Posted inଜାତୀୟ

୨ ଖଣ୍ଡପୀଠ ମୁହାଁମୁହିଁ

ନୂଆଦିଲ୍ଲୀ,୩୦ା୮: ଜାତୀୟ ରାଜଧାନୀ ଦିଲ୍ଲୀର ପରିବେଶ ସମ୍ବେଦନଶୀଳ ଜୋନ୍‌ ରିଜ୍‌ ଅଞ୍ଚଳରେ ଅନଧିକୃତ ଗଛକଟା ପ୍ରସଙ୍ଗରେ ୨ଟି ଅନୁରୂପ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଦୁଇ ପୃଥକ୍‌ ବେଞ୍ଚ ମୁହାଁମୁହିଁ ହୋଇଛନ୍ତି। ଏହି ବିବାଦ ଗତ ମାସରେ ସାମ୍ନାକୁ ଆସିଥିଲା। ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ (ଡିଡିଏ) ବିରୋଧରେ ଆଗତ ଅଦାଲତ ଅବମାନନା ଅଭିଯୋଗର ବିଭିନ୍ନ ଦିଗ ଉପରେ ଶୁଣାଣି ପାଇଁ ୨ ଖଣ୍ଡପୀଠ ମାମଲାକୁ ତାଲିକାଭୁକ୍ତ କରିଥିଲେ। ଫଳରେ ନ୍ୟାୟିକ ଅଚଳାବସ୍ଥା ସୃଷ୍ଟି ହେବା ଆଶଙ୍କା ଉପୁଜିଥିଲା। ବିବାଦ ଏଡ଼ାଇବା ପାଇଁ ସିଜେଆଇ ଧନଞ୍ଜୟ ଓ୍ବାଇ. ଚନ୍ଦ୍ରଚୂଡ଼ ନିଜ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଜେ.ବି. ପର୍ଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଚାର ପାଇଁ ନିଷ୍ପତ୍ତି ନେଇଥିଲେ। ଗୁରୁବାର ଏହାର ଶୁଣାଣି ଆରମ୍ଭ ହୋଇଛି।
ଗତ ଏପ୍ରିଲ ୨୪ରେ ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ (ଫରେଷ୍ଟ ବେଞ୍ଚ) ଡିଡିଏ ବିରୋଧରେ ଟିଏନ୍‌ ଗୋଦାବର୍ମନ ଜଙ୍ଗଲ ସଂରକ୍ଷଣ ମାମଲାର ଶୁଣାଣି ଆରମ୍ଭ କରିଥିଲେ। ଏଥିସହ ଉପଯୁକ୍ତ ଅନୁମତି ନ ନେଇ ଗଛ କଟାଉଥିବା ଡିଡିଏ ଉପାଧ୍ୟକ୍ଷ ଶୁଭାଶିଷ ପଣ୍ଡାଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିଥିଲେ। ମେ’ରେ ଜଷ୍ଟିସ୍‌ ଅଭୟ ଏସ୍‌. ଓକା ଏବଂ ଉଜ୍ଜ୍ୱଳ ଭୂୟଁାଙ୍କୁ ନେଇ ଗଠିତ ଖଣ୍ଡପୀଠ ଡିଡିଏ ବିରୋଧରେ ଏକ ଭିନ୍ନ ଅବମାନନା ମାମଲା ବିଚାର ପାଇଁ ହାତକୁ ନେଇଥିଲେ। ଛତରପୁରରୁ ସାଉଥ୍‌ ଏସିଆନ୍‌ ୟୁନିଭର୍ସିଟି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଲାଗି ଗଛ କଟାଯାଉଥିବାରୁ ଡିଡିଏ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆବେଦନକାରୀ ବିନ୍ଦୁ କପୁରିଆ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣିବେଳେ ଜଷ୍ଟିସ୍‌ ଓକାଙ୍କ ଖଣ୍ଡପୀଠ ଗଛ କାଟିବା ନିର୍ଦ୍ଦେଶ ଦେବାରେ ଡିଡିଏ ଅଧ୍ୟକ୍ଷ ତଥା ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କ ସମ୍ପୃକ୍ତି ଉପରେ ପ୍ରଶ୍ନ କରିଥିଲେ। ଅବାରିତ ଭାବେ ଗଛକଟା ଚାଲିଥିବାରୁ ଶୀର୍ଷ ଅଦାଲତ ଡିଡିଏକୁ କଡ଼ା ସମାଲୋଚନା କରିଥିଲେ।
ଏହା ପୂର୍ବରୁ ମାର୍ଚ୍ଚରେ ସୁପ୍ରିମକୋର୍ଟ ଡିଡିଏକୁ ୧,୦୫୧ ଗଛ କାଟିବା ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ। ଅନୁମତି ଆବେଦନରେ କୌଣସି ସ୍ପଷ୍ଟତା ନ ଥିବା ସୁପ୍ରିମକୋର୍ଟ କହିଥିଲେ। ପରିବେଶ ସୁରକ୍ଷା କରିବା ଡିଡିଏର କର୍ତ୍ତବ୍ୟ ହୋଇଥିବାବେଳେ ଏହି ସଂସ୍ଥା ସରକାରଙ୍କ ହାତବାରିସି ସାଜିଥିବା କୋର୍ଟ ଭର୍ତ୍ସନା କରିଥିଲେ। ଜୁଲାଇ ୧୨ରେ ଜଷ୍ଟିସ୍‌ ଓକାଙ୍କ ଖଣ୍ଡପୀଠ ଗଛ କାଟିବାକୁ ଅନୁମତି ଦେଇଥିବା ଉପରାଜ୍ୟପାଳଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିବାକୁ ଚେତାବନୀ ଦେବା ସହ ଜୁଲାଇ ୩୧ରେ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଥିଲେ। ଅନ୍ୟପକ୍ଷେ ରାସ୍ତା ସଂକୀର୍ଣ୍ଣ ଥିବାରୁ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ସିଏପିଏଫ୍‌ଆଇଏମ୍‌ଏସ୍‌) ହସ୍ପିଟାଲ ଉଦ୍‌ଘାଟନ ବିଳମ୍ବିତ ହୋଇଛି। ତେଣୁ ରାସ୍ତାକୁ ୨୪ ମିଟର ପ୍ରଶସ୍ତ କରିବା ଆବଶ୍ୟକ ବୋଲି ଜୁଲାଇ ୨୪ରେ ଡିଡିଏ ଉପାଧ୍ୟକ୍ଷ ଶୁଭାଶିଷଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ ଜଷ୍ଟିସ୍‌ ଗଭାଇଙ୍କ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଏହା ପୂର୍ବରୁ ଜଷ୍ଟିସ୍‌ ଓକାଙ୍କ ଖଣ୍ଡପୀଠ ଅବମାନନା ନୋଟିସ ଜାରି କରିଥିବା ବିଷୟ ଓକିଲ ଜଣାଇବାରୁ ଜଷ୍ଟିସ ଗଭାଇ ବିରକ୍ତି ଭାବ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ଏପ୍ରିଲରେ ଆମ ଖଣ୍ଡପୀଠ ନୋଟିସ କରିଥିବାବେଳେ ଅନ୍ୟ ଏକ ଖଣ୍ଡପୀଠ ମାମଲାର ସମାନ୍ତରାଳ ଶୁଣାଣି ପାଇଁ କାହିଁକି ଆଗଭର ହେଲେ ବୋଲି ଗଭାଇ ପ୍ରଶ୍ନ କରିଥିଲେ। ଏକକାଳୀନ ୨ଟି ଖଣ୍ଡପୀଠ ସମାନ ପ୍ରସଙ୍ଗରେ ଶୁଣାଣି କଲେ ରାୟରେ ବିରୋଧାଭାସ ଦେଖାଦେବ ଏବଂ କୋର୍ଟଙ୍କ କର୍ତ୍ତୃତ୍ୱ ପ୍ରତି ଲୋକେ ଉପହାସ କରିବେ। ଅନ୍ୟ ଖଣ୍ଡପୀଠ ଏହି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ପୂର୍ବରୁ ସିଜେଆଇଙ୍କ ମତ ଲୋଡ଼ିବା ଆବଶ୍ୟକ ଥିଲା ବୋଲି ଗଭାଇ କହିଥିଲେ। ଦୁଇଟି ବିପରୀତଧର୍ମୀ ରାୟ ଏଡ଼ାଇବା ପାଇଁ ଗଭାଇ ସିଜେଆଇଙ୍କ ପାଖକୁ ମାମଲାର ଫାଇଲ ପଠାଇଦେଇଥିଲେ। ସିଜେଆଇ ଚନ୍ଦ୍ରଚୂଡ଼ ବିବାଦର ସମାଧାନ କରିବାକୁ ଯାଇ ୨ଟି ଯାକ ମାମଲା ନିଜ ଖଣ୍ଡପୀଠକୁ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?