ପାରାଦୀପ,୨୩ା୬(ସ୍ବ.ପ୍ର.): ପାରାଦୀପ ନିକଟ ସମୁଦ୍ରରୁ ମଙ୍ଗଳବାର ୧୯ଟି ତେଲିଆ ବୋରେଇ ମାଛ ମିଳିଛି। ସେଗୁଡିକ ମଧ୍ୟରେ ୪ଟି ମାଛ ୩୦ କିଲୋ ଓଜନର ହୋଇଥିବା ବେଳେ ବାକିଗୁଡ଼ିକର ଓଜନ ୨୦ରୁ ୨୨ କିଲୋମଧ୍ୟରେ ରହିଛି। ନୂଆବଜାର ନୋଳିଆ ବସ୍ତିର ଦଙ୍ଗଲ ରାଜୁ ଡଙ୍ଗାରେ ମାଛ ଧରିବାକୁ ଯାଇଥିବାବେଳେ ଏସବୁ ମାଛ ଧରିଛନ୍ତି। ଖୋଲା ବଜାରରେ ମାଛଗୁଡ଼ିକୁ ୧୮.୬୫ ଲକ୍ଷ ଟଙ୍କାରେ ସେ ବିକ୍ରି କରିଛନ୍ତିି। ଅଠରବାଙ୍କି ବାଲିପ୍ଲଟ୍‌ ବଜାରରେ ଏହି ମାଛଗୁଡ଼ିକୁ ନିଲାମ କରାଯାଇଥିଲା। କୋଲକାତାର ଜଣେ ବ୍ୟବସାୟୀ ଉପରୋକ୍ତ ମୂଲ୍ୟରେ ମାଛଗୁଡ଼ିକୁ କିଣିଥିଲେ। ଜୁନ୍‌ ୧୪ରେ ସୁବା ରାଓ ନାମକ ଜଣେ ଡଙ୍ଗା ମାଲିକ କେତେକ ତେଲିଆବୋରେଇ ମାଛକୁ ୮ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ଏହି ମାଛରୁ ଅନେକ ଔଷଧୀୟ ସାମଗ୍ରୀ ତିଆରି ହୋଇଥାଏ। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ବହୁତ ଅଧିକ ଥାଏ ବୋଲି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ବିଶେଷକରି ଏହି ମାଛର ପୁଟିର ଚାହିଦା ଅଧିକ ଥାଏ। ତେଲିଆ ବୋରେଇ ଗଭୀର ସମୁଦ୍ରରେ ରହିଥାନ୍ତି। ବର୍ଷାବେଳେ ସେମାନେ ଦଳ ହୋଇ କୂଳକୁ ଆସିଥାନ୍ତି। ଏବେ ଲଗାଣ ବର୍ଷା ହେଉଥିବାରୁ ଏହି ମାଛ ଧରି ହେଉଛି ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବିଚାରପତି ସୁବାସ ବିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ ଅଫିସ, ୭।୯: ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣାରେ ବୁଧବାରା ପୋଷ୍ଟମର୍ଟମ ରିପୋଟ କମିଶନରେଟ ପୋଲିସର ହାତରେ ଲାଗିଛି। ଏସିବି ମେଡିକାଲରୁ ମର୍କତନଗର ଥାନାରେ...

ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ମାଛଚାଷ

କେନ୍ଦ୍ରାପଡା ଅଫିସ, ୮।୧: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ କୃଷିକୁ ଗୁରୁତ୍ୱ ଦିଆଯାଏ ା ତେବେ ସାଧାରଣ ଧାନ ଫସଲ ପରିବାରର ଅର୍ଥନୀତିକୁ ସମ୍ଭାଳି ପାରୁନାହିଁ ା...

ଆଦିବାସୀ ମେଳାରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଆଦିବାସୀ ମେଳା ଏବେ ସାଜିଛି ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। ମେଳା ଦେଖିବା ସହିତ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବାକୁ ଭିଡ଼ ଜମାଉଛନ୍ତି...

ପାନ ଦୋକାନରୁ ଜବତ ହେଲା କୋରେକ୍ସ

ନୟାଗଡ଼ ଅଫିସ,୨।୭-ନୟାଗଡ଼ ମ୍ୟୁନିସିପାଲିଟି ଓ ଟାଉନ ପୋଲିସ ପକ୍ଷରୁ ନୟାଗଡ଼ ସହରର ବିଭିନ୍ନ ଉଠାଦୋକାନ ଉପରେ ସୋମବାର ଚଢ଼ାଉ କରାଯାଉଛି। କ୍ୟାବିନ୍‌ କରି ପାନ ଦୋକାନ...

ଶେଷ ସପ୍ତାହରେ ଯୁକ୍ତ୨ ପରୀକ୍ଷାଫଳ

ଭୁବନେଶ୍ୱର, ୫।୭(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାଫଳ ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ। ଏ ନେଇ ସୋମବାର...

ଖରିଫ୍‌ ଧାନ ଶସ୍ୟବୀମା ପ୍ରଦାନ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ

ଜମନକିରା,୩୦।୧(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କୁ ୨୦୧୮ ମସିହାର ଖରିଫ୍‌ ଧାନଚାଷ ବୀମାରାଶି ପ୍ରଦାନ ନେଇ ଉଭୟ ପ୍ରଶାସନ ଓ ବୀମା କମ୍ପାନୀ ବିଭିନ୍ନ...

୧୬ ଜିଲାରେ ଆର୍‌ଟିପିସିଆର୍‌ ଟେଷ୍ଟ ଲ୍ୟାବ୍‌ ପାଇଁ ୨୦ କୋଟି

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ ୧୬ ଜିଲାରେ ଆର୍‌ଟିପିସିଆର୍‌ ଟେଷ୍ଟ ଲ୍ୟାବ୍‌ ପାଇଁ ମଙ୍ଗଳବାର ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୬ ଜିଲାରେ ଲ୍ୟାବ୍‌ ପାଇଁ...

ସ୍ପଷ୍ଟ କଲେ ଗଞ୍ଜାମ ଜିଲାପାଳ: କୋଭିଡ ନିୟମରେ ହେବ ତାରାତାରିଣୀ ଯାତ୍ରା; ସେବାୟତଙ୍କ ହେବ କରୋନା ଟେଷ୍ଟ

ଛତ୍ରପୁର, ୧୨।୩(ଡି.ଏନ.ଏ.)- ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ତାରାତାରିଣୀ ଚୈତ୍ର ମଙ୍ଗଳବାର ଯାତ୍ରା କୋଭିଡ ଗାଇଡ୍‌ଲାଇନରେ ପାଳିତ ହେବ। ଏଥିପାଇଁ ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ...

Advertisement
Archives

Model This Week