ମିଜୋରାମରୁ ଆସିଲେ ୧୮ ନୂଆ ଅତିଥି

ବାରଙ୍ଗ,୮।୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରବିବାର ମିଜୋରାମର ଆଇଜଲ ଚିଡିଆଖାନାରୁ ୫ ପ୍ରଜାତିର ୧୮ ନୂଆ ପଶୁପକ୍ଷୀ ପହଞ୍ଚତ୍ଛନ୍ତି। କରୋନା କଟକଣା ଯୋଗୁ ଜୀବଜନ୍ତୁ ଆଣିବା ପ୍ରକିୟା ବନ୍ଦ ଥିବାବେଳେ ଚଳିତବର୍ଷର ଏହା ପ୍ରଥମ ଅଦଳବଦଳ ପ୍ରକିୟାର ଶୁଭାରମ୍ଭ ହୋଇଛି। ଏହି ନୂଆ ଅତିଥିମାନଙ୍କ ମଧ୍ୟରେ ରହିଛନ୍ତି ହିମାଳୟ କଳା ଭାଲୁ ୨, ବଳିଆ କୁକୁର ୨, ଆସାମିଜ୍‌ ମାଙ୍କଡ଼ ୨, ଷ୍ଟମ୍ପଟେଲ ମାଙ୍କଡ଼ ୬, ଏସୀୟ ବାଦାମୀ କଇଁଛ ୬। ଆସିଥିବା ସମସ୍ତ ଜୀବଜନ୍ତୁ ସୁସ୍ଥ ଥିବାବେଳେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରମାନଙ୍କ ନଜରବନ୍ଦୀରେ ସମସ୍ତଙ୍କୁ ରଖାଯାଇଛି। ତେବେ ଗତ ୨୮ତାରିଖରେ ଏହି ନୂଆ ଅତିଥିଙ୍କୁ ଆଣିବାକୁ ଏସିଏଫ ବନମାଳି ସାହୁଙ୍କ ନେତୃତ୍ୱରେ ୬ଜଣିଆ ଦଳ ୨ଟି ଗାଡିନେଇ ଆଇଜଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ତେବେ ଆସିଥିବା ନୂଆ ଅତିଥିମାନଙ୍କ ମଧ୍ୟରେ ଷ୍ଟମ୍ପଟେଲ ମାଙ୍କଡ଼ ଓ ଏସୀୟ ବାଦାମୀ କଇଁଛ ନନ୍ଦନକାନନ ପାଇଁ ନୂଆ ପ୍ରଜାତିର ହୋଇଥିବାବେଳେ ବଳିଆ କୁକୁର, ଆସାମିଜ ମାଙ୍କଡ଼ ଓ ହିମାଳୟ କଳାଭାଲୁ ପୂର୍ବରୁ ଥିଲେ। ଏହି ୧୮ଟି ଜୀବଜନ୍ତୁଙ୍କ ବଦଳରେ ନନ୍ଦନକାନନକୁ ଦେବାକୁ ପଡିଛି ୪ଟି ମୟୂର ଓ ଗୋଲଡେନ୍‌ ଫିଜାଣ୍ଟ ୪, ସିଲଭର ଫିଜାଣ୍ଟ ୪କୁ ମିଶାଇ ୧୨ଟି ପକ୍ଷୀ। ଆଇଜଲକୁ ଦେବାକୁ ପଡୁଥିବା ୧୨ଟି ପକ୍ଷୀକୁ ଏଠାରୁ ଯାଇଥିବା ଟିମ୍‌ ସାଙ୍ଗରେ ନେଇଯାଇଥିଲେ। ଏମାନେ ଆସିବା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ ପାଇଁ ଏନକ୍ଲୋଜୋରରେ ଛଡ଼ାଯାଇ ଡାକ୍ତରମାନଙ୍କ ନଜରବନ୍ଦୀରେ ରଖାଯାଇଥିବାରୁ ଏବେ ପର୍ଯ୍ୟଟକମାନେ ଏମାନଙ୍କୁ ଦେଖିବାରୁ ବଞ୍ଚତ୍ତ ହେବେ। ଷ୍ଟମ୍ପଟେଲ ମାଙ୍କଡ଼ ୬ଟିକୁ ଡାକ୍ତରଖାନା ପାଖ କ୍ୱାରାଣ୍ଟାଇନରେ ରଖାଯାଇଛି। ସେହିଭଳି ଭାବେ ୧୫ନଂ ଏନକ୍ଲୋଜରର ବ୍ୟାକକ୍ରଲରେ ରହିଲେ ୨ ହିମାଳୟ କଳା ଭାଲୁ, ୨୦ନଂ ଏନକ୍ଲୋଜରର ବ୍ୟାକକ୍ରଲ ଓ ଫିଡିଂଚାମ୍ବରରେ ୨ ବଳିଆ କୁକୁର, ୨ଆସାମିଜ ମାଙ୍କଡ ମାଙ୍କଡ ଏନକ୍ଲୋଜରରେ ରହିଲେ। ସରୀସୃପ ଉଦ୍ୟାନରେ ରହିଲେ ୬ ଏସୀୟ ବାଦାମୀ କଇଁଛ। ନନ୍ଦନକାନନକୁ ଆସିଥିବା ନୂଆ ପଶୁପକ୍ଷୀମାନେ ସୁସ୍ଥ ଥିବାବେଳେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ ବୋଲି ନନ୍ଦନକାନନ ସହକାରୀ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିତ୍‌ ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?