Posted inଖେଳ

ଅଷ୍ଟ୍ରେଲିଆ ଦଳରେ ୧୮ ବର୍ଷୀୟ କୁଓଲ୍‌

କାତାର ଫିଫା ଫୁଟ୍‌ବଲ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଅଷ୍ଟ୍ରେଲିଆ ଫୁଟ୍‌ବଲ ଦଳ ଘୋଷଣା କରାଯାଇଛି। ପ୍ରଫେସନାଲ ଅଭିଜ୍ଞତା ନ ଥିବା ସତ୍ତ୍ୱେ ମୁଖ୍ୟ କୋଚ୍‌ ଗ୍ରାହମ ଆର୍ନୋଲ୍ଡ ୧୮ ବର୍ଷୀୟ ଫରଓ୍ବାର୍ଡ ଗରଙ୍ଗ କୁଓଲ୍‌ଙ୍କୁ ମନୋନୀତ କରିଛନ୍ତି। କିନ୍ତୁ ଘୋଷଣା କରାଯାଇଥିବା ୨୬ ଜଣିଆ ଦଳରୁ ଭେଟେରାନ ଗୋଲ୍‌କିପର ମିଚ୍‌ ଲାଙ୍ଗରାକ୍‌ ବାଦ୍‌ ପଡ଼ିଛନ୍ତି। ଗୋଲ୍‌କିପର ମାଥ୍ୟୁ ର଼୍ୟାନ ଓ ଓ୍ବିଙ୍ଗର ମାଥ୍ୟୁ ଲେକି ତୃତୀୟ ଥର ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। କାତାରରେ ର଼୍ୟାନ୍‌ ଫୁଟ୍‌ବଲ ଦଳର ନେତୃତ୍ୱ ନେବେ। କୁଓଲଙ୍କ ସମେତ ୧୭ ଖେଳାଳି ପ୍ରଥମ ଥର ବିଶ୍ୱକପ୍‌ ପାଇଁ ମନୋନୀତ ହୋଇଛନ୍ତି। ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଅତିରିକ୍ତ ଖେଳାଳି ରହିଥିଲେ। ଆମନ୍ତ୍ରିତ ବାର୍ସିଲୋନା ଟିମ୍‌ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ ଦ୍ୱାରା ସେ ଆର୍ନୋଲ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୁଓଲ ଭବିଷ୍ୟତରେ ଜଣେ ଷ୍ଟାର ଖେଳାଳି ହୋଇପାରନ୍ତି ବୋଲି କୋଚ୍‌ଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା। କୁଓଲ ଇଜିପ୍ଟରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କ ମାତାପିତା ହେଉଛନ୍ତି ସୁଦାନିଜ୍‌। ବାଲ୍ୟକାଳରୁ ସେ ମାତାପିତାଙ୍କ ସହ ଅଷ୍ଟ୍ରେଲିଆ ଚାଲିଆସିଥିଲେ। ଅଷ୍ଟ୍ରେଲିଆର ଏ’ ଲିଗ୍‌ରେ ସେ ଜଣେ ଅତିରିକ୍ତ ଖେଳାଳି ହିସାବରେ ସେଣ୍ଟ୍ରାଲ କୋଷ୍ଟ ମାରିନର୍ସ ତରଫରୁ ୭ଥର ଖେଳି ୪ଗୋଲ୍‌ ସ୍କୋର କରିଥିଲେ। ଆସନ୍ତାବର୍ଷ ପ୍ରିମିୟର ଲିଗ୍‌ରେ ସେ ନ୍ୟୁକ୍ୟାସେଲରେ ଯୋଗଦାନ କରିବେ। ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଗ୍ରୁପ୍‌ ଡି’ରେ ଗତଥରର ଚାମ୍ପିୟନ ଫ୍ରାନ୍ସକୁ ନଭେମ୍ବର ୨୨ରେ ଭେଟିବ।
ଅଷ୍ଟ୍ରେଲିଆ ଫୁଟ୍‌ବଲ ଦଳ: ଗୋଲକିପର- ମ୍ୟାଟ୍‌ ର଼୍ୟାନ, ଆଣ୍ଡ୍ର୍ୟୁ ରେଡମେନ୍‌, ଡାନି ଭିକୋଭିଚ୍‌। ଡିଫେଣ୍ଡର-ନାଥାନ ଆଟକିନ୍‌ସନ, ଅଜିଜ ବେହିଚ୍‌, ମିଲୋସ ଡିଜେନେକ୍‌, ଥୋମାସ ଡେଙ୍ଗ୍‌, ଫାନ୍‌ କାର୍ସିକ, ଜୋଏଲ୍‌ କିଙ୍ଗ୍‌, କି’ ରୋଲ୍ସ, ହ୍ୟାରି ସାଉଟର,ବେଲି ରାଇଟ୍‌। ମିଡ୍‌ଫିଲ୍ଡର- କିନୁ ବେକାଶ, କାମେରନ ଡେଭଲିନ୍‌, ଆଜ୍‌ଦିନ୍‌ ହ୍ରଷ୍ଟିକ୍‌, ଜ୍ୟାକସନ ଇର୍ଭିନେ, ରିଲେ ମ୍ୟାକ୍‌ଗ୍ରି, ଆରୋନ ମୁଇ। ଫରଓ୍ବାର୍ଡ-ମାର୍ଟିନ ବୟଲି, ଜାସନ କୁମିନ୍ସ, ମିଚେଲ ଡ୍ୟୁକ୍‌, କ୍ରେଗ୍‌ ଗୁଡ୍‌ଓ୍ବିନ, ଗରଙ୍ଗ କୁଓଲ, ମାଥ୍ୟୁ ଲେକି, ଆଓ୍ବେର ମାବିଲ୍‌ ଓ ଜେମି ମ୍ୟାକଲରେନ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri