Posted inUncategorized

୧୬,୫୦୦ କୋଟିର ଅଧିଗ୍ରହଣ କାର୍ଯ୍ୟ ସମ୍ପନ୍ନ

ଭୁବନେଶ୍ୱର,୨୨।୧୧: ଦେଶର ବାଣିଜି୍ୟକ ସଂସ୍ଥା (କମ୍ପାନୀ) ଆର୍ସଲମିତ୍ତଲ୍‌-ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ) ଏସାର ଗ୍ରୁପଠାରୁ ୨ଟି ପୋର୍ଟସେଟ୍‌ ଏବଂ ଏକ ପାୱାର ପ୍ଲାଣ୍ଟ ଅଧିଗ୍ରହଣ କରିବା ସହ କର୍ପୋରେଟ୍‌ ଏବଂ ନିୟାମକ ଅନୁମୋଦନ ପାଇଁ ପ୍ରାୟ ୧୬,୫୦୦ କୋଟିର ଚୁକ୍ତି ଅନୁଯାୟୀ ଅଧିଗ୍ରହଣର ସମସ୍ତ କାର୍ଯ୍ୟ ସମ୍ପନ୍ନ କରିଛି। ଏପରିକି ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଅଧିଗ୍ରହଣ ହୋଇଥିବା (ଆର୍ଥିକ ଅନୁଦାନ ପ୍ରାପ୍ତ ଏହି ଚୁକ୍ତିନାମା ଅନୁସାରେ) ଏସାର ଗ୍ରୁପର ପାୱାର ପ୍ଲାଣ୍ଟ ଏବଂ ସମସ୍ତ ପ୍ରକାରର ଭିତ୍ତିଭୂମି ଭିତିକ ଆସେଟ୍ସ ୨୦୨୨ଅଗଷ୍ଟରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ହାସଲ କରିଛି। ଯଦ୍ୱାରା କମ୍ପାନୀର ଉପତ୍ାଦନ ଏବଂ ପରିବହନ ସୁବିଧାକୁ ଅଧିକ ଦୃଢ କରାଯାଇପାରିବ। ସେହିଭଳି ଗୁଜରାଟର ହାଜିରାଠାରେ ବର୍ଷତମାମ କାର୍ଯ୍ୟକ୍ଷମ ଗଭୀର ଡ୍ରାଫ୍ଟ ବକ୍ଟ ପୋର୍ଟ ଟର୍ମିନାଲ୍‌ ଏବଂ ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆର ଫ୍ଲାଗସିପ୍‌ ଷ୍ଟିଲ୍‌ ପ୍ଲାଣ୍ଟ ସହିତ ଜଡିତ ୨୫ଏମ୍‌ଟିପିଏ ବନ୍ଦର,ପାରାଦୀପଠାରେ ଏକ ୧୨ଏମ୍‌ଟିପିଏ ଗଭୀର ଜଳ ବନ୍ଦର ସହ ଏକ ଉସତ୍ର୍ଗୀକୃତ କନଭେୟର ରହିଛି। ଯାହାକି ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆର ପାରାଦୀପ ପେଲେଟ୍‌ ପ୍ଲାଣ୍ଟରୁ ଶତପ୍ରତିଶତ ପେଲେଟ୍‌ ପରିବହନକୁ ନିୟନ୍ତ୍ରଣ କରିଥାଏ। ହାଜିରାଠାରେ ଅବସ୍ଥିତ ୨୭୦ ମେଗାୱାଟ ମଲ୍ଟି ଫୁଏଲ୍‌ ବିଦ୍ୟୁତ୍‌ ଉପତ୍ାଦନ କେନ୍ଦ୍ର ରହିଛି, ଯାହା ସହ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଷ୍ଟିଲ୍‌ ପ୍ଲାଣ୍ଟକୁ ଦୀର୍ଘମିଆଦୀ ବିଦ୍ୟୁତ ଯୋଗାଣର ଚୁକ୍ତି ମଧ୍ୟ ରହିଛି। ଯାହା ବର୍ତ୍ତମାନ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ଏବଂ କମ୍ପାନୀ ପାଇଁ କାର୍ଯ୍ୟକ୍ଷମରେ ଉତ୍ତମ ତାଳମେଳ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏ ସମ୍ପର୍କରେ ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆର ସିଇଓ ଦିଲୀପ୍‌ ଓମେନ୍‌ କହିଛନ୍ତି,କମ୍ପାନୀ ଭାରତରେ ଶକ୍ତି ଏବଂ ପରିବହନ ସୁବିଧାକୁ ମଜବୁତ କରିବା ପାଇଁ ଆମର ପ୍ରୟାସରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ନିକଟଅତୀତରେ ଆମେ ଘୋଷଣା କରିଥିଲୁ ଯେ ହାଜିରାଠାରେ ୬୦,୦୦୦କୋଟି ଟଙ୍କାର ସଂପ୍ରସାରଣ ଯୋଜନା କାର୍ଯ୍ୟକାରୀ କରିବୁ। ଯେଉଁଥିରେ ଉଭୟ ଓଡିଶା ଓ ଗୁଜରାଟରେ ବନ୍ଦରଭିତ୍ତିକ ଆସେଟ୍‌ସର ବୃଦ୍ଧି କରାଯିବ। ତେଣୁ ସମସ୍ତ ଅଧିଗ୍ରହଣ କରିବା ଦ୍ୱାରା ଆମର ନିକଟ ଅତୀତରେ ନିଆଯାଇଥିବା ଘୋଷଣାକୁ କାର୍ଯ୍ୟକାରୀ କରିବା ଦିଗରେ ସହାୟକ ହୋଇପାରିଛୁ। ୨୦୨୨ଅଗଷ୍ଟ ଚୁକ୍ତିରେ ଅବଶିଷ୍ଟ ସମ୍ପତିଗୁଡିକର ଅଧିଗ୍ରହଣକୁ ଅନ୍ତର୍ଭୁକ୍ତ କରାଯାଇଛି। ବିଶେଷ କରି ହାଜିରାଠାରେ ୫୧୫ମେଗାୱାଟ୍‌ ଗ୍ୟାସ୍‌ ଆଧାରିତ ବିଦ୍ୟୁତ୍‌ ଉପତ୍ାଦନ କେନ୍ଦ୍ର,ବିଶାଖାପାଟଣାଠାରେ ୧୬ ଏମ୍‌ଟିପିଏ ସର୍ବକାଳୀନ ଗଭୀର ଡ୍ରାଫ୍ଟ ଟର୍ମିନାଲ, ୧୦୦କି.ମି. ଗାନ୍ଧାର-ହାଜିରା ଟ୍ରାନ୍ସମିଶନ ଲାଇନ ଆବଶ୍ୟକ ନିୟାମକ ଅନୁମୋଦନ ପାଇବା ପରେ ଠିକ୍‌ ସମୟରେ ଶେଷ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

କଲେଜ ଛାତ୍ରୀ ଜସ୍ମିନ୍‌ ହତ୍ୟା ମାମଲା: ୪୮ ଘଣ୍ଟା ବିତିଲା, ରହସ୍ୟରୁ ପରଦା ହଟିଲାନି

ଢେଙ୍କାନାଳ,୩।୩(ରତନ ନାୟାର)ଢେଙ୍କାନାଳ ଜିଲା ସଦର ଥାନା ମଜୁରି ଗ୍ରାମର କଲେଜ ଛାତ୍ରୀ ଜସ୍ମିନ୍‌ ସାହୁ ହତ୍ୟା ଘଟଣାକୁ ଶନିବାର ୪୮ ଘଣ୍ଟା ପୂରିଛି। ହେଲେ ହତ୍ୟାକାଣ୍ଡର...

୬୯୧ ପରିବାରକୁ ୧୦୦ ଦିନର କାମ

ଗୋପାଳପୁର,୩।୩(ନବୀନ ରାଜ ଆଚାରୀ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri