...

ଟିକା ନେଇ ଅସୁସ୍ଥ ହୋଇପଡ଼ିଲେ ୬ ଛାତ୍ରୀଛାତ୍ର, ହସ୍ପିଟାଲରେ ଭର୍ତ୍ତି

ଦାରିଙ୍ଗବାଡ଼ି,୧୮ା୭(ଅରୁଣ ସାହୁ): ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ବିଭିନ୍ନ ରୋଗରୁ ସୁରକ୍ଷା ମିଳିବା ନେଇ ସରକାର ବିଭିନ୍ନ ବିଦ୍ୟାଳୟରେ ଟିକାକରଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ...

ଥାଇଲ୍ୟାଣ୍ଡରେ ବୌଦ୍ଧ ଭିକ୍ଷୁଙ୍କ ଯୌନ କେଳେଙ୍କାରୀ: ‘ମିସ୍‌ ଗଲ୍ଫ’ ନାମକ ମହିଳାଙ୍କ ବ୍ଲାକମେଲିଂ ରାକେଟରେ ହଇଚଇ

ବ୍ୟାଙ୍କକ,୧୮ା୭: ଥାଇଲ୍ୟାଣ୍ଡରେ ଏକ ବିଶାଳ ଯୌନ କେଳେଙ୍କାରୀ ପ୍ରକାଶ ପାଇଛି, ଯାହା ଦେଶର ବୌଦ୍ଧ ଧର୍ମୀୟ ପ୍ରତିଷ୍ଠାନକୁ ବିବାଦରେ ଟାଣି ଆଣିଛି। ଜଣେ ମହିଳା, ଯିଏ...

BCCI ଉପରେ ଖାଲି ଟଙ୍କା ବର୍ଷା: ଶାହାଙ୍କ ପୁଅ କରିଦେଲେ କମାଲ୍‌

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ମଧ୍ୟରେ ଗଣାଯାଏ। ଏହା ପଛରେ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର...

ଆସୁଛି ପୁଣି ଏକ ବଡ଼ ଲଘୁଚାପ: ୨୪ ତାରିଖ ବେଳକୁ…

ଭୁବନେଶ୍ୱର,୧୮।୭: ଆସୁଛି ଆଉ ଏକ ବଡ଼ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ ତାରିଖ ବେଳକୁ ଲଘୁଚାପ...

କେନ୍ଦ୍ରାପଡ଼ାରେ ବନ୍ୟା ବିଭୀଷିକା ଭିତରେ କୁମ୍ଭୀର ଭୟ, ରାତିରେ ଘରୁ ବାହାରିବା ମୁସ୍କିଲ

ଭୁବନେଶ୍ୱର,୧୮ା୭: କେନ୍ଦ୍ରାପଡ଼ା ଜିଲାରେ ଚାଲିଥିବା ବନ୍ୟା ବିଭୀଷିକା ମଧ୍ୟରେ ଏବେ କୁମ୍ଭୀର ଭୟ ଲୋକଙ୍କୁ ଆତଙ୍କିତ କରିଛି। ବ୍ରାହ୍ମଣୀ ନଦୀର ପାଣି ଗାଁ ଭିତରକୁ ପଶିଯିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri