ଡ୍ରପ୍‌ ଆଉଟ୍‌ ତାଲିକାରେ ୧୭୦୦ ପିଲା

ଗୋପ,୨୯ା୨(ଭାରତୀ ଭୂଷଣ ଉପାଧ୍ୟାୟ)ଶିକ୍ଷାବର୍ଷ ୨୦୨୩-୨୪ରେ ଗୋପ ବ୍ଲକରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୧୭ଶହରୁ ଅଧିକ ପିଲା ଅଧାରୁ ପାଠ ଛାଡ଼ି ଶିକ୍ଷାୟତନ ବାହାରେ ରହିଛନ୍ତି। ଏଥିରେ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୭ଶହରୁ ଅଧିକ ଓ ହାଇସ୍କୁଲ ସ୍ତରରେ ୧ ହଜାର ପିଲା ରହିଛନ୍ତି। ରାଜ୍ୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ହିସାବ ରଖୁଥିବା ଅନ୍‌ଲାଇନ ସିଷ୍ଟମ୍‌ ୟୁଡାଇସ୍‌ ଡ୍ରପ୍‌ ଆଉଟ୍‌ ତାଲିକାରୁ ଏହି ତଥ୍ୟ ମିଳିଛି। ଶିକ୍ଷା ଅଧିକାର ଅଧିନିୟମ-୨୦୦୯ ଅନୁଯାୟୀ ଶିଶୁମାନଙ୍କୁ ବାଧ୍ୟତାମୂଳକ ମୌଳିକ ଶିକ୍ଷା ପ୍ରଦାନ ଲକ୍ଷ୍ୟ ଏବେ ବାଟବଣା ହୋଇଥିବା ଗୋପ ବ୍ଲକର ଏହି ଚିତ୍ରରୁ ସ୍ପଷ୍ଟ ହେଉଛି।
ସରକାରୀ ବିଦ୍ୟାଳୟ ଗୁଡ଼ିକରେ ନାମ ଲେଖାଇଥିବା ୬ରୁ ୧୪ବର୍ଷ ବୟସ୍କ ମଧ୍ୟରେ ଛାତ୍ରୀଛାତ୍ରମାନେ ବିଭିନ୍ନ ଶ୍ରେଣୀରେ ଅଧାରୁ ପାଠ ଛାଡ଼ି ଦେଉଥିବାରୁ ଡ୍ରପ୍‌ଆଉଟ୍‌ ତାଲିକା ବଢ଼ି ବଢ଼ି ଚାଲିଛି। ଅଧାରୁ ପାଠ ଛାଡ଼ି ଶିକ୍ଷାୟତନ ବାହାରେ ଥିବା ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀ ଓ ପ୍ରଧାନଶିକ୍ଷକଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଡ୍ରପ୍‌ଆଉଟ୍‌ ପିଲାଙ୍କୁ ଠାବକରି ସ୍କୁଲ୍‌ ଫେରାଇ ନ ଆଣିଲେ ଶିକ୍ଷକମାନଙ୍କ ଦରମା ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଥିତ୍ବା ଜଣାପଡିଛି। ଅନ୍ୟପଟେ ସ୍କୁଲରେ ଶିକ୍ଷାଦାନ ଛାଡ଼ି ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନେ ଦ୍ୱାର ଦ୍ୱାର ବୁଲି ଡ୍ରପ୍‌ଆଉଟ୍‌ ପିଲାମାନଙ୍କୁ ଖୋଜୁଛନ୍ତି। ତେବେ ପ୍ରାଥମିକ ଶ୍ରେଣୀର ପିଲାମାନେ ଦାଦନ ଖଟିବାକୁ ମାତାପିତାଙ୍କ ସହିତ ଜିଲା ଓ ରାଜ୍ୟ ବାହାରକୁ ଚାଲିଯାଇଥିବା ବେଳେ ୧୪ବର୍ଷରୁ ଊଦ୍ଧର୍‌ବ ପିଲାମାନେ ଅଷ୍ଟମ ଶ୍ରେଣୀରୁ ପାଠଛାଡି କୌଳିକ ବୃତ୍ତିରେ ସାମିଲ୍‌ ହୋଇଛନ୍ତି କିମ୍ବା ଶିଶୁ ଶ୍ରମିକ ସାଜିଛନ୍ତି। ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ପିଲାମାନେ ଅସହାୟ ସ୍ଥିତିରେ ଥିବାରୁ ଆଗକୁ ପାଠ ପଢିବା ଆଶା ଛାଡ଼ି ଦେଇଥିବା ଜଣାପଡ଼ିଛି। ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକଙ୍କ ଅଭାବ ଥିବାରୁ ପାଠପଢ଼ା ପ୍ରଭାବିତ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ସାଧାରଣ ଲୋକେ ଘରୋଇ ବିଦ୍ୟାଳୟରେ ନାମ ଲେଖାଇବାକୁ ସକ୍ଷମ ହେଉନାହାନ୍ତି। ଯେଉଁମାନେ ଘରୋଇ ବିଦ୍ୟାଳୟରେ ନାମ ଲେଖାଉଛନ୍ତି, ପରବର୍ତ୍ତୀ ସମୟରେ ସ୍କୁଲ୍‌ ଖର୍ଚ୍ଚ ଭରଣା କରି ନ ପାରିବାରୁ ପିଲାମାନେ ଅଧାରୁ ପାଠ ପଢା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଅଧିକ ପାଠପଢି ଜୀବିକାର୍ଜନ ନିମନ୍ତେ ନିଯୁକ୍ତି ସଂକଟ ଲାଗି ରହିଥିବାରୁ ପିଲାଙ୍କୁ ଛୋଟ ବେଳୁ ନିଜ କୌଳିକ ବୃତ୍ତିରେ ନିୟୋଜିତ କରିବାକୁ ଅଭିଭାବକମାନେ ଉଚିତ ମଣୁଛନ୍ତି। ଡ୍ରପ୍‌ଆଉଟ୍‌ ପିଲାମାନଙ୍କ ସାଂପ୍ରତିକ ସ୍ଥିତି ସମ୍ପର୍କରେ ଦ୍ୱାର ଦ୍ୱାର ବୁଲି ଅନୁସନ୍ଧାନ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନେ ଛାତ୍ରୀଛାତ୍ରଙ୍କୁ ଘରେ ନ ପାଇ ନିରାଶରେ ଫେରୁଥିବା ଜଣାପଡ଼ିଛି। ଏ ନେଇ ଶିକ୍ଷାବିତ୍‌ ପୁନେଶ କୁମାର ସେନାପତି ଓ ସତ୍ୟପୀର ନାୟକ କହିଛନ୍ତି, ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଥମତଃ ଧ୍ୟାନ ଦେଉନାହାନ୍ତି। ଏବେଠାରୁ ସରକାର ଏଥିପ୍ରତି ଗୁରୁତ୍ୱ ଦେବା ସହିତ କାହିଁକି ଛାତ୍ରୀଛାତ୍ର ସ୍କୁଲ ଆସୁନାହାନ୍ତି ଏବଂ ଏଥିଲାଗି କିଏ ଦାୟୀ ବୋଲି ପ୍ରଶ୍ନ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ ସୁଶୀଳ କୁମାର ବ୍ରହ୍ମା କହିଛନ୍ତି,ଏ ସମ୍ପର୍କରେ ଗୁରୁତ୍ୱ ଦିଆଯାଉଛି। ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?