Posted inଖେଳ

ଅଷ୍ଟ୍ରେଲିଆ ଦଳରେ ୧୮ ବର୍ଷୀୟ କୁଓଲ୍‌

କାତାର ଫିଫା ଫୁଟ୍‌ବଲ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଅଷ୍ଟ୍ରେଲିଆ ଫୁଟ୍‌ବଲ ଦଳ ଘୋଷଣା କରାଯାଇଛି। ପ୍ରଫେସନାଲ ଅଭିଜ୍ଞତା ନ ଥିବା ସତ୍ତ୍ୱେ ମୁଖ୍ୟ କୋଚ୍‌ ଗ୍ରାହମ ଆର୍ନୋଲ୍ଡ ୧୮ ବର୍ଷୀୟ ଫରଓ୍ବାର୍ଡ ଗରଙ୍ଗ କୁଓଲ୍‌ଙ୍କୁ ମନୋନୀତ କରିଛନ୍ତି। କିନ୍ତୁ ଘୋଷଣା କରାଯାଇଥିବା ୨୬ ଜଣିଆ ଦଳରୁ ଭେଟେରାନ ଗୋଲ୍‌କିପର ମିଚ୍‌ ଲାଙ୍ଗରାକ୍‌ ବାଦ୍‌ ପଡ଼ିଛନ୍ତି। ଗୋଲ୍‌କିପର ମାଥ୍ୟୁ ର଼୍ୟାନ ଓ ଓ୍ବିଙ୍ଗର ମାଥ୍ୟୁ ଲେକି ତୃତୀୟ ଥର ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। କାତାରରେ ର଼୍ୟାନ୍‌ ଫୁଟ୍‌ବଲ ଦଳର ନେତୃତ୍ୱ ନେବେ। କୁଓଲଙ୍କ ସମେତ ୧୭ ଖେଳାଳି ପ୍ରଥମ ଥର ବିଶ୍ୱକପ୍‌ ପାଇଁ ମନୋନୀତ ହୋଇଛନ୍ତି। ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଅତିରିକ୍ତ ଖେଳାଳି ରହିଥିଲେ। ଆମନ୍ତ୍ରିତ ବାର୍ସିଲୋନା ଟିମ୍‌ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ ଦ୍ୱାରା ସେ ଆର୍ନୋଲ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୁଓଲ ଭବିଷ୍ୟତରେ ଜଣେ ଷ୍ଟାର ଖେଳାଳି ହୋଇପାରନ୍ତି ବୋଲି କୋଚ୍‌ଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା। କୁଓଲ ଇଜିପ୍ଟରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କ ମାତାପିତା ହେଉଛନ୍ତି ସୁଦାନିଜ୍‌। ବାଲ୍ୟକାଳରୁ ସେ ମାତାପିତାଙ୍କ ସହ ଅଷ୍ଟ୍ରେଲିଆ ଚାଲିଆସିଥିଲେ। ଅଷ୍ଟ୍ରେଲିଆର ଏ’ ଲିଗ୍‌ରେ ସେ ଜଣେ ଅତିରିକ୍ତ ଖେଳାଳି ହିସାବରେ ସେଣ୍ଟ୍ରାଲ କୋଷ୍ଟ ମାରିନର୍ସ ତରଫରୁ ୭ଥର ଖେଳି ୪ଗୋଲ୍‌ ସ୍କୋର କରିଥିଲେ। ଆସନ୍ତାବର୍ଷ ପ୍ରିମିୟର ଲିଗ୍‌ରେ ସେ ନ୍ୟୁକ୍ୟାସେଲରେ ଯୋଗଦାନ କରିବେ। ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଗ୍ରୁପ୍‌ ଡି’ରେ ଗତଥରର ଚାମ୍ପିୟନ ଫ୍ରାନ୍ସକୁ ନଭେମ୍ବର ୨୨ରେ ଭେଟିବ।
ଅଷ୍ଟ୍ରେଲିଆ ଫୁଟ୍‌ବଲ ଦଳ: ଗୋଲକିପର- ମ୍ୟାଟ୍‌ ର଼୍ୟାନ, ଆଣ୍ଡ୍ର୍ୟୁ ରେଡମେନ୍‌, ଡାନି ଭିକୋଭିଚ୍‌। ଡିଫେଣ୍ଡର-ନାଥାନ ଆଟକିନ୍‌ସନ, ଅଜିଜ ବେହିଚ୍‌, ମିଲୋସ ଡିଜେନେକ୍‌, ଥୋମାସ ଡେଙ୍ଗ୍‌, ଫାନ୍‌ କାର୍ସିକ, ଜୋଏଲ୍‌ କିଙ୍ଗ୍‌, କି’ ରୋଲ୍ସ, ହ୍ୟାରି ସାଉଟର,ବେଲି ରାଇଟ୍‌। ମିଡ୍‌ଫିଲ୍ଡର- କିନୁ ବେକାଶ, କାମେରନ ଡେଭଲିନ୍‌, ଆଜ୍‌ଦିନ୍‌ ହ୍ରଷ୍ଟିକ୍‌, ଜ୍ୟାକସନ ଇର୍ଭିନେ, ରିଲେ ମ୍ୟାକ୍‌ଗ୍ରି, ଆରୋନ ମୁଇ। ଫରଓ୍ବାର୍ଡ-ମାର୍ଟିନ ବୟଲି, ଜାସନ କୁମିନ୍ସ, ମିଚେଲ ଡ୍ୟୁକ୍‌, କ୍ରେଗ୍‌ ଗୁଡ୍‌ଓ୍ବିନ, ଗରଙ୍ଗ କୁଓଲ, ମାଥ୍ୟୁ ଲେକି, ଆଓ୍ବେର ମାବିଲ୍‌ ଓ ଜେମି ମ୍ୟାକଲରେନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri