Posted inଖେଳ

୧୯୯୨: ଇମ୍ରାନଙ୍କ ପାକିସ୍ତାନ ବିଶ୍ୱବିଜେତା

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା ପାକିସ୍ତାନ। ଇମ୍ରାନ୍‌ ଖାଁଙ୍କ ନେତୃତ୍ୱରେ ଦଳ ତୃତୀୟ ବିଶ୍ୱକପ ଖେଳୁଥିବା ବେଳେ ଇଂଲଣ୍ଡକୁ ହରାଇ ଦଳ ହାସଲ କରିଥିଲା ଏହାର ପ୍ରଥମ ଟାଇଟଲ। କ୍ରମାଗତ ଥର ପାଇଁ ଫାଇନାଲରେ ପହଞ୍ଚିଥିବା ଇଂଲଣ୍ଡକୁ ଆଉ ଥରେ ନିରାଶ ହେବାକୁ ପଡ଼ିଥିଲା। ବେନସନ୍‌ ଆଣ୍ଡ ହେଜେସ୍‌ ଏହି ବିଶ୍ୱକପର ପ୍ରାୟୋଜକ ରହିଥିଲେ। ୧୯୯୧ ପରିବର୍ତ୍ତେ ଏକ ବର୍ଷ ବିଳମ୍ବରେ ଏହି ବିଶ୍ୱକପ ଆୟୋଜିତ ହୋଇଥିଲା। ପ୍ରଥମ ଥର ପାଇଁ କଳା ଧଳା ପରିବର୍ତ୍ତେ ରଙ୍ଗିନ ପୋଷାକରେ ଦିନିକିଆ କ୍ରିକେଟ ଦେଖିବାକୁ ମିଳିଥିଲା। ୮ ପରିବର୍ତ୍ତେ ୯ ଦଳ ଅଂଶଗ୍ରହଣ କରିଥିବା ବେଳେ ସମୁଦାୟ ୩୯ ମ୍ୟାଚ୍‌ ଖେଳ ହୋଇଥିଲା। ଏହା ସହିତ ଏହି ବିଶ୍ୱକପ ଅନେକ କାରଣରୁ ସ୍ବତନ୍ତ୍ର ରହିଥିଲା। ରେନ୍‌ ରୁଲ୍‌ ପ୍ରଥମ ଥର ଲାଗୁ କରାଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ସେମି ଫାଇନାଲରେ ପରାଜିତ ହୋଇଥିଲା। ଏହା ସହିତ ସ୍ପିନ୍‌ ବୋଲରଙ୍କ ଜରିଆରେ ଓପନ କରିବା ଓ ପିଞ୍ଚ ହିଟରଙ୍କ ବ୍ୟବହାର ପ୍ରଥମ ଥର କରିଥିଲା ନ୍ୟୁଜିଲାଣ୍ଡ।
ପାକିସ୍ତାନ ଏହି ସଂସ୍କରଣରେ ବର୍ଷା କାରଣରୁ ସବୁଠାରୁ ଅଧିକ ଲାଭବାନ ହୋଇଥିଲା। ଦଳ ଇଂଲଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚରେ ୭୪ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ବର୍ଷା କାରଣରୁ ମ୍ୟାଚ୍‌ ଧୋଇଯିବା କାରଣରୁ ଦଳ ଏକ ପଏଣ୍ଟ ଅର୍ଜନ କରିଥିଲା। ଏହା ଫଳରେ ପାକିସ୍ତାନ ସେମି ଫାଇନାଲ ପ୍ରବେଶରେ ସମର୍ଥ ହୋଇଥିଲା। ଇମ୍ରାନ୍‌ ଖାନ୍‌ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ କରି ବ୍ୟାଟ ଜରିଆରେ ୧୮୫ ରନ୍‌ ଓ ବୋଲିଂରେ ୭ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ଓ୍ବାସିମ ଆକ୍ରମଙ୍କ ବ୍ୟତୀତ ମୁସ୍ତାକ ଅହମଦ ୧୬ ଓ ଆକ୍ୱିବ୍‌ ଜାଭେଦ୍‌ ୧୧ ଉଇକେଟ ନେଇଥିଲେ। ପ୍ରଥମ ସେମିରେ ଆୟୋଜକ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଥିଲା ପାକିସ୍ତାନ। ଦ୍ୱିତୀୟ ସେମି ଫାଇନାଲଟି କ୍ରିକେଟର ଅନ୍ୟତମ ବିବାଦୀୟ ମ୍ୟାଚ୍‌ ରହିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚକୁ ଇଂଲଣ୍ଡ ୪ ଉଇକେଟରେ ଜିତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୫ ଓଭରରେ ୨୬୨ ରନ୍‌ କରିଥିଲା। ବର୍ଷା ହେବା ବେଳକୁ ଦକ୍ଷିଣ ଆଫ୍ରିକାକୁ ୧୩ ବଲରୁ ୨୨ ରନ୍‌ର ଆବଶ୍ୟକତା ରହିଥିଲା। ୨ ଓଭରର ଖେଳ ବନ୍ଦ ହେବା କାରଣରୁ ସଂଶୋଧିତ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଆଗରେ ଗୋଟିଏ ବଲ୍‌ରେ ୨୨ ରନ୍‌ର ଲକ୍ଷ୍ୟ ରହିଥିଲା। ଫାଇନାଲ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା। ଇମ୍ରାନ୍‌ ଖାଁ ଓ ଓ୍ବାସିମ୍‌ ଆକ୍ରମଙ୍କ ଅଲରାଉଣ୍ଡ ପ୍ରଦର୍ଶନରେ ବିଜୟୀ ହୋଇଥିଲା ପାକିସ୍ତାନ। ଆକ୍ରମ ଫାଇନାଲରେ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri