Posted inଜାତୀୟ

ଖାତାକୁ ଗଲା ୧୮ ହଜାର କୋଟି

ନୂଆଦିଲ୍ଲୀ, ୨୬।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାର ପରବର୍ତ୍ତୀ କିସ୍ତି ବାବଦରେ ୧୮,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇଛନ୍ତି। ଏଥିରେ ୯ କୋଟିରୁ ଅଧିକ ଚାଷୀ ପରିବାର ଉପକୃତ ହେବେ। ପିଏମ୍‌-କିଷାନ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ତିନୋଟି ସମାନ କିସ୍ତିରେ ଯୋଗାଇ ଦିଆଯାଉଛି।
କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ମାସେ ହେଲା ଦିଲ୍ଲୀ ସୀମାରେ ବିଭିନ୍ନ ରାଜ୍ୟର ଚାଷୀ ଆନ୍ଦୋଳନ ଚଳାଇଥିବାବେଳେ ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ଜରିଆରେ ସେମାନଙ୍କ ସହ ଆଲୋଚନା କରିଥିଲେ। ନୂଆ କୃଷି ଆଇନକୁ ନେଇ ବିରୋଧୀ ଦଳ ଚାଷୀମାନଙ୍କୁ ବିଭ୍ରାନ୍ତ କରୁଥିବା ସେ କହିଛନ୍ତି। ପ୍ରସଙ୍ଗ, ତର୍କ ଓ ତଥ୍ୟ ଆଧାରରେ ଆନ୍ଦୋଳନକାରୀ ଚାଷୀମାନଙ୍କ ସହ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ନୂଆ ଆଇନକୁ ନେଇ ଚାଷୀମାନଙ୍କ ମନରେ କେତେକ ଆଶଙ୍କା ଥିବାବେଳେ ରାଜନୈତିକ ଉଦ୍ଦେଶ୍ୟ ରଖିଥିବା କେତେଜଣ ଲୋକ ସେଥିରେ ହସ୍ତକ୍ଷେପ କରି ଚାଷୀଙ୍କୁ ଭ୍ରମିତ କରାଉଛନ୍ତି।
ଚାଷୀମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୀତି ରାଜ୍ୟରେ ସବୁକିଛି ନଷ୍ଟ କରିଦେଇଛି। ସେମାନେ ଚାଷୀଙ୍କୁ ଟଙ୍କା ଦେବାକୁ ଚାହୁଁନାହାନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମମତା ତାଙ୍କ ରାଜ୍ୟରେ ପିଏମ୍‌-କିଷାନ ଯୋଜନା ଲାଗୁ କରିନାହାନ୍ତି। ବିରୋଧୀମାନେ ପଶ୍ଚିମବଙ୍ଗ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି। ଦିଲ୍ଲୀରେ ସେମାନେ କୃଷକଙ୍କ ନାଁରେ ଅର୍ଥନୀତିକୁ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ।
ଚାଷୀଙ୍କୁ ଉପକୃତ କରିବାରେ ବିରୋଧୀ ଦଳ ଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରୁନାହିଁ। ସେମାନେ ଏହି ପ୍ରସଙ୍ଗରୁ କେବଳ ସ୍ବାର୍ଥ ହାସଲ କରିବାକୁ ଚାହୁଁଛନ୍ତି। ନୂଆ କୃଷି ଆଇନ ସମ୍ପର୍କରେ ମୋଦି କହିଥିଲେ, ଏହାଦ୍ୱାରା ଚାଷୀ ସେମାନଙ୍କ ଉତ୍ପାଦିତ ଫସଲକୁ ଯେକୌଣସି ସ୍ଥାନରେ ଯେକୌଣସି ବ୍ୟକ୍ତିଙ୍କୁ ଉପଯୁକ୍ତ ମୂଲ୍ୟରେ ବିକିପାରିବେ। ଫସଲ ବିକ୍ରି ଲାଗି ଚାଷୀଙ୍କୁ ଏଭଳି ସ୍ବାଧୀନତା ଦିଆଯାଉଥିବାବେଳେ ଏଥିରେ ଭୁଲ୍‌ ରହିଲା କେଉଁଠି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ନୂଆ ଆଇନରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଏବଂ ମଣ୍ଡି ଉଠିଯିବ ବୋଲି ବିରୋଧୀମାନେ ମିଥ୍ୟା ପ୍ରଚାର ଚଳାଇଥିବା ସେ କହିଥିଲେ।
‘କୃଷକ ସଂଗଠନରେ ଫାଟ ସୃଷ୍ଟି ଉଦ୍ୟମ ହେଉଛି’
କୃଷକ ସଂଗଠନ ମଧ୍ୟରେ ଫାଟ ସୃଷ୍ଟି କରିବା ଓ ସେମାନଙ୍କୁ ବିଭ୍ରାନ୍ତ କରିବା ଲାଗି ଉଦ୍ୟମ ହେଉଛି ବୋଲି କୃଷକ ନେତାମାନେ ଅଭିଯୋଗ କରିଛନ୍ତି। ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍‌ବୋଧନ ପରେ କୃଷକ ନେତାମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ସେମାନେ ଆଇନଗତ ଗ୍ୟାରେଣ୍ଟି ଚାହାନ୍ତି ବୋଲି କହିଛନ୍ତି। ବିରୋଧୀ ଦଳଗୁଡ଼ିକ ସେମାନଙ୍କ ରାଜନୈତିକ କାର୍ଯ୍ୟସୂଚୀକୁ ଆଗେଇନେବା ଲାଗି ଆନ୍ଦୋଳନକୁ ବ୍ୟବହାର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଚାଷୀ କୌଣସି ରାଜନୈତିକ ଦଳଙ୍କୁ ସେମାନଙ୍କ ମଞ୍ଚ ବ୍ୟବହାର କରିବାକୁ ଅନୁମତି ଦେଇ ନ ଥିବା କୃଷକ ନେତା ଅଭିମନ୍ୟୁ କୋହର କହିଛନ୍ତି। ସରକାର ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?