୧୯ ଜିଲାକୁ ମିଳିବ ଅତିରିକ୍ତ ପୋଷଣଯୁକ୍ତ ଚାଉଳ

ଭୁବନେଶ୍ୱର,୨୩ା୧୦(ରବିନାରାୟଣ ଜେନା): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍‌ଏଫ୍‌ଏସ୍‌ଏସ୍‌)ରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ୩ ମାସର ପୋଷଣଯୁକ୍ତ ଚାଉଳ(ଫର୍ଟିଫାଏଡ୍‌ ରାଇସ୍‌) ବଣ୍ଟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବରରୁ ନଭେମ୍ବର ତିନିମାସ ପାଇଁ ଅତିରିକ୍ତ ଭାବେ ଏହି ଉଭୟ ଯୋଜନାର ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରାଯିବ। ୧୯ ଜିଲାର ୭୦ ଲକ୍ଷ ୪୭ ହଜାର ୪୧୮ ପରିବାରର ୨ କୋଟି ୩୯ ଲକ୍ଷ ୪୬ ହଜାର ୫୩ ହିତାଧିକାରୀଙ୍କୁ ୧୦ ଲକ୍ଷ ୫୭ ହଜାର ୧୧୨.୭୦ କୁଇଣ୍ଟାଲ ଚାଉଳ ବଣ୍ଟନ କରାଯିବାକୁ ରହିଛି। ଏ ନେଇ ଚଳିତ ଅକ୍ଟୋବର ୧୮ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଶ୍ରୀଧର ନାୟକ ସଂପୃକ୍ତ ୧୯ ଜିଲାର ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି।

ସ୍ବତନ୍ତ୍ର ସଚିବ ତାଙ୍କ ପତ୍ରରେ ଜିଲାପାଳମାନଙ୍କୁ ଦର୍ଶାଇଛନ୍ତି ଯେ, ଏନ୍‌ଏଫ୍‌ଏସ୍‌ଏ ଏବଂ ଏସ୍‌ଏଫ୍‌ଏସ୍‌ଏସ୍‌ ଅଧୀନରେ ରାଜ୍ୟ ନିଜ ତରଫ(ଷ୍ଟେଟ୍‌ପୁଲ୍‌)ରୁ ୧୦ ଲକ୍ଷ ୫୭ ହଜାର ୧୧୨.୭୦ କୁଇଣ୍ଟାଲ ପୋଷଣଯୁକ୍ତ ଚାଉଳ ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବଣ୍ଟନ ହେବାକୁଥିବା ଜିଲାଗୁଡ଼ିକ ମଧ୍ୟରେ ଅନୁଗୋଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଜଗତ୍‌ସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ପ୍ରଭୃତି ରହିଛି। ଏହି ଚାଉଳ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ବଣ୍ଟନ କରାଯିବ।
ସରକାରଙ୍କ ସଂଶୋଧିତ ନିର୍ଦ୍ଦେଶନାମାକୁ ନେଇ ସ୍ବତନ୍ତ୍ର ସଚିବ ଦର୍ଶାଇଛନ୍ତି, ପୋଷଣଯୁକ୍ତ ଚାଉଳ ବଣ୍ଟନର ମାପ ଅନୁସାରେ ପ୍ରତି ପରିବାର ପାଇଁ ମାସକୁ ୫ କିଲୋଗ୍ରାମ୍‌ ହାରରେ ତିନିମାସ ଲାଗି ପ୍ରଦାନ କରାଯିବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଏହା ମାଗଣାରେ ଯୋଗାଇ ଦିଆଯିବ। ଏନ୍‌ଏଫ୍‌ଏସ୍‌ଏ ଓ ଏସ୍‌ଏଫ୍‌ଏସ୍‌ଏସ୍‌ ଅଧୀନ ଯୋଗ୍ୟ ହିତାଧିକାରୀଙ୍କ ପରିବାରକୁ ହିଁ ଏହି ଚାଉଳ ମିଳିବ। ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ରାଶନ କାର୍ଡ ଅନୁସାରେ ଚାଉଳ ବଣ୍ଟନ ହେବ। ଆବଣ୍ଟିତ ପିଡିଏସ୍‌ ଷ୍ଟକ୍‌ କେବଳ ଲାଇସେନ୍ସପ୍ରାପ୍ତ ଦୋକାନୀମାନେ ହିଁ ବଣ୍ଟନ କରିପାରିବେ।

ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ପ୍ରାୟୋରିଟି ହାଉସ୍‌ହୋଲ୍ଡ(ପିପିଏଚ୍‌) ପାଇଁ ୯ ଲକ୍ଷ ୧୭ ହଜାର ୩୧୫.୨୫ କୁଇଣ୍ଟାଲ ଚାଉଳ ବଣ୍ଟନ ହେବାକୁ ରହିଥିବାବେଳେ ଅନ୍ତ୍ୟୋଦୟ ଅନ୍ନ ଯୋଜନା(ଏଏଜେ)ରେ ୧ ଲକ୍ଷ ୨୪ ହଜାର ୩୦୩.୯୫ କୁଇଣ୍ଟାଲ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅବଶିଷ୍ଟ ୧୫ ହଜାର ୪୯୩.୫୦ କୁଇଣ୍ଟାଲ ପୋଷଣଯୁକ୍ତ ଚାଉଳ ସଂପୃକ୍ତ ଜିଲାର ହିତାଧିକାରୀଙ୍କୁ ବଣ୍ଟନ କରାଯିବ। ଏଥିମଧ୍ୟରେ ୬୧ ଲକ୍ଷ ୧୫ ହଜାର ୪୩୫ ପରିବାର ଏନ୍‌ଏଫ୍‌ଏସ୍‌ଏ ଯୋଜନାରେ ରହିଥିବାବେଳେ ୨ କୋଟି ୧୨ ଲକ୍ଷ ୯୨ ହଜାର ୪୭୭ ଜଣ ଉପକୃତ ହେବେ। ସେହିପରି ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୮ ଲକ୍ଷ ୨୮ ହଜାର ୬୯୩ ପରିବାରର ୨୪ ଲକ୍ଷ ୪୩ ହଜାର ୧୬୩ ଜଣ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଲକ୍ଷ ୩ ହଜାର ୨୯୦ ପରିବାରର ୨ ଲକ୍ଷ ୧୦ ହଜାର ୪୧୩ ଜଣ ଉପକୃତ ହେବେ ବୋଲି ଜଣାଯାଇଛି।

ସ୍ବତନ୍ତ୍ର ସଚିବ ସମସ୍ତ ଏସିଏସ୍‌ଓ, ଆଇଏସ୍‌ଏସ୍‌ ଏବଂ ଏମ୍‌ଆଇଏସ୍‌ମାନଙ୍କୁ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ବଣ୍ଟନ ସମ୍ବନ୍ଧିତ ତଥ୍ୟ ସମୟ ଭିତରେ ଇ-ପିଓଏସ୍‌କୁ ସର୍ଭର ସହ ଲିଙ୍କ୍‌ କରିବା ଆବଶ୍ୟକ। ଯାହାଦ୍ୱାରା ଏଫ୍‌ପିଏସ୍‌ରେ ଥିବା ଚାଉଳର ପ୍ରକୃତ ଷ୍ଟକ୍‌ ସମ୍ପର୍କରେ ଜଣାଯାଇପାରିବ। ଏହାସହିତ ଚାଉଳର ସୁବଣ୍ଟନ ଦିଗରେ ନିର୍ଦ୍ଦେଶନାମାକୁ ଠିକ୍‌ଭାବେ ପାଳନ କରିବାକୁ ସେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ନଭେମ୍ୱର ଶେଷ ବଳକୁ ବଦଳିବ ପେମେଣ୍ଟ ନିୟମ? ଲାଗିବ ଏକ୍ସଟ୍ରା ଚାର୍ଜ!

ନୂଆଦିଲ୍ଲୀ,୧୦।୧୧: ପର୍ୱପର୍ୱାଣୀ ଶେଷ ହେବା ପରେ ୟୁପିଆଇ (UPI) ପେମେଣ୍ଟ ଉପରେ ଏମଡିଆର (MDR) ଚାର୍ଜକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ୨,୦୦୦ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଲା ବଡ଼ ଖୁସି ଖବର, ଫିଟ ହେଲେ ଏହି ଖେଳାଳି!

ନୂଆଦିଲ୍ଲୀ,୧୦।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ, ଷ୍ଟାର୍‌ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ବିସିସିଆଇ (BCCI) ର ‘ସେଣ୍ଟର ଅଫ ଏକ୍ସଲେନ୍ସ’ (COE)…

ବନ୍ୟା ବିପନ୍ନଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଦାବିରେ ୧୩ରେ ଗଣଧାରଣା: ଡିସେମ୍ବର ୩ରେ…

ଛତ୍ରପୁର, ୧୦/୧୧ (ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲ୍ଲାର ବନ୍ୟା ବିପନ୍ନ, କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଜନତାଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ଉପଯୁକ୍ତ ସହାୟତା ଦାବିରେ ଆସନ୍ତା…

EPFOକୁ ନେଇ ଆସିଲା ବଡ଼ ଅପଡେଟ୍‌: ୩ ଗୁଣ ବଢିଯିବ ପ୍ରାଇଭେଟ୍‌ କର୍ମଚାରୀଙ୍କ…

ନୂଆଦିଲ୍ଲୀ,୧୦।୧୧: ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମିଳିପାରେ ବଡ଼ ଉପହାର। ଏମ୍ପ୍ଲଏଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (EPFO) ଆସନ୍ତା ନଭେମ୍ବର ୧୯ ତାରିଖରେ…

ରାମପ୍ରସାଦଙ୍କୁ ମିଳିଲା ଯୁବ ବୈଜ୍ଞାନିକ ପୁରସ୍କାର, ମନ୍ତ୍ରୀ କଲେ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଡ଼. ରାମପ୍ରସାଦ ପାଢ଼ୀ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟାରେ ଗବେଷଣା କରି ସମଗ୍ର ଦେଶ…

୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲା: ଜେଲ୍ ଗଲେ ଦମ୍ପତି

ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଉଡ଼ିଆ ଗ୍ରାମର ଶମ୍ଭୁ ପ୍ରଧାନ ଓରଫ ମୁନା ଏବଂ ତାଙ୍କ ସ୍ତ୍ରୀ କଳ୍ପନା…

ଚତୁର୍ଥ ODI ପୂର୍ବରୁ BCCIର ବଡ଼ ଘୋଷଣା: ଦଳରୁ ବାଦ୍‌ ପଡ଼ିଲେ ଶୁଭମନ ଗିଲ, ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ, ଦେଖନ୍ତୁ ଚୂଡାନ୍ତ ଏକାଦଶ ତାଲିକା

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ‘ବେ ଓଭାଲ’ (ତୌରଙ୍ଗା)ରେ ଖେଳାଯିବ। ଘରୋଇ ଦଳ ପାଇଁ ଏହି ମ୍ୟାଚ ‘କର…

ୟୁପି ନିର୍ବାଚନରେ ଭାଜପାର ନୂଆ ଚାଲ୍‌! ସୂର୍ଯ୍ୟକୁମାର ନା ଦେବିଶା, କାହାକୁ ମିଳିବ ଟିକେଟ୍‌? ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଦୁଇଟି ଫଟୋ ଏବେ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ନିଜ ଅଧିନାୟକତ୍ୱରେ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?