ଚାଷଜମିରେ ପାଣି ମଡ଼ାଇବାକୁ ନେଇ ହତ୍ୟା: ୨ ଗିରଫ

ଧରାକୋଟ,୨୧ା୧୧: ଗାଁ କୋଠ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଗତ ନଭେମ୍ବର ଦୁଇ ତାରିଖରେ ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମରେ ଯୁଧିଷ୍ଠିର ଗୌଡ଼ଙ୍କ ପୁଅ ପଞ୍ଚାନନ ଓରଫ ପଞ୍ଚୁ (୫୨)କୁ ଗ୍ରାମ ନିକଟ କାନ୍ଦୁଲ ଘାଇ ନିକଟରେ ଥିବା କୋଠ ଜମିରେ ହତ୍ୟା କରା ଯାଇଥିଲା। ଏ ନେଇ ଧରାକୋଟ ଥାନାରେ ପଞ୍ଚୁଙ୍କ ସ୍ତ୍ରୀ ବୁଲି ଏତଲା ଦେଇଥିଲେ। ଏ ସଂକ୍ରାନ୍ତରେ ଧରାକୋଟ ଥାନାରେ କେସ୍‌ ନଂ ୩୫୭/୨୪ରେ ଏକ ମାମଲା ରୁଜୁ ହୋଇଥିଲା। ଏତଲାରେ ସେହି ଗ୍ରାମର ତଳ ସାହିର ସନ୍ତୋଷ ଗୌଡ଼ ଓ ତାଙ୍କ ଦୁଇପୁଅ ଶିବ ପ୍ରସାଦ ଗୌଡ଼ ଓ ଶଙ୍କର୍ଷଣ ଗୌଡ଼ଙ୍କ ନାଁ ଉଲ୍ଲେଖ ରହିଥିଲା। ସେହିଦିନଠାରୁ ଅଭିଯୁକ୍ତମାନେ ଫେରାର ରହିଥିବା ବେଳେ ଏତଲାକୁ ଆଧାର କରି ଧରାକୋଟ ପୋଲିସ ତଦନ୍ତକୁ ଜୋରଦାର କରି ଏଥିରେ ସଂପୃକ୍ତ ଶଙ୍କର୍ଷଣ ଓ ଶିବ ପ୍ରସାଦଙ୍କୁ ଦିଗପହଣ୍ଡି ନିକଟରୁ ଗିରଫ କରି କୋର୍ଟ ଚାଲାଣ କରଯାଇଥିବା ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ସୂର୍ଯ୍ୟବଂଶୀଙ୍କୁ ପୁଣି ବଡ଼ ସୁଯୋଗ? ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ରେ ମିଳିବ…

ନୂଆଦିଲ୍ଲୀ,୧୦।୬: ତିଲକ ବର୍ମାଙ୍କ ଅଧିନାୟକତ୍ୱରେ, ଭାରତ ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରି-ସିରିଜର ଏକ ଚମତ୍କାର ଆରମ୍ଭ କରିଛି। ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଏ…

ସାଙ୍ଗମାନଙ୍କ ସହ ଗାଧୋଇବାବେଳେ ପାଣିରେ ବୁଡ଼ି ୨ ଜଣଙ୍କ ଜୀବନ ଗଲା

ନୀଳଗିରି,୧୦ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ରାଧାକିଶୋରପୁର ପଞ୍ଚାୟତ ସୋନ ନଦୀ ରଣିତ ଘାଟରେ ଘଟିଛି ଅଘଟଣ। ବୁଧବାର ମଧ୍ୟାହ୍ନରେ ଦୁଇ ସାଙ୍ଗ ଜାମୁକୋଳି…

ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ମେଟ୍ରୋ….

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ବୁଧବାର କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ବିଧାୟିକାଙ୍କ ହସ୍ତକ୍ଷେପ ପରେ ମିଳିଲା ମୁଖ୍ୟମନ୍ତ୍ରୀ ରିଲିଫ ସହାୟତା

ରିଷିଡ଼ା,୧୦ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କୁ ସରକାରୀ ସହାୟତା ମିଳିବାରେ ବହୁ ବିଳମ୍ବ ହୋଇଥାଏ। କିନ୍ତୁ ସ୍ଥାନୀୟ…

ରାହୁଲଙ୍କ ହାତ ଧରିବ ଟିଏମସି, ମମତା ହେବେ ଉପାଧ୍ୟକ୍ଷ, ଡିଲ୍‌ ଫାଇନାଲ!

କୋଲକାତା,୧୦।୬: କଂଗ୍ରେସରେ ଟିଏମସି (TMC) ର ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ସୂଚନା ଅନୁସାରେ, ସୋନିଆ ଗାନ୍ଧୀଙ୍କ ପକ୍ଷରୁ ମିଳିଥିବା ପ୍ରସ୍ତାବ ଉପରେ ମମତା…

ସରକାରୀ ସହାୟତା ଯୋଗାଇବା ନାଁରେ ଦଲାଲ ଠକି ନେଇଥିଲେ ଟଙ୍କା , ଥାନାରେ ଫେରାଇ…

ରିଷିଡ଼ା,୧୦ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଜନୈକ ମହିଳାଙ୍କଠାରୁ ଓ ବିଭିନ୍ନ ଅଞ୍ଚଳର ଲୋକମାନଙ୍କଠୁ ସରକାରୀ ସହାୟତା ଯୋଗାଇ ଦେବା ନାମରେ ପୌରକେଲା ଗ୍ରାମର ହଜାରୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ ଦେଖି ଏମିତି କହିଦେଲେ ମେଲୋନି: ସରା ବିଶ୍ୱରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଦୀର୍ଘ ଦିନ ଧରି ନିରନ୍ତର କାର୍ଯ୍ୟକାଳ ପାଇଁ ଏକ ରେକର୍ଡ ସ୍ଥାପନ କରିଛନ୍ତି। ବୁଧବାର କେନ୍ଦ୍ର ସରକାରଙ୍କ ମୁଖ୍ୟ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri