ଆସିଲେଣି ୬୫ ପ୍ରଜାତିର ୧୯,୧୫୭ ପକ୍ଷୀ

ବାଲୁଗଁା,୨୪ା୧୦(ଡି.ଏନ୍‌.ଏ.):କିଛିଦିନ ହେବ ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇଥିବା ବେଳେ ଶୀତ ଅନୁଭୂତ ହୋଇଛି। ଫଳରେ ଚିଲିକାକୁ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ହେବାରେ ଲାଗିଛି। ରବିବାର ସୁଦ୍ଧା ଚିଲିକାକୁ ୬୫ ପ୍ରଜାତିର ୧୯,୧୫୭ ପକ୍ଷୀଙ୍କ ଆଗମନ ହୋଇଥିବା ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍‌ ପ୍ରଶାନ୍ତ କୁମାର ପଣ୍ଡା କହିଛନ୍ତି। ତନ୍ମଧ୍ୟରୁ ପକ୍ଷୀ ଅଭୟାରଣ୍ୟ ନଳବଣରେ ୫୦୫୬ ପକ୍ଷୀ ଦୃଷ୍ଟିଗୋଚର ହୋଇଥିବା ବେଳେ ଅବଶିଷ୍ଟ ପକ୍ଷୀ ବାହାର ଚିଲିକା ତଥା ରେଞ୍ଜ୍‌ ଟାଙ୍ଗୀ, ସାତପଡ଼ା, ଚିଲିକା ଓ ରମ୍ଭା ଆଦି ଅଞ୍ଚଳରେ ଅବତରଣ କରିଛନ୍ତି। ପକ୍ଷୀଙ୍କ ଆଗମନରେ ଚିଲିକା ଚଳଚଞ୍ଚଳ ହୋଇଉଠିଛି। ପର୍ଯ୍ୟଟକ ଓ ପକ୍ଷୀ ବିଶାରଦଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଆଗମନ ପକ୍ଷୀଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟାରେ ଲିଟିଲ୍‌ କର୍ମୋରାଣ୍ଟ ୧୦୮୫, ମଙ୍ଗୋଲିଆନ ପ୍ଲୋଭର ୩୭୦, ଉଡ୍‌ ସାଣ୍ଡ ପାଇପର ୩୪୫, ଗ୍ଲୋସି ଇବିସ୍‌ ୩୪୦, ଲିଟିଲ୍‌ ଇଗ୍ରେଟ୍‌ ୩୩୨, ନାଇଟ୍‌ ହେରନ୍‌ ୨୬୫, କମନକୁଡ୍‌ ୧୧୫ ଚିହ୍ନଟ ହୋଇଥିବା ବେଳେ ଚିଲିକାର ଶୋଭାବର୍ଦ୍ଧନକାରୀ ଆକର୍ଷଣୀୟ ପେଲିକାନ୍‌ (ଏରା) ପକ୍ଷୀ ୭୫ଟି ଦୃଷ୍ଟିଗୋଚର ହୋଇଛନ୍ତି।
ଅକ୍ଟୋବର ପହିଲାରେ ଶୀତ ପଡ଼ିବା ମାତ୍ରେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ହେଲେ ଚଳିତବର୍ଷ ଶୀତ ଆଗମନରେ ବିଳମ୍ବ ହୋଇଥିଲେ ସୁଦ୍ଧା ତୃତୀୟ ସପ୍ତାହରେ ପକ୍ଷୀ ଆସି ଚିଲିକାରେ ପାଦ ଥାପିଛନ୍ତି। ସାଇବେରିଆ, ରୁଷିଆ, କାଜାକ୍‌ସ୍ତାନ, ଲଦାଖ, ମାଙ୍ଗୋଲିଆ, ଆମେରିକା, କାନାଡ଼ା ଆଦି ରାଷ୍ଟ୍ରାଞ୍ଚଳରୁ ବିଭିନ୍ନ ପ୍ରଜାତିର ରଙ୍ଗ ବେରଙ୍ଗର ପକ୍ଷୀ ଚିଲିକାରେ ପହଞ୍ଚତ୍ଥାଆନ୍ତି। କୀଟପତଙ୍ଗ, ମାଛ ଓ ତୃଣଜାତୀୟ ଉଦ୍ଭିଦ ଆଦି ଏହି ପକ୍ଷୀଙ୍କ ମୁଖ୍ୟ ଆହାର ପାଲଟିଥାଏ। ନିରାପଦ ବାସସ୍ଥାନ ଓ ଖାଦ୍ୟ ଅନ୍ବେଷଣରେ ପକ୍ଷୀମାନେ ଘୂରିବୁଲିବା ସହ ଅଧିକାଂଶ ଚିଲିକା ଜଳରାଶିରେ ପାଦ ଥାପିଛନ୍ତି। ବିଶେଷକରି ନଳବଣରେ ଜଳସ୍ତର ଅଧିକ ଥିବାରୁ ଚିଲିକା ତଟ ଅଞ୍ଚଳରେ ବହୁସଂଖ୍ୟାରେ ପକ୍ଷୀଙ୍କ ସମାଗମ ହୋଇଥିବା ଦେଖାଯାଇଛି ା
ଅନ୍ୟପକ୍ଷରେ ପକ୍ଷୀଙ୍କ ଆଗମନ ଯୋଗୁ ପକ୍ଷୀ ଶିକାରୀମାନେ ସକ୍ରିୟ ହୋଇପଡ଼ିଥିବା ବେଳେ ସୁରକ୍ଷା ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ା ଏଥିପାଇଁ ୨୧ଟି କ୍ୟାମ୍ପ୍‌ ଗଠନ ହୋଇଥିବା ବେଳେ ସ୍ଥଳପଥରେ ଗୋଟିଏ ଭ୍ରାମ୍ୟମାଣ ସ୍କ୍ବାଡ୍‌ ନିୟୋଜିତ କରାଯାଇଛି। ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଅଧୀନ ଟାଙ୍ଗୀ ରେଞ୍ଜ୍‌ରେ ସର୍ବାଧିକ ୧୧ଟି କ୍ୟାମ୍ପ, ବାଲୁଗଁା ରେଞ୍ଜ୍‌ ଅଧୀନ ନଳବଣରେ ୪ଟି, ସାତପଡ଼ାରେ ୨ଟି, ରମ୍ଭା ୨ ଓ ଚିଲିକାରେ ୧ଟି କ୍ୟାମ୍ପ୍‌ ପାଇଁ ବ୍ୟବସ୍ଥା କରାଯାଇଛି ା ଭ୍ରାମ୍ୟମାଣ ସ୍କ୍ବାଡ୍‌ ବାଲୁଗଁାଠାରୁ ଟାଙ୍ଗୀ ମଧ୍ୟରେ ସ୍ଥଳଭାଗରେ ବିଭିନ୍ନ ଢାବା ଓ ହୋଟେଲ ଆଦି ଅଞ୍ଚଳରେ ଚଢ଼ାଉ ପାଇଁ ନିୟୋଜିତ କରାଯାଇଛି। ଜଳପଥରେ ପ୍ରତ୍ୟେକ କ୍ୟାମ୍ପ୍‌ରେ ଗୋଟିଏ ଲେଖାଏ ଯନ୍ତ୍ରଚାଳିତ ବୋଟ୍‌ ସମେତ ଜଣେ ବନପାଳ କିମ୍ବା ବନରକ୍ଷୀ ଏବଂ ଚିଲିକା ତଟବର୍ତ୍ତୀ ଗ୍ରାମ ପକ୍ଷୀ ସୁରକ୍ଷା ମଞ୍ଚର ୩ ଜଣ ଲେଖାଏ ସଦସ୍ୟ ସାମିଲ ହୋଇଛନ୍ତି। ଏତଦ୍‌ ବ୍ୟତୀତ ଚିଲିକା ତଟବର୍ତ୍ତୀ ଗ୍ରାମଗୁଡ଼ିକରେ ପକ୍ଷୀ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି। ଗତବର୍ଷ ସମଗ୍ର ଚିଲିକାକୁ ୧୦,୭୪,୧୭୩ ପକ୍ଷୀଙ୍କ ଆଗମନ ହୋଇଥିବା ବିଭାଗୀୟ ଗଣନାରୁ ଜଣାପଡ଼ିଥିଲା। ତେବେ ଚଳିତବର୍ଷ ପ୍ରାଥମିକ ପର୍ଯ୍ୟାୟରେ ବହୁସଂଖ୍ୟାରେ ପକ୍ଷୀଙ୍କ ଆଗମନ ହୋଇଛି। ଆଗକୁ ଶୀତର ମାତ୍ରା ବୃଦ୍ଧି ପାଇଲେ ଗତବର୍ଷଠାରୁ ପକ୍ଷୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍‌ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?