ନିର୍ବାଚନ ପାଇଁ ୧୭ ହଜାର ପୋଲିସ

ଭୁବନେଶ୍ୱର,୧୩।୫(ସତ୍ୟଜିତ୍‌ ରାଉତ): ରାଜ୍ୟରେ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ୯ ଜିଲାରେ ଶୃଙ୍ଖଳିତ ତଥା ସୁରକ୍ଷିତ ନିର୍ବାଚନ କରିବାକୁ ବିଭିନ୍ନ ର଼୍ୟାଙ୍କର ୧୭ ହଜାର ପୋଲିସ ନିୟୋଜିତ ହୋଇଛନ୍ତି। ବିଶେଷକରି ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ୫୩୭ଟି ମତଦାନ କେନ୍ଦ୍ରକୁ ସୁରକ୍ଷା ବଳୟରେ ରଖାଯାଇଥିବା ରବିବାର ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି। ଡିଜିପି କହିଛନ୍ତି, ନିର୍ବାଚନ ପାଇଁ ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ (ସିଏପିଏଫ୍‌) ଓ ରାଜ୍ୟ ପୋଲିସର ୬୬ ପ୍ଲାଟୁନ୍‌ ସଶସ୍ତ୍ର ବାହିନୀ (ଏସ୍‌ଏପି) ଦାୟିତ୍ୱରେ ଅଛନ୍ତି। ବୁଥ୍‌ ଓ ମୋବାଇଲ ପାଟ୍ରୋଲିଂ ଆଦି କାର୍ଯ୍ୟରେ ୨୯ ଅତିରିକ୍ତ ଏସ୍‌ପି, ୫୭ ଡିଏସ୍‌ପି, ୧୫୪ ଇନ୍ସପେକ୍ଟର, ୧୪୫୭ ଜଣ ଏସ୍‌ଆଇ/ଏଏସ୍‌ଆଇ, ୬ ହଜାର ୬୩୯ ଜଣ ହାବିଲଦାର ଓ କନଷ୍ଟେବଲ୍‌, ୫ ହଜାର ୫୮୧ ଜଣ ହୋମ୍‌ଗାର୍ଡ ଓ ଗ୍ରାମରକ୍ଷୀ ନିୟୋଜିତ ହୋଇଛନ୍ତି। ୬୦୦ ମୋବାଇଲ ପାଟ୍ରୋଲିଂ ପାର୍ଟି କାର୍ଯ୍ୟକ୍ଷମ ହୋଇଥିବାବେଳେ ପ୍ରତ୍ୟେକ ମୋବାଇଲ ପାର୍ଟିରେ ଜଣେ ଅଫିସର, ଜଣେ ହାବିଲଦାର ଓ ଦୁଇଜଣ କନ୍‌ଷ୍ଟେବଲ ରହିବେ। ୧୦ରୁ ୧୨ଟି ବୁଥ୍‌କୁ ପ୍ରତ୍ୟେକ ମୋବାଇଲ ପାଟ୍ରୋଲିଂ ପାର୍ଟିଂ ପହଞ୍ଚତ୍ବ। ଅଧିକାଂଶ ମୋବାଇଲ ପାର୍ଟିରେ ଜିପିଏସ୍‌ ଲୋକେଶନ ଥିବାବେଳେ ଜିଲା ହେଡ୍‌କ୍ୱାର୍ଟରରୁ ଏହାକୁ ମନିଟର୍‌ କରାଯିବ। ନିର୍ବାଚନ ପରିଚାଳନା ଓ ଆଇନଶୃଙ୍ଖଳା ରକ୍ଷା କରିବାରେ ଏହି ମୋବାଇଲ ପାଟ୍ରୋଲିଂ ପାର୍ଟି ମୁଖ୍ୟ ଭୂମିକା ନେବ। ସେହିପରି ଏହି ୯ଟି ଜିଲାରେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ସୀମାକୁ ଲାଗି ୫୧ଟି ଆନ୍ତଃରାଜ୍ୟ ବର୍ଡର ଚେକ୍‌ ପୋଷ୍ଟ ରହିଛି। ସବୁଠି ସିସିଟିଭି ଲଗାଯାଇଛି। ଜିଲାଗୁଡ଼ିକ ଭିତରେ ୫୦ ଚେକ୍‌ ପୋଷ୍ଟ କରାଯାଇ ସମସ୍ତ ଗାଡ଼ି ଯାଞ୍ଚ କରାଯାଉଛି। ୨୧୦ ଫ୍ଲାଇଂ ସ୍କ୍ବାଡ୍‌ ମୁତୟନ କରାଯାଇଛି। ୧୯୫ ଷ୍ଟାଟିକ୍‌ ସର୍ଭିଲାନ୍ସ ଟିମ୍‌ ନିୟୋଜିତ ହୋଇ ଯାନବାହନ ଓ ଲୋକଙ୍କୁ ଯାଞ୍ଚ କରୁଛନ୍ତି। ଫ୍ଲାଇଂ ସ୍କ୍ବାଡ୍‌ ଓ ଷ୍ଟାଟିକ୍‌ ସର୍ଭିଲାନ୍ସ ଟିମ୍‌ରେ ପୋଲିସ ସମେତ ଅନ୍ୟ ବିଭାଗର କର୍ମଚାରୀ ମଧ୍ୟ ରହିଛନ୍ତି। ୧୫ଟି ଇଭିଏମ୍‌ ଷ୍ଟ୍ରଙ୍ଗ୍‌ରୁମ୍‌ କରାଯାଇଥିବାବେଳେ ନିର୍ବାଚନ ସରିବା ପରେ ଏଠାରେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍‌ ରହିବ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଷ୍ଟ୍ରଙ୍ଗ୍‌ରୁମ୍‌ଗୁଡ଼ିକର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସିଏପିଏଫ୍‌ ଓ ବାହ୍ୟ ସୁରକ୍ଷା ପାଇଁ ଏସ୍‌ଏପି ନିୟୋଜିତ ହେବେ। ପ୍ରତ୍ୟେକ ଷ୍ଟ୍ରଙ୍ଗ୍‌ରୁମ୍‌ ପାଇଁ ଗୋଟିଏ ଲେଖାଏ ପ୍ଲାଟୁନ୍‌ ସିଏପିଏଫ୍‌ ଓ ଏସ୍‌ଏପି ଦାୟିତ୍ୱରେ ରହିବେ। ନିର୍ବାଚନ ହେବାକୁ ଥିବା ଜିଲା ମଧ୍ୟରୁ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ। ତେଣୁ ଏସବୁ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଗତ ୪ ମାସ ହେବ ଅର୍ଥାତ୍‌ ଜାନୁଆରୀ ୧ରୁ ଏଯାଏ ୫୩୯ଟି ମାଓବାଦୀ ବିରୋଧୀ ଅପରେଶନ କରାଯାଇଛି। ଗତ ୨ଦିନ ହେବ ଏଥିରେ ସିଏପିଏଫ୍‌ର ୧୩୮ଟି ଅପରେଶନ ପାର୍ଟି ଏବଂ ୩୭ଟି ଏସ୍‌ଓଜି/ଡିଭିଏଫ୍‌ ପାର୍ଟି ନିୟୋଜିତ କରାଯାଇଛି। ୩ଦିନ ଧରି ଏହି ପାର୍ଟି ଜଙ୍ଗଲରେ ରହି ମାଓବାଦୀ ବିରୋଧୀ ଅପରେଶନ୍‌ କରିବେ। ଆମ ପକ୍ଷରୁ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ସେମାନଙ୍କ ସୀମାବର୍ତ୍ତୀ ସ୍ଥାନରେ ଅପରେଶନ କରିବାକୁ ଅନୁରୋଧ କରାଯାଇଥିଲା। ଏବେ ଛତିଶଗଡ଼ ୫ ସ୍ଥାନରେ ଏବଂ ଆନ୍ଧ୍ରପ୍ରଦେଶ ୯ ସ୍ଥାନରେ ଅପରେଶନ କରୁଛି। ଅତିରିକ୍ତ ଡିଜି (ଅପରେଶନ୍‌) ଦେବଦତ୍ତ ସିଂ ମାଓବାଦୀ ଅଞ୍ଚଳରେ କ୍ୟାମ୍ପ କରି ମାଓବାଦୀ ବିରୋଧୀ ଅଭିଯାନ ଓ ଗୋଇନ୍ଦା ସମ୍ପର୍କରେ ତଦାରଖ କରୁଛନ୍ତି ବୋଲି ଡିଜିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri