Posted inଖେଳ

ଓଡ଼ିଶାରୁ ଭାଗନେବେ ୧୮ ଆଥ୍‌ଲେଟ

ଭୁବନେଶ୍ୱର, ୧୧।୫ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚଳିତ ମାସ ୧୨ରୁ ୧୫ ପର୍ଯ୍ୟନ୍ତ ହେବାକୁଥିବା ୨୭ତମ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥ୍‌ଲେଟିକ୍ସ ପ୍ରତିଯୋଗିତାରେ ଓଡ଼ିଶାର ମୋଟ ୧୮ ଆଥ୍‌ଲେଟ ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ୫ ମହିଳା ପ୍ରତିଯୋଗୀ ସାମିଲ। ଅଂଶଗ୍ରହଣ କରିବାକୁ ଯାଉଥିବା ଓଡ଼ିଶାର ମହିଳା ପ୍ରତିଯୋଗୀଙ୍କ ମଧ୍ୟରେ ଲକ୍ଷ୍ମୀପ୍ରିୟା କିଷାନ ୮୦୦ ଓ ୧୫୦୦ମି., ଶ୍ରାବଣୀ ନନ୍ଦ ୧୦୦ ଓ ୨୦୦ମି., ପ୍ରଜ୍ଞା ପ୍ରଶାନ୍ତି ସାହୁ ୧୦୦ ଓ ୧୦୦ମି. ହର୍ଡଲ୍ସ, ସୁଖୀ ବାସ୍କେ ୧୦୦ମି. ଓ ସୁସ୍ମିତା ଟିଗା ୩୦୦୦ମି. ଷ୍ଟିପଲଚେଜ୍‌ରେ ଭାଗନେବେ। ସେହିପରି ପୁରୁଷ ବିଭାଗରେ ଅଶୋକ ଦଣ୍ଡସେନା: ୧୫୦୦ ଓ ୩୦୦୦ମି. ଷ୍ଟିପଲଚେଜ୍‌, ନିଖିଲ ଦାସ ହାଇଜମ୍ପ, ଅନିମେଶ କୁଜୁର ୧୦୦ ଓ ୨୦୦ମି., କିଶୋର କୁମାର ଜେନା: ଜାଭେଲିନ୍‌ ଥ୍ରୋ, ସ୍ବାଧୀନ କୁମାର ମାଝି ହାଇଜମ୍ପ, ଆଶିଷ କୁମାର ପାତ୍ର ଲଙ୍ଗ ଜମ୍ପ, ଦଣ୍ଡପତି ମୃତ୍ୟମ ଜୟରାମ ୧୦୦ ଓ ୨୦୦ମି., ଦୟାନିଧି ମୁଣ୍ଡା ୮୦୦ ଓ ୧୫୦୦ମି., ଦେବାଶିଷ ପଟ୍ଟନାୟକ ୮୦୦ମି., ସରୁନ ପାୟାସିଂ ଲଙ୍ଗ ଜମ୍ପ, ପ୍ରିୟବ୍ରତ ପ୍ରଧାନ ଜାଭେଲିନ୍‌ ଥ୍ରୋ, ଲାଲୁ ପ୍ରସାଦ ଭୋଇ ୧୦୦ମି. ଓ ଅବିନାଶ ସାହୁ ୧୦୦ମି. ରେସ୍‌ରେ ଅଂଶଗ୍ରହଣ କରିବେ। ଅର୍ଥାତ୍‌ ଓଡ଼ିଶାର ୧୮ ଆଥ୍‌ଲେଟ ମୋଟ ୧୫ଟି ଇଭେଣ୍ଟରେ ଭାଗନେବେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଏବଂ ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ସହଯୋଗରେ ୪ ଦିନ ବିଶିଷ୍ଟ ଏହି ସମ୍ମାନଜନକ ପ୍ରତିଯୋଗିତାରେ ମୋଟ ୨୦ଟି ଇଭେଣ୍ଟ ଅନୁଷ୍ଠିତ ହେବ। ଏହା ମଧ୍ୟରେ ୧୮ଟି ଇଭେଣ୍ଟରେ ଉଭୟ ମହିଳା ଓ ପୁରୁଷ ପ୍ରତିଯୋଗୀ ଆକ୍ସନରେ ଦେଖିବାକୁ ମିଳିବେ। ଏହା ବ୍ୟତୀତ ଡେକାଥଲନରେ ପୁରୁଷ ଓ ହେପ୍ଟାଥଲନରେ ମହିଳା ପ୍ରତିଯୋଗୀ ଭାଗ୍ୟ ନିର୍ଣ୍ଣୟ କରିବେ। ଉଭୟ ମହିଳା ଓ ପୁରୁଷ ପ୍ରତିଯୋଗୀ ଯେଉଁ ୧୮ଟି ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ହେଲା ୧୦୦ମି, ୨୦୦ମି, ୪୦୦ମି, ୮୦୦ମି, ୧୫୦୦ମି, ୫୦୦୦ମି, ୧୦୦୦୦ମି. ରେସ୍‌, ୧୧୦ ମି. ହର୍ଡଲ୍ସ (ମହିଳାଙ୍କର ୧୦୦ମି.), ୪୦୦ ମି. ହର୍ଡଲ୍ସ, ୩୦୦୦ମି. ଷ୍ଟିପଲଚେଜ୍‌, ହାଇ ଜମ୍ପ, ପୋଲ ଭଲ୍ଟ, ଲଙ୍ଗ ଜମ୍ପ, ଟ୍ରିପଲ ଜମ୍ପ, ଶଟ୍‌ ପୁଟ୍‌, ଡିସ୍‌କସ୍‌ ଥ୍ରୋ, ହାମର ଥ୍ରୋ ଓ ଜାଭେଲିନ୍‌ ଥ୍ରୋ। ୧୮ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଏଏଫ୍‌ଆଇ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଏଣ୍ଟ୍ରି ଷ୍ଟାଣ୍ଡାର୍ଡକୁ ଜାତୀୟ କିମ୍ବା ରାଜ୍ୟ ଚାମ୍ପିୟନଶିପ୍‌ରେ ସ୍ପର୍ଶ କରିଥିବା ଆଥ୍‌ଲେଟମାନେ ହିଁ ଆଗାମୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଆଥ୍‌ଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଓ୍ବେବସାଇଟ୍‌ରେ ପ୍ରଦତ୍ତ ସୂଚନା ଅନୁସାରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୧୩୪ ପ୍ରତିଯୋଗୀ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି। ସେହିପରି ହରିୟାଣାରୁ ୭୭, ତାମିଲନାଡ଼ୁରୁ ୬୬, ଦିଲ୍ଲୀରୁ ୫୨, ରାଜସ୍ଥାନରୁ ୫୦, ମଧ୍ୟ ପ୍ରଦେଶରୁ ୪୯, କେରଳରୁ ୪୮ , ପଞ୍ଜାବ ୪୫ ଓ କର୍ନାଟକରୁ ୪୨ ପ୍ରତିଯୋଗୀ ଆକ୍ସନରେ ଦେଖିବାକୁ ମିଳିବେ। ଆସାମ, ଚଣ୍ଡିଗଡ଼, ଗୋଆ, ମାଲଡିଭ୍ସରୁ ସର୍ବନିମ୍ନ ଜଣେ ଲେଖାଏ ଆଥ୍‌ଲେଟଙ୍କୁ ଏଥିରେ ଦେଖିବାକୁ ମିଳିବ। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ର ପ୍ରଦେଶରୁ ୧୯, ବିହାରରୁ ୭, ଛତିଶଗଡ଼ରୁ ୧୧, ଗୁଜରାଟରୁ ୯, ହିମାଚଳ ପ୍ରଦେଶରୁ ୫, ଝାଡ଼ଖଣ୍ଡରୁ ୩, ମହାରାଷ୍ଟ୍ରରୁ ୩୬, ମଣିପୁରରୁ ୨, ସିକ୍କିମରୁ ୨, ତେଲଙ୍ଗାନାରୁ ୫, ଉତ୍ତରାଞ୍ଚଳରୁ ୭ ଓ ପଶ୍ଚିମବଙ୍ଗରୁ ୧୨ ଆଥଲେଟ୍‌ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri