Posted inଖେଳ

ମଜୁରିଆ କୁସ୍ତିଯୋଦ୍ଧାଙ୍କୁ ୨.୫ ଲକ୍ଷ ସହାୟତା

ନୂଆଦିଲ୍ଲୀ, ୫ା୨ (ପି.ଟି.)-ମଜୁରିଆ ଭାବେ କାର୍ଯ୍ୟ କରୁଥିବା ମଧ୍ୟପ୍ରଦେଶର ଜଣେ କୁସ୍ତିଯୋଦ୍ଧା ସନ୍ନି ଯାଦବଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ୨.୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛି। ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକ ଲାଗି ଟ୍ରେନିଂ ଏବଂ ପ୍ରସ୍ତୁତି ପାଇଁ ଆବଶ୍ୟକ ସରଞ୍ଜାମ କ୍ରୟ କରିବା କ୍ଷେତ୍ରରେ ସେ ଏହି ଅର୍ଥକୁ ବ୍ୟୟ କରିବେ। କ୍ରୀଡ଼ାବିତ୍‌ମାନଙ୍କ ଲାଗି ଉଦ୍ଦିଷ୍ଟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଓ୍ବେଲଫେୟାର ଫଣ୍ଡ୍‌ରୁ ଯାଦବଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ରାଜସ୍ଥାନର ଚିତ୍ତୋରଗଡ଼ଠାରେ ୨୦୧୮ରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ଜାତୀୟ ଜୁନିୟର ରେସ୍‌ଲିଂ ଚାମ୍ପିୟନଶିପ୍‌ ଏବଂ ୨୦୨୦ରେ ଭୁବନେଶ୍ୱରରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟନିଭର୍ସିଟି ଗେମ୍ସରେ ଯାଦବ ୬୦ କେଜି ଗ୍ରିକୋ-ରୋମାନ୍‌ ଇଭେଣ୍ଟରେ ଗୋଟିଏ ଲେଖାଏ ରୌପ୍ୟ ଜିତିଥିଲେ। କିନ୍ତୁ ଗତ କିଛିଦିନ ହେଲା ରେସ୍‌ଲିଂ ପ୍ରାକ୍ଟିସ ପରେ ଅନ୍ୟମାନଙ୍କ ଗାଡ଼ି ସଫା କରିବା ବ୍ୟତୀତ ମଜୁରିଆ ଭାବେ କାର୍ଯ୍ୟକରି ତାଙ୍କ ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ଜଣେ କୁସ୍ତିଯୋଦ୍ଧା ହୋଇଥିବାରୁ ଏଥିପାଇଁ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ମାତ୍ର କଠିନ ପରିଶ୍ରମ ସତ୍ତ୍ୱେ ସେ ଉପାର୍ଜନ କରୁଥିବା ଅର୍ଥ ଯଥେଷ୍ଟ ହେଉ ନାହିଁ। ଅନ୍ୟଠାରୁ ଋଣ କରି ସେ ତାଙ୍କ ଟ୍ରେନିଂ ଜାରି ରଖିଛନ୍ତି। ୨୦୧୭ରେ ଯାଦବଙ୍କ ପିତାଙ୍କର ବ୍ରେନ୍‌ ହାମରେଜ୍‌ରେ ପ୍ରାଣହାନି ଘଟିଥିଲା। ଏହାପରେ ସେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁସ୍ତାକ ଅହମ୍ମଦ ପାକିସ୍ତାନ ସ୍ପିନ୍‌ ବୋଲିଂ ପରାମର୍ଶଦାତା

କରାଚୀ,୧୩।୧୨- ପାକିସ୍ତାନ ପୂର୍ବତନ ଟେଷ୍ଟ ଅଧିନାୟକ ମୁସ୍ତାକ ଅହମ୍ମଦଙ୍କୁ ଦଳର ସ୍ପିନ୍‌ ବୋଲିଂ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ତାଙ୍କ ସହ ଏକବର୍ଷ ଲାଗି ଚୁକ୍ତି...

ପଂଘାଲଙ୍କୁ ସ୍ବର୍ଣ୍ଣ, ମହିଳାରେ ପୂଜା ଶ୍ରେଷ୍ଠ

ବ୍ୟାଙ୍କ୍‌କ, ୨୭ା୪ (ପି.ଟି.)-ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ରେ ଭରତୀୟ ପ୍ରତିଯୋଗୀମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଅମିତ ପଂଘାଲ(୫୨କେଜି) ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ପୂଜା ରାଣୀ (୮୧କେଜି)...

ଅବସରପ୍ରାପ୍ତ ମୁମ୍ବାଇ ଅମ୍ପାୟରଙ୍କୁ ସହାୟତା

ମୁମ୍ବାଇ,୨୧।୫(ପି.ଟି.): କୋଭିଡ୍‌-୧୯ ଜନିତ ଲକ୍‌ଡାଉନ କାରଣରୁ ସମସ୍ୟାରେ ପଡିଥିବା ମୁମ୍ବାଇ ମେଟ୍ରୋପଲିର ୨୦ ଜଣ ଅବସରପ୍ରାପ୍ତ ଅମ୍ପାୟରଙ୍କୁ ସହାୟତା କରିବାକୁ ‘କ୍ରିକେଟର୍ସ ଫାଉଣ୍ଡେଶନ’ ନାମକ ଏକ...

ହରଭଜନ ସ୍ପିନ୍‌ ବିଭାଗକୁ ଦୃଢ କରିବେ: ମୋର୍ଗାନ

କୋଲକାତା,୧।୪(ପି.ଟି.): ଅଭିଜ୍ଞ ଅଫ୍‌ ସ୍ପିନର ହରଭଜନ ସିଂ ଏଥର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ତରଫରୁ ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ହରଭଜନ ସାମିଲ ହେବା ପରେ...

ରଣଜୀ ଗ୍ରାଉଣ୍ଡରେ ପଶିଲା ଶାପ

ନୂଆଦିଲ୍ଲୀ,୯।୧୨- ସୋମବାରଠାରୁ ଚଳିତ ସିଜନର ରଣଜୀ ଟ୍ରଫି ଟୁର୍ନାମେଣ୍ଟ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ହିଁ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି।...

ବିରାଟ କୋହଲିଙ୍କୁ ନେଇ ଚିନ୍ତାରେ ଭାରତୀୟ ଦଳ

ବିରାଟ କୋହଲି ଏବେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଅଟନ୍ତି। ଏକଦିବସୀୟ ଏବଂ ଟି -୨୦ ବ୍ୟତୀତ କୋହଲି ଟେଷ୍ଟ କ୍ରିକେଟର ଶ୍ରେଷ୍ଠ -୩ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ...

ରୋହିତ ଶର୍ମାଙ୍କୁ ନେଇ ଚକିତ କଲା ଭଳି କଥା କହିଲେ କୋହଲି

ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ରୋହିତ ଶର୍ମା ପ୍ରସଙ୍ଗରେ ନିଜ ମତ ରଖିଛନ୍ତି। ୟକୋହଲି କହିଛନ୍ତି ଯେ...

୧୦ ବର୍ଷ ଧରି ଯୌନ ନିର୍ଯାତନା ଦେଇ ଆସୁଥିଲେ ପାକିସ୍ତାନ ଅଧିନାୟକ ! ଖବରଦାତା ସମ୍ମିଳନୀରେ ମହିଳା କହିଲେ ଏଭଳି..

ନୂଆଦିଲ୍ଲୀ,୨୯।୧୧: ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ବାବର ଆଜମ୍‌ଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ବାବର...

Advertisement
Archives

Model This Week