ପ୍ରେମିକ ସହିତ ବୁଲିବାକୁ ଯାଇଥିଲେ, ୧୩ ଜଣ କଲେ ଗଣବଳାତ୍କାର

ଭୁବନେଶ୍ୱର,୨।୧: ଆନ୍ଧ୍ରପ୍ରଦେଶରେ ଗଣବଳାତ୍କାର ଶିକାର ହେଲେ ଓଡ଼ିଶାର ୧୭ ବର୍ଷୀୟ ନାବାଳିକା। ବଏଫ୍ରେଣ୍ଡ ସହିତ ବିଶାଖାପାଟଣାର ଆର.କେ ବିଚ୍ ବୁଲିବାକୁ ଯାଇଥିଲା ବେଳେ ଏଭଳି ଛାତି ଥରା ଘଟଣାର ସାମ୍ନା କରିଛନ୍ତି ନାବାଳିକା। ପୋଲିସ ସୂଚନା ମୁତାବକ ନାବାଳିକାଙ୍କୁ ୧୩ ଜଣ ବଳାତ୍କାର କରିଛନ୍ତି।

ଖବର ଅନୁଯାୟୀ ବୁଲାବୁଲି କରିବା ପରେ ହୋଟେଲରେ ରହିବା ସମୟରେ ପ୍ରଥମେ ବଏଫ୍ରେଣ୍ଡ ତାଙ୍କ ସହିତ ଖରାପ ବ୍ୟବହାର କରି ଶାରୀରିକ ସମ୍ପର୍କ ରଖିଥିଲେ ଏହାପରେ ବଏଫ୍ରେଣ୍ଡର ସାଙ୍ଗ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲେ। ଏହିଘଟଣା ପରେ ନାବାଳିକା ଆତ୍ମଲଜ୍ୟାରେ ଜୀବନ ହାରିବାକୁ ଆର.କେ ବିଚ୍ ଆଡକୁ ଦଉଡିଥିଲେ।

ଏହି ସମୟରେ ବିଚ୍ ପାଖରେ ଥିବା ଜଣେ ଫଟୋଗ୍ରାଫର ତାଙ୍କୁ ଏକୁଟିଆ ଦେଖି ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଏହାପରେ ନାବାଳିକାଙ୍କୁ ନେଇ ସେ ହୋଟେଲକୁ ଯାଇଥିଲେ, ଯେଉଁଠାରେ ଅନ୍ୟ ଫଟୋଗ୍ରାଫରଙ୍କ ସହିତ ମିଶି ନାବାଳିକାଙ୍କୁ ଦୁଇଦିନ ଧରି ଏକାଧିକବାର ବଳାତ୍କାର କରିଥିଲେ। ତେବେ କୌଣସି ପ୍ରକାର ନାବାଳିକା ଜଣକ ସେଠାରୁ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ।

ରିପୋର୍ଟ ମୁତାବକ ଡିସେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ ଏହି ଘଟଣା ଘଟିଥିଲା। ତେବେ ଡିସେମ୍ବର ୧୮ ତାରିଖରେ ନାବାଳିକାଙ୍କ ବାପା ପୋଲିସ ନିକଟରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଥିଲା। ପରେ ପୋଲିସ ନାବାଳିକାଙ୍କୁ ବିଶାଖାପାଟଣାର ପାଖ ଗାଁରୁ ଉଦ୍ଧାର କରିଥିଲା। ପୋଲିସ ଯୁବତୀଙ୍କ ବୟାନ ରେକର୍ଡ କରି ତାଙ୍କ ସହିତ ବଳାତ୍କାର ହୋଇଥିବା ଜାଣିବାକୁ ପାଇଥିଲା। ନାବାଳିକା ଜଣକ ଓଡ଼ିଶା କଳାହାଣ୍ଡି ଜିଲାର ବୋଲି ଜଣାପଡିଛି।

ପୀଡିତାଙ୍କ ବାପା କହିବା ଅନୁଯାୟୀ ‘ଝିଅ ଜଣେ ସରକାରୀ ଚାକିରିଆଙ୍କ ଘରେ ମେଡ ଭାବେ କାମ କରେ । ତେବେ ଘର ମାଲିକ ଛୁଟି କାଟିବାକୁ ବାହାରକୁ ଯାଇଥିଲା ବେଳେ ସେ ସେଠାରେ ତାଙ୍କର ପେଟ୍ ର ଦେଖାଶୁଣା କରୁଥିଲେ। ହେଲେ ଝିଅ ନିଖୋଜ ହେବା ପରେ ସେ ଯାଇ ଥାନାରେ ପହଞ୍ଚିଥିଲେ।’

ପୋଲିସ ପୁରା ଘଟଣା ଜାଣିବା ପରେ ପୋଲିସ ପୋକ୍ସୋ ଆକ୍ଟ ଲଗାଇ ଘଟଣାର ଅଧିକ ତଦନ୍ତ କରି ବର୍ତମାନ ସୁଦ୍ଧା ୧୧ ଜଣଙ୍କୁ ଗିରଫ କରିଥିଲା ବେଳେ ଅନ୍ୟ ଦୁଇ ଜଣକୁ ଝାଡ଼ଖଣ୍ଡରେ ଖୋଜୁଛି। ନାବାଳିକା ଜଣକ ମାତ୍ର ୯ ମାସ ହେବ ନିଜ ପରିବାର ସହ କଳାହାଣ୍ଡିରୁ ବିଶାଖାପଟନମ ଆସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?