କୁଲଡ଼ିହା ହାତୀ ମୃତ୍ୟୁ ଘଟଣା: ଫରେଷ୍ଟର, ଗାର୍ଡ଼ ନିଲମ୍ବିତ

ସଜନାଗଡ଼, ୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର କୁଲଡ଼ିହା ଅଭୟାରଣ୍ୟରେ ଗତ ୫ତାରିଖରେ ଏକ ଦନ୍ତାହାତୀର ମୃତଦେହ ମିଳିଥିଲା। ହାତୀର ମୃତ୍ୟୁକୁ ନେଇ ବନବିଭାଗ କୌଣସି ଟେର୍‌ ନ ପାଇବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ବନବିଭାଗର ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କୁଲଡ଼ିହାର ଫରେଷ୍ଟର କିଶୋର ଭୂୟାଁ ଓ ଗାର୍ଡ଼ ଲାଲମୋହନ ସିଂଙ୍କୁ ନିଲମ୍ବନ କରାଯାଇଛି। ଏହାସହ କୁଲଡ଼ିହାର ଏସିଏଫ୍‌ଓ ଲକ୍ଷ୍ମଣ ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। କୁଲଡ଼ିହାରେ ରାତ୍ରି ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ଡିଏଫ୍‌ଓ ପଣ୍ଡା ସୂଚନା ଦେଇଛନ୍ତି।
ଗତ ୫ତାରିଖରେ କୁଲଡ଼ିହା ବନବିଭାଗର କର୍ମଚାରୀ ଅଭୟାରଣ୍ୟ ଭିତର ଭାଲୁବସା ନିକଟରେ ଏକ ହାତୀର ମୃତଦେହ ଉଦ୍ଧାର କରିଥିଲେ। ବନବିଭାଗର ସୂଚନାନୁସାରେ ଉଦ୍ଧାର ହାତୀର ଦୁଇଟିଯାକ ଦାନ୍ତ ନ ଥିବାବେଳେ ଦୁଇ ତିନି ଦିନ ପୂର୍ବରୁ ତା’ର ମୃତ୍ୟୁ ହୋଇଥିଲା। ଏହାପରେ ବନବିଭାଗର ଉଚ୍ଚପଦସ୍ଥ କର୍ମଚାରୀମାନେ ହାତୀ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ପରେ ପ୍ରାଣୀ ଚିକିତ୍ସାଧିକାରୀଙ୍କ ଉପସ୍ଥିତିରେ ମୃତ ହାତୀର ଶବ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ହୋଲି ଉତ୍ସବରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲି ମାଡ଼ରେ ୫ ଗୁରୁତର

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବ ମୁଖର ଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଧୀନ...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ...

ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ

ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର...

ବାହାଘର ସାତ ଦିନ ପରେ ନବବଧୂଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୫।୩: ବିବାହର ସାତ ଦିନ ପରେ ଜଙ୍ଗଲରୁ ମିଳିଲା ନବ ବଧୂଙ୍କର ମୃତଦେହ। ବାଲେଶ୍ୱର ଜିଲାର ସୋର ଅଂଚଳରେ ଏହି ଘଟଣାର ଘଟିଥିବା ସୂଚନା...

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ...

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ...

ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri