ମିଜୋରାମରୁ ଆସିଲେ ୧୮ ନୂଆ ଅତିଥି

ବାରଙ୍ଗ,୮।୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରବିବାର ମିଜୋରାମର ଆଇଜଲ ଚିଡିଆଖାନାରୁ ୫ ପ୍ରଜାତିର ୧୮ ନୂଆ ପଶୁପକ୍ଷୀ ପହଞ୍ଚତ୍ଛନ୍ତି। କରୋନା କଟକଣା ଯୋଗୁ ଜୀବଜନ୍ତୁ ଆଣିବା ପ୍ରକିୟା ବନ୍ଦ ଥିବାବେଳେ ଚଳିତବର୍ଷର ଏହା ପ୍ରଥମ ଅଦଳବଦଳ ପ୍ରକିୟାର ଶୁଭାରମ୍ଭ ହୋଇଛି। ଏହି ନୂଆ ଅତିଥିମାନଙ୍କ ମଧ୍ୟରେ ରହିଛନ୍ତି ହିମାଳୟ କଳା ଭାଲୁ ୨, ବଳିଆ କୁକୁର ୨, ଆସାମିଜ୍‌ ମାଙ୍କଡ଼ ୨, ଷ୍ଟମ୍ପଟେଲ ମାଙ୍କଡ଼ ୬, ଏସୀୟ ବାଦାମୀ କଇଁଛ ୬। ଆସିଥିବା ସମସ୍ତ ଜୀବଜନ୍ତୁ ସୁସ୍ଥ ଥିବାବେଳେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରମାନଙ୍କ ନଜରବନ୍ଦୀରେ ସମସ୍ତଙ୍କୁ ରଖାଯାଇଛି। ତେବେ ଗତ ୨୮ତାରିଖରେ ଏହି ନୂଆ ଅତିଥିଙ୍କୁ ଆଣିବାକୁ ଏସିଏଫ ବନମାଳି ସାହୁଙ୍କ ନେତୃତ୍ୱରେ ୬ଜଣିଆ ଦଳ ୨ଟି ଗାଡିନେଇ ଆଇଜଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ତେବେ ଆସିଥିବା ନୂଆ ଅତିଥିମାନଙ୍କ ମଧ୍ୟରେ ଷ୍ଟମ୍ପଟେଲ ମାଙ୍କଡ଼ ଓ ଏସୀୟ ବାଦାମୀ କଇଁଛ ନନ୍ଦନକାନନ ପାଇଁ ନୂଆ ପ୍ରଜାତିର ହୋଇଥିବାବେଳେ ବଳିଆ କୁକୁର, ଆସାମିଜ ମାଙ୍କଡ଼ ଓ ହିମାଳୟ କଳାଭାଲୁ ପୂର୍ବରୁ ଥିଲେ। ଏହି ୧୮ଟି ଜୀବଜନ୍ତୁଙ୍କ ବଦଳରେ ନନ୍ଦନକାନନକୁ ଦେବାକୁ ପଡିଛି ୪ଟି ମୟୂର ଓ ଗୋଲଡେନ୍‌ ଫିଜାଣ୍ଟ ୪, ସିଲଭର ଫିଜାଣ୍ଟ ୪କୁ ମିଶାଇ ୧୨ଟି ପକ୍ଷୀ। ଆଇଜଲକୁ ଦେବାକୁ ପଡୁଥିବା ୧୨ଟି ପକ୍ଷୀକୁ ଏଠାରୁ ଯାଇଥିବା ଟିମ୍‌ ସାଙ୍ଗରେ ନେଇଯାଇଥିଲେ। ଏମାନେ ଆସିବା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ ପାଇଁ ଏନକ୍ଲୋଜୋରରେ ଛଡ଼ାଯାଇ ଡାକ୍ତରମାନଙ୍କ ନଜରବନ୍ଦୀରେ ରଖାଯାଇଥିବାରୁ ଏବେ ପର୍ଯ୍ୟଟକମାନେ ଏମାନଙ୍କୁ ଦେଖିବାରୁ ବଞ୍ଚତ୍ତ ହେବେ। ଷ୍ଟମ୍ପଟେଲ ମାଙ୍କଡ଼ ୬ଟିକୁ ଡାକ୍ତରଖାନା ପାଖ କ୍ୱାରାଣ୍ଟାଇନରେ ରଖାଯାଇଛି। ସେହିଭଳି ଭାବେ ୧୫ନଂ ଏନକ୍ଲୋଜରର ବ୍ୟାକକ୍ରଲରେ ରହିଲେ ୨ ହିମାଳୟ କଳା ଭାଲୁ, ୨୦ନଂ ଏନକ୍ଲୋଜରର ବ୍ୟାକକ୍ରଲ ଓ ଫିଡିଂଚାମ୍ବରରେ ୨ ବଳିଆ କୁକୁର, ୨ଆସାମିଜ ମାଙ୍କଡ ମାଙ୍କଡ ଏନକ୍ଲୋଜରରେ ରହିଲେ। ସରୀସୃପ ଉଦ୍ୟାନରେ ରହିଲେ ୬ ଏସୀୟ ବାଦାମୀ କଇଁଛ। ନନ୍ଦନକାନନକୁ ଆସିଥିବା ନୂଆ ପଶୁପକ୍ଷୀମାନେ ସୁସ୍ଥ ଥିବାବେଳେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ ବୋଲି ନନ୍ଦନକାନନ ସହକାରୀ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଖୁବ୍‌ଶୀଘ୍ର ଆଉ ୩ ମେଡିକାଲ କଲେଜ’

ଭୁବନେଶ୍ୱର/ସମ୍ବଲପୁର/,୮।୭(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ଆଉ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ସୁନ୍ଦରଗଡ଼, ପୁରୀ ଓ ତାଳଚେରରେ ମେଡିକାଲ କଲେଜ ସ୍ଥାପନ କରିବାକୁ ରାଜ୍ୟ ସରକାର...

ଧରାପୃଷ୍ଠରୁ ବିଦାୟ ନେଲେ ମା’ ଦଶଭୁଜା: ସିନ୍ଦୂର ଖେଳରେ ବିଭୋର ହେଲେ ମହିଳା

ଅନୁଗୋଳ ଅଫିସ, ୧୦।୧୦- ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା’ ଦୁର୍ଗା। ୫ ଦିନର ପୂଜାର୍ଚ୍ଚନା ପରେ ବୁଧବାର ଅଶ୍ରୁଭରା ନୟନରେ ମା’ଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳବାସୀ।...

ସରୁନି ଆନିମଲ ଅଣ୍ଡରପାସ୍‌ କାମ

କେନ୍ଦୁଝର, ୩।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୨୦ର ପାଣିକୋଇଲିଠାରୁ ରିମୁଳି ପଯର୍‌ୟନ୍ତ ଅନେକ ସ୍ଥାନରେ ସଂରକ୍ଷିତ ଜଙ୍ଗଲ ରହିଛି। ଏହି ଜଙ୍ଗଲଗୁଡିକରେ...

୨ ଡାକ୍ତରଖାନା ଦାୟିତ୍ୱରେ ଜଣେ ଅଧିକାରୀ

କେନ୍ଦୁଝର,୨୧ା୧(ସ୍ବ.ପ୍ର.): କର୍ମଚାରୀ ଅଭାବ ଆଳରେ କେନ୍ଦୁଝର ଜିଲାର ପଦ୍ମପୁର ଓ ବାଂଶପାଳ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଜଣେ ଡାକ୍ତର(ଅଧିକାରୀ)ଙ୍କୁ ନିଯୁକ୍ତ କରାଯାଇଛି। ଫଳରେ...

ଧାନବିକ୍ରି ନ ସରୁଣୁ ଟୋକନ ଗାଏବ, ମଣ୍ଡିରେ ଭିଜୁଛି ଧାନ

ବରଗଡ଼ ଅଫିସ୍‌,୧୬।୬- ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଏବେ ମଧ୍ୟ ଅବ୍ୟବସ୍ଥିତ ହୋଇ ପଡ଼ିଛି। ଜିଲାର ବିଭିନ୍ନ ମଣ୍ଡିରେ ସଂଗୃହୀତ ବହୁ ପରିମାଣର...

କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହେଲ୍‌ଥ ସେଣ୍ଟର

ଢେଙ୍କାନାଳ ଅଫିସ, ୧୪।୪ ଢେଙ୍କାନାଳ ବାଜିଚୌକସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମବାରଠାରୁ କାର୍ଯ୍ୟକ୍ଷମ ହୋଇଛି ଜିଲାସ୍ତରୀୟ କୋଭିଡ୍‌ ହେଲ୍‌ଥ ସେଣ୍ଟର। ରାଜ୍ୟ ସରକାର...

ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ

ବନ୍ତ,୧୫ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ପ୍ରତିହତ ଲାଗି ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ଅସହାୟ ଲୋକମାନେ ଖାଇବା ପାଇଁ ବହୁତ ହଇରାଣ ହରକତ...

୩ ବ୍ଲକ୍‌ର ୫ ଗ୍ରାମ ସିଲ୍‌

ଯାଜପୁର ଅଫିସ,୨୧ା୪: ରାଜ୍ୟରେ ସୋମବାର ଚିହ୍ନଟ ହୋଇଥିବା ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଆକ୍ରାନ୍ତଙ୍କ ଘର ଦଶରଥପୁର ବ୍ଲକ...

Advertisement
Archives

Model This Week