Posted inRasifala

ରାଶିଫଳ: ଶୁକ୍ରବାର, ମେ ୧୯ ତାରିଖ – Daily Horoscope

ମେଷ
ଆଜି ପବିତ୍ର ସାବିତୀବ୍ରତରେ ଉଚ୍ଚମନ, ଉତ୍କୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ ଅନ୍ୟର ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। କୃତ୍ତିକା ନକ୍ଷତ୍ର ସାମାଜିକ ସ୍ତରରେ ଉଚ୍ଚାସନ ଲଭିବେ। ବ୍ୟବସାୟ, ପରିବହନ, ନିର୍ମାଣ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ଭଲରେ ଚାଲିବ।
ବୃଷ
ବୃଷ
ଆଜି ରୋହିଣୀ ନକ୍ଷତ୍ର ସକାଶେ ପ୍ରତ୍ୟୁଷ ଯାତ୍ରା ଦ୍ୱାଦଶଚନ୍ଦ୍ର ପ୍ରଭାବରୁ ମିଶ୍ରିତଫଳ ପ୍ରଦାନ କରିବ। ଆପଣଙ୍କ ଚିନ୍ତା ଓ ଯୋଜନାନୁଯାୟୀ ପ୍ରତ୍ୟେକ କାମ ଠିକ୍‌ ସମୟରେ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ଉପର ଅଧିକାରୀମାନେ ଆପଣଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିବେ।
ମିଥୁନ
ମିଥୁନ
ଆଜି ପ୍ରତ୍ୟେକ କ୍ଷେତ୍ରରେ ଯେତିକି ପାଇବେ ତାହାଠାରୁ ଅଧିକ ଦେବେ। ନିଜ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ କଅଁଳିଆ କଥା କହି ମନେଇବାରେ ସମର୍ଥ ହେବେ। ଆରର୍ଦ୍ରା ନକ୍ଷତ୍ରର ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। କର୍ମକ୍ଷେତ୍ରରେ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରନ୍ତୁ କିଛି ସମୟ ପରେ ସଫଳତା ମିଳିବ।
କର୍କଟ
କର୍କଟ
ପରିସ୍ଥିତି ଓ ପରିଣାମକୁ ଆଖିଆଗରେ ରଖି କାମ କଲେ ସଫଳତା ମିଳିବ। ପରୀକ୍ଷା ଓ ଅନୁସନ୍ଧାନ ନ କରି କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଠିକ୍‌ ହେବ ନାହିଁ। ଅଶ୍ଳେଷା ନକ୍ଷତ୍ର ହଠାତ୍‌ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଋଣ କରିବାକୁ ପଡିପାରେ। ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଯେଉଁ ଦୃଷ୍ଟିକୋଣ ନେଇ ଅନ୍ୟକୁ ସାହାଯ୍ୟ କରିବେ ତାହାକୁ ଖଳବୁଦ୍ଧିବିଶିଷ୍ଟ ବନ୍ଧୁମାନେ ଅନ୍ୟାର୍ଥରେ ଗ୍ରହଣ କରିବେ। ମଘା ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ଅନ୍ୟକୁ ସନ୍ତୁଷ୍ଟ କରିପାରିବେ ନାହିଁ। କାହାର ଭଲ କରିବାକୁ ଯାଇ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ଆର୍ଥିକ ସ୍ଥିତି ମନ୍ଦ ହେବନି ମାତ୍ର କର୍ମକ୍ଷେତ୍ରରେ ଜମା ଫୁରସତ୍‌ ପାଇବେ ନାହିଁ।
କନ୍ୟା
ଯାହାକୁ ନିଜର ଭାବିବେ ସେ ହିଁ ସରଳତାର ସୁଯୋଗ ନେବାକୁ ପଛାଇବ ନାହିଁ। ହସ୍ତା ନକ୍ଷତ୍ରର ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ନିର୍ମାଣ, ପରିବହନ, ପ୍ରଶାସନ, ମାଲିମକଦ୍ଦମା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ଆଜି କୌଣସି ଆନୁଷ୍ଠାନିକ କାମରେ ଯୋଗ ଦେଲେ ସାମାଜିକ ସ୍ତରରେ ସମ୍ମାନିତ ହେବେ।
ତୁଳା
ତୁଳା
ଅନାଗତ ଭବିଷ୍ୟତ ସମୟର ଅସୁବିଧା କଳ୍ପନା କରି ଅବସାଦ ଦେଖାଦେଇପାରେ। ସ୍ବାତୀ ନକ୍ଷତ୍ର ଅସୁସ୍ଥତା ସତ୍ତ୍ୱେ ଘରକାମ କରିବାକୁ ବାଧ୍ୟ ହେବେ। ମନର ଭାବାବେଗକୁ ବନ୍ଧୁ ନିକଟରେ ପ୍ରକାଶ କରିବା ହେତୁ ଭୁଲ୍‌ ବୁଝାମଣାର ପରିସ୍ଥିତି ସୃଷ୍ଟି ହେବ। ଆପଣଙ୍କର ସୁସଂଯତ କାର୍ଯ୍ୟଶୈଳୀ ଜନସମାଜରେ ଆଦରଣୀୟ ହୋଇପାରିବ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଅବଶ୍ୟ ମାପିଚୁପି କହିବାକୁ ପସନ୍ଦ କରିପାରନ୍ତି। ମନକଥାକୁ ଗୋପନ ରଖି କାମ ହାସଲର ଆନୁଷଙ୍ଗିକ ପଦ୍ଧତିକୁ ଅନୁସରଣ କରିପାରନ୍ତି। ଅନୁରାଧା ନକ୍ଷତ୍ରର ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ କୌଣସି କାମରେ ମନ ଲାଗିବ ନାହିଁ। ଅବଶ୍ୟ କର୍ମକ୍ଷେତ୍ରରେ ବହୁଦିନର ମନାନ୍ତର ସମାଧାନ ହୋଇଯିବ।
ଧନୁ
ଧନୁ
ଉତ୍ତରାଷାଢ଼ା ନକ୍ଷତ୍ରର ଚିନ୍ତାଜନକ ପରିସ୍ଥିତି ଆଜିର ଦିନଟିକୁ ନିରୁତ୍ସାହିତ କରିପାରେ। କୌଣସି କାମ ଶୃଙ୍ଖଳିତ ଭାବରେ ନ ହେବା କାରଣରୁ ଧୈର୍ଯ୍ୟଚ୍ୟୁତି ଘଟିବାର ଆଶଙ୍କା ରହିଛି। ବ୍ୟବସାୟ ଓ ପରିବହନରେ କେତେକ ଆଧୁନିକୀକରଣ କରିପାରନ୍ତି। ନିର୍ମାଣ କ୍ଷେତ୍ରରେ ଆବଶ୍ୟକ ଜିନିଷ ଅଭାବରୁ କାର୍ଯ୍ୟ ସ୍ଥଗିତ ରହିପାରେ।
ମକର
ମକର
ପରିବାରରେ ନିଜର ଅସ୍ଥିର ମନର ଭାବକୁ ପ୍ରକାଶ କରି ସମାଲୋଚିତ ହେବେ। କର୍ମକ୍ଷେତ୍ର ଓ ବ୍ୟବସାୟିକ ଦିଗଟି ମନ୍ଦ ହେବ ନାହିଁ କିନ୍ତୁ ପ୍ରତିବନ୍ଧକ ଲାଗିରହିବ। ଶ୍ରବଣା ନକ୍ଷତ୍ର ଦିନ ତମାମ ପରିଶ୍ରମଜନିତ ସାମୟିକ କ୍ଳାନ୍ତି ଅନୁଭବ କରିପାରନ୍ତି। ଆଗାମୀ ମାଙ୍ଗଳିକ ଉତ୍ସବକୁ ନେଇ ନିର୍ମାଣାଧୀନ ଗୃହ, ଯାନବାହନକୁ ଶେଷ ସ୍ପର୍ଶ ଦେବେ।
କୁମ୍ଭ
କୁମ୍ଭ
ଘରେ ଅଶାନ୍ତି ଲାଗିରହୁଥିବା ହେତୁ କାମଗୁଡ଼ିକ ଠିକ୍‌ ଭାବେ ସମ୍ପନ୍ନ ନ ହୋଇପାରେ। ପୂର୍ବଭାଦ୍ରପଦ ନକ୍ଷତ୍ରର ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ। ଅଫିସ କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବ ଏବଂ ସମସ୍ୟା ଦୂରେଇ ଯିବ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ମାତ୍ର ବିଶେଷ ଅସୁବିଧା ହେବ ନାହିଁ।
ମୀନମୀନ
କାର୍ଯ୍ୟବ୍ୟସ୍ତତା କାରଣରୁ ପରିବାର ପାଇଁ ସମୟ ଦେଇ ପାରିବେ ନାହିଁ। ଚନ୍ଦ୍ରଙ୍କ ସୁପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରୁ ଆଶାନୁରୂପ ସ୍ନେହ, ସହାନୁଭୂତି ପାଇ ମନ ଖୁସି ରହିବ। କର୍ମକୁ ଜୀବନରବ୍ରତ ରୂପେ ଗ୍ରହଣ କରି ନିଜେ ଜଳି ଅନ୍ୟମାନଙ୍କ ହିତ ସାଧନରେ ନିଜକୁ ସାମିଲ କରିପାରନ୍ତି। ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସା, ଆତ୍ମୀୟଙ୍କ ଅନୁରାଗ, ପଡ଼ୋଶୀଙ୍କ ସ୍ନେହ ଓ ଶ୍ରଦ୍ଧା ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?