ସ୍ତ୍ରୀ-ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ୨ ଭାଇ, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଦିଗପହଣ୍ଡି,୨୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଛଣମେରି ପଞ୍ଚାୟତ ପେଣ୍ଡୁରାଖାଳି ଗ୍ରାମର ସିମାଞ୍ଚଳ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ଗେଲି ଗୌଡ଼ଙ୍କୁ ଗାଁର ଦୁଇଭାଇ ଜୟଗୁରୁ ପାତ୍ର ଏବଂ ପୂର୍ଣ୍ଣଗୁରୁ ପାତ୍ର କାତିରେ ହାଣି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ଗୁରୁବାର ସକାଳ ପ୍ରାୟ ସାଢ଼େ ୯ ଟାରେ ଦମ୍ପତ୍ତି ନିଜ ଘର ଛାତ ଉପରେ ଥିବାବେଳେ ଦୁଇ ଭାଇ ସେଠାରେ ପହଞ୍ଚି ଘାତକ ଆକ୍ରମଣ କରିଥିଲେ। ପ୍ରଥମେ ସ୍ବାମୀ ସିମାଞ୍ଚଳଙ୍କୁ ଆକ୍ରମଣ କରିବା ଦେଖି ସ୍ତ୍ରୀ ଗେଲି ତାଙ୍କୁ ଉଦ୍ଧାର କରିବାକୁ ଯିବାବେଳେ ତାଙ୍କ ମୁଣ୍ଡକୁ ମଧ୍ୟ ଜୟଗୁରୁ ଧରିଥିବା କାତିରେ ଚୋଟ ମାରିଥିଲେ। ସାହି ପଡୋଶୀ ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଖବରପାଇ ପାଟପୁର ପୋଲିସ ଟିମ ଗାଁରେ ପହଞ୍ଚି ଅଭିଯୁକ୍ତ ଦୁଇ ଭାଇଙ୍କୁ କାବୁ କରିଥିଲେ। ଉଭୟଙ୍କୁ ଥାନାରେ ଅଟକ ରଖାଯାଇଛି। ସନ୍ଧ୍ୟା ସୁଦ୍ଧା ଥାନାରେ ଏତଲା ହୋଇନଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି। ସକାଳେ ପୂର୍ବ ଶତ୍ରୁତାକୁ ନେଇ ସିମାଞ୍ଚଳ ଏବଂ ଜୟଗୁରୁ ଦୁଇ ପରିବାର ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ସିମାଞ୍ଚଳ ଜୟଗୁରୁଙ୍କ ମା’ଙ୍କୁ ଠେଲି ଦେବାରୁ ତାଙ୍କ ବାମହାତ ଭାଙ୍ଗିଯାଇଛି।ଏଥିରେ ଉତ୍ତେଜିତ ହୋଇ ଦୁଇ ଭାଇ ଦମ୍ପତ୍ତିଙ୍କୁ କାତି ଓ ଠେଙ୍ଗାରେ ଆକ୍ରମଣ କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଆଇଆଇସି କହିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri