୨ ଡଙ୍ଗା ବୁଡ଼ି, ୨ ନିଖୋଜ

ମାଲକାନଗିରି,୨ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗୁରୁବାର ଅପରାହ୍ନରେ ହଠାତ୍‌ କାଳବୈଶାଖୀରେ ପ୍ରବଳ ବେଗରେ ପବନ ବହିବାରୁ ସତୀଗୁଡ଼ା ଜଳଭଣ୍ଡାରରେ ୨ଟି ଡଙ୍ଗା ବୁଡ଼ିଯାଇଛି। ଏଥିରେ ମଞ୍ଜୁସା ଗ୍ରାମର ତୁଳୁସା ମାଢ଼ୀ ଓ ଏମ୍‌ଭି ୧୧୧ ଗ୍ରାମର ଗୋବିନ୍ଦ ସର୍ଦ୍ଦାର ନିଖୋଜ ଅଛନ୍ତି।
ପ୍ରକାଶ ଯେ, ତୁଳୁସା ତାଙ୍କ ପୁଅ ନବୀନାଙ୍କ ସହ ଜଳଭଣ୍ଡାରକୁ ଜାଲ ପକାଇବାକୁ ଯାଇଥିବା ବେଳେ ହଠାତ୍‌ ଜୋରରେ ପବନ ବହିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ପୁଅ ନବୀନା ପହଁରି କୂଳକୁ ଆସିଥିବା ବେଳେ ମା’ ତୁଳୁସା ନିଖୋଜ ଅଛନ୍ତି।
ସେହିପରି ଏମ୍‌ଭି ୧୧୧ ଗ୍ରାମର ଗୋବିନ୍ଦ ସର୍ଦ୍ଦାର ଜାଲ ଜଳଭଣ୍ଡାରକୁ ଜାଲ ବିଛାଇବାକୁ ଯାଇଥିବା ବେଳେ ପ୍ରବଳ ପବନରେ ଡଙ୍ଗାଟି ବୁଡ଼ିଯାଇଥିଲା। ଫଳରେ ସେ ନିଖୋଜ ଅଛନ୍ତି।
ସୂଚନା ଅନୁସାରେ, ଗଭୀର ଜଳରେ ଡଙ୍ଗା ବୁଡ଼ିଯାଇଥିବା ଜଣାପଡ଼ିବା ପରେ ଜଳଭଣ୍ଡାରରେ ଥିବା ଅନ୍ୟ ମତ୍ସ୍ୟଜୀବୀମାନେ ସେହି ସ୍ଥାନକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜମାନଙ୍କୁ ପାଇ ନ ଥିଲେ। ଖବର ଜଣାପଡ଼ିବା ପରେ ସିନ୍ଧ୍ରିମାଳ ସରପଞ୍ଚ ଘାସି ନାୟକ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ଓ ମତ୍ସ୍ୟ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ରାଜସ୍ବ ଓ ମତ୍ସ୍ୟ ବିଭାଗ ଅଧିକାରୀମାନେ ପହଞ୍ଚି ଅନ୍ୟ ଡଙ୍ଗା ସାହାଯ୍ୟରେ ନିଖୋଜମାନଙ୍କୁ ଖୋଜା ଖୋଜି କରିଥିଲେ। ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ରିପୋର୍ଟ ଲେଖାହେବା ସୁଦ୍ଧା ଉଭୟଙ୍କର କୌଣସି ସନ୍ଧାନ ମିଳି ନ ଥିବା ସରପଞ୍ଚ ନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଓଡ଼ିଆଙ୍କୁ ପଦ୍ମଶ୍ରୀ: ସାହିତ୍ୟ ଓ କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୬: ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ…

Padma Awards: ଶିବୁ ସୋରେନ, ଆର୍. ମାଧବନ ଓ ରୋହିତ ଶର୍ମାଙ୍କ ସମେତ ଦେଶର ୬୫ ବିଶିଷ୍ଟ ବ୍ୟକ୍ତିତ୍ୱ ସମ୍ମାନିତ

ନୂଆଦିଲ୍ଲୀ,୨୩।୬: ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ‘ସିଭିଲ ଇନଭେଷ୍ଟିଚର ସେରେମୋନି-୨’ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି…

ଆକାଶଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): ତୁର୍କୀର ମରସିନ ଠାରେ ଅନୁଷ୍ଠିତ ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ୨ଟି ସ୍ୱର୍ଣ୍ଣ ଓ…

ସନ୍ତୋଷପୁରରେ ଭାଜପାର ମିଶ୍ରଣ ପର୍ବ, ୫୦ରୁ ଅଧିକ ମହିଳା ଓ ପୁରୁଷ …

ଛତ୍ରପୁର/ଗଞ୍ଜାମ,୨୩।୬( ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକର ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ର ଏକ ମିଶ୍ରଣ…

ବିଦ୍ୟାଳୟ ଅଛି ହେଲେ ଛାତ ନାହିଁ, ଶିକ୍ଷକ ଅଛନ୍ତି ହେଲେ ପାଠପଢ଼ା ନାହିଁ: ନୂତନ ଗୃହ ନିର୍ମାଣରେ ମଧ୍ୟ ବ୍ୟାପକ ଅନିୟମିତତା

ଥୁଆମୂଳ ରାମପୁର, ୨୩।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତ ଅଧୀନ ତୁମୋନୀଖୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ…

ଭାରତୀୟ ଦଳରେ ସ୍ଥାନ ପାଇଲେ ଏହି ଉଦୀୟମାନ ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୬: ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ଆଘାତପ୍ରାପ୍ତ ଅଲରାଉଣ୍ଡର ନୀତିଶ ରେଡ୍ଡୀଙ୍କ ସ୍ଥାନରେ ଉଦୀୟମାନ ଖେଳାଳି ସୂର୍ଯ୍ୟାଂଶ ଶେଡ୍‌ଗେଙ୍କୁ ଭାରତୀୟ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୨୩।୬: ରାଜ୍ୟରେ ମୌସୁମୀ ସକ୍ରିୟ ଥିବାବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି। ତେଣୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସାରା ଓଡ଼ିଶା ଛୁଇଁବ…

ଗଞ୍ଜାମ ଗ୍ରାସିମ୍‌କୁ ‘କଳିଙ୍ଗ ସିଏସଆର ଏବଂ ଇଏସଜି ଉତ୍କର୍ଷ ଜାତୀୟ ପୁରସ୍କାର-୨୦୨୫’

ଗଞ୍ଜାମ, ୨୩।୬ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଅବସ୍ଥିତ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍‌କୁ ସାମାଜିକ ଦାୟିତ୍ୱବୋଧ ଏବଂ ପରିବେଶ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri