1st February Rules Change: ବଜେଟ ପୂର୍ବରୁ ୫ ପରିବର୍ତ୍ତନ, ସାଧାରଣ ନାଗରିକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ…

ନୂଆଦିଲ୍ଲୀ,୧।୨ : ଗୁରୁବାର ଭାରତରେ ମଧ୍ୟବର୍ତ୍ତରକାଳୀନ ବଜେଟ ଉପସ୍ଥାପିତ ହେବ। ତେବେ ବଜେଟର ଉପସ୍ଥାପନା ପୂର୍ବରୁ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ଏକ ବଡ ଅପଡେଟ ଆସିଛି। ଯାହା ଫେବୃଆରୀ ୧ ରୁ ନିୟମରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି ।

ଏହି ପରିବର୍ତ୍ତନଗୁଡ଼ିକରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସହିତ ଫାସଟାଗ ଇ କଓ୍ବୋଇସି(FASTag eKYC ଡେଡଲାଇନ) ପାଇଁ ଶେଷ ତାରିଖ ରହିଥିଲା। ତେବେ ଏହାକୁ ଫେବୃଆରୀ ୨୯କୁ ବୃଦ୍ଧି କରାଯାଇଛି। ଫେବୃଆରୀ ୧ ରୁ ଦେଶରେ ୫ ଟି ପ୍ରମୁଖ ପରିବର୍ତ୍ତନ ହୋଇଛି।

ତୈଳ କମ୍ପାନୀଗୁଡିକ ଦ୍ୱାରା ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମହଙ୍ଗା ହୋଇଛି ।

ଆଇଏମପିଏସ ର ନିୟମରେ ମଧ୍ୟ ପରିବର୍ତ୍ତନ ଆସିଛି, ଯେଉଁଥିପାଇଁ ଲୋକଙ୍କ ପାଇଁ ଟଙ୍କା ସ୍ଥାନାନ୍ତର କରିବା ସହଜ ହେବ ଏବଂ ସେମାନେ ହିତାଧିକାରୀଙ୍କ ନାମ ଯୋଡି ବ୍ୟାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ। । ଗତ ଅକ୍ଟୋବର ୩୧ ରେ ଏକ ସର୍କୁଲାର ଜାରି କରି ଗତ ବର୍ଷ ସରକାରଙ୍କ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଥିଲା । ଏହି ନିୟମ ୧ ଫେବୃଆରୀ ୨୦୨୪ ରୁ କାର୍ଯ୍ୟକାରୀ ହେବ ।

ଜାତୀୟ ପେନସନ ସିଷ୍ଟମ (ଏନପିଏସ) ସହିତ ଜଡିତ ପରିବର୍ତ୍ତନଗୁଡିକ ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ୱାରା କରାଯାଇଛି। ଜାତୀୟ ପେନସନ ସିଷ୍ଟମ ପ୍ରତ୍ୟାହାର ସମ୍ବନ୍ଧୀୟ ନୂତନ ନିୟମ ଫେବୃଆରୀ ୧ ରୁ ଲାଗୁ ହୋଇଛି। ନିଯୁକ୍ତିଦାତାଙ୍କ ଅବଦାନ ବ୍ୟତୀତ, ଆକାଉଣ୍ଟଧାରୀଙ୍କୁ ଜମା ରାଶିର ମାତ୍ର ୨୫ ପ୍ରତିଶତ ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯିବ । ଏଥିପାଇଁ ଆକାଉଣ୍ଟଧାରୀମାନଙ୍କୁ ପ୍ରତ୍ୟାହାର ଅନୁରୋଧ ସହିତ ଆତ୍ମ-ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ। ଆକାଉଣ୍ଟ ଧାରକମାନେ କେବଳ ଯାଞ୍ଚ ପରେ ଜମା ହୋଇଥିବା ଟଙ୍କା ପ୍ରତ୍ୟାହାର କରିବାକୁ ସମର୍ଥ ହେବେ ।

ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କର ଧନ ଲକ୍ଷ୍ମୀ ଏଫଡି ଯୋଜନା ବନ୍ଦ ରହିଛି। ବର୍ତ୍ତମାନ ଗ୍ରାହକମାନେ ୪୪୪ ଦିନ ପର୍ଯ୍ୟନ୍ତ ଏଫଡିର ଲାଭ ପାଇପାରିବେ ନାହିଁ। ଏହି ସ୍ବତନ୍ତ୍ର ଏଫଡିରେ ୭.୪ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ଉପଲବ୍ଧ। ଯେତେବେଳେ କି, ବରିଷ୍ଠ ନାଗରିକମାନେ ୮.୦୫ ପ୍ରତିଶତ ପର୍ଯ୍ୟନ୍ତ ସୁଧର ଲାଭ ପାଆନ୍ତି। ତେବେ ପଞ୍ଜାବ ଏବଂ ସିନ୍ଦ ବ୍ୟାଙ୍କର ଧନ ଲକ୍ଷ୍ମୀ ଏଫଡି ଯୋଜନା କେବଳ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୈଧ ଥିଲା, ଯେଉଁଥିରେ ବର୍ତ୍ତମାନ ପୁଞ୍ଜି ବିନିଯୋଗ ହୋଇପାରିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri