ଭୋକରେ ଡହଳବିକଳ ୨ ଯମଜ ଶିଶୁ

ମହାକାଳପଡ଼ା,୨୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ପେଟଚ୍ଛେଲା ପଞ୍ଚାୟତର ଶବରପଡ଼ା ଗ୍ରାମର ଜନଜାତି ବର୍ଗର ୨ ଯମଜ ଶିଶୁଙ୍କୁ ଖାଦ୍ୟ ଅଭାବ ଘଟଣା ଧରିତ୍ରୀରେ ଶୁକ୍ରବାର ଖବର ପ୍ରକାଶିତ ହୋଇଥିଲା। ପ୍ରଶାସନ ପହଞ୍ଚତ୍ବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚତ୍ନାହିଁ। ଖବର ପ୍ରସାରଣ ପରେ ସାମାଜିକ କର୍ମୀ ଯଶବନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ୨ ଯମଜ ଶିଶୁଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସାମାଜିକ କର୍ମୀ ବେହେରାଙ୍କ କହିବା କଥା, ଜନଜାତି ଶିଶୁମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ରହିଛି। ଶିଶୁମାନଙ୍କ ପାଇଁ କରାଯାଇଥିବା ଯୋଜନା ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ପାଇଁ ଆଜି ଏ ପରିସ୍ଥିତି ଉପୁଜିଛି। ମହାକାଳପଡ଼ା ଭଳି ଅଞ୍ଚଳରେ ସ୍ଥିତି ଯଦି ଏପରି ତେବେ ଦୁର୍ଗମ ଅଞ୍ଚଳର ସ୍ଥିତି କ’ଣ ଥିବ ଏହି ଘଟଣାରୁ ବେଶ୍‌ ବୁଝାପଡୁଛି। ତୁରନ୍ତ ଜିଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ସେ ଦାବି କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଶବରପଡ଼ା ଗଁାର କାଞ୍ଚନ ଭକ୍ତାଙ୍କ ଘରେ ଆଶ୍ରା ନେଇଥିବା ନଣନ୍ଦ ଅଞ୍ଜଳି ଭକ୍ତାଙ୍କ ୨ ନାତୁଣୀନାତି ଭୋକ ଉପାସରେ ଜୀବନ ବିତାଉଥିବା ଘଟଣା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ସିଡିପିଓ କବିତା ମଲିକଙ୍କୁ ପଚାରିବାରେ ସେ କହିଥିଲେ ଯେ, ସୁପରଭାଇଜର ଯାଇ ଘଟଣାର ତଦନ୍ତ କରିବେ। କିନ୍ତୁ ଶୁକ୍ରବାର କେହି ତଦନ୍ତ କରିବାକୁ ଆସିନାହାନ୍ତି କି ସରକାରୀ ସହାୟତା ଯୋଗାଯାଇନାହିଁ। ଏହାକୁ ସ୍ଥାନୀୟ ଲୋକେ ନାପସନ୍ଦ କରିଛନ୍ତି। ଜେଜେ ମା’ ଅଞ୍ଜଳିଙ୍କ ଘରେ ମୁଠେ ଖୁଦ ନାହିଁ ଏହି ୨ ଶିଶୁଙ୍କ ମୁହଁରେ ଦାନା ଦେବାକୁ। ପୂର୍ବଦିନର ବାସିପଖାଳ ତୋରାଣିକୁ ଏହି ୨ ଶିଶୁଙ୍କୁ ଖୁଆଇ ଦେଉଥିଲେ ମଧ୍ୟ ସେମାନେ ଖାଉ ନ ଥିବା ଦେଖିବାକୁ ମିଳୁଛି। ୨ ଯମଜ ଶିଶୁଙ୍କ ଜେଜେ ମା’ ଅଞ୍ଜଳି କହିଛନ୍ତି, ଆଉ କେତେଦିନ ଭୋକ ଉପାସରେ ବାସି ପଖାଳ ତୋରାଣିରେ ପିଲାଙ୍କ ଜୀବନ ବଞ୍ଚାଇବି। ଏ ସଂକ୍ରାନ୍ତରେ ବିଡିଓ ସାଗର ନନ୍ଦଙ୍କୁ ପଚାରିବାରେ ଯଦି ୨ ଯମଜ ଶିଶୁ ଖାଦ୍ୟ ପାଉନାହାନ୍ତି ତେବେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?