Posted inUncategorized

୧୬,୫୦୦ କୋଟିର ଅଧିଗ୍ରହଣ କାର୍ଯ୍ୟ ସମ୍ପନ୍ନ

ଭୁବନେଶ୍ୱର,୨୨।୧୧: ଦେଶର ବାଣିଜି୍ୟକ ସଂସ୍ଥା (କମ୍ପାନୀ) ଆର୍ସଲମିତ୍ତଲ୍‌-ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ) ଏସାର ଗ୍ରୁପଠାରୁ ୨ଟି ପୋର୍ଟସେଟ୍‌ ଏବଂ ଏକ ପାୱାର ପ୍ଲାଣ୍ଟ ଅଧିଗ୍ରହଣ କରିବା ସହ କର୍ପୋରେଟ୍‌ ଏବଂ ନିୟାମକ ଅନୁମୋଦନ ପାଇଁ ପ୍ରାୟ ୧୬,୫୦୦ କୋଟିର ଚୁକ୍ତି ଅନୁଯାୟୀ ଅଧିଗ୍ରହଣର ସମସ୍ତ କାର୍ଯ୍ୟ ସମ୍ପନ୍ନ କରିଛି। ଏପରିକି ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଅଧିଗ୍ରହଣ ହୋଇଥିବା (ଆର୍ଥିକ ଅନୁଦାନ ପ୍ରାପ୍ତ ଏହି ଚୁକ୍ତିନାମା ଅନୁସାରେ) ଏସାର ଗ୍ରୁପର ପାୱାର ପ୍ଲାଣ୍ଟ ଏବଂ ସମସ୍ତ ପ୍ରକାରର ଭିତ୍ତିଭୂମି ଭିତିକ ଆସେଟ୍ସ ୨୦୨୨ଅଗଷ୍ଟରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ହାସଲ କରିଛି। ଯଦ୍ୱାରା କମ୍ପାନୀର ଉପତ୍ାଦନ ଏବଂ ପରିବହନ ସୁବିଧାକୁ ଅଧିକ ଦୃଢ କରାଯାଇପାରିବ। ସେହିଭଳି ଗୁଜରାଟର ହାଜିରାଠାରେ ବର୍ଷତମାମ କାର୍ଯ୍ୟକ୍ଷମ ଗଭୀର ଡ୍ରାଫ୍ଟ ବକ୍ଟ ପୋର୍ଟ ଟର୍ମିନାଲ୍‌ ଏବଂ ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆର ଫ୍ଲାଗସିପ୍‌ ଷ୍ଟିଲ୍‌ ପ୍ଲାଣ୍ଟ ସହିତ ଜଡିତ ୨୫ଏମ୍‌ଟିପିଏ ବନ୍ଦର,ପାରାଦୀପଠାରେ ଏକ ୧୨ଏମ୍‌ଟିପିଏ ଗଭୀର ଜଳ ବନ୍ଦର ସହ ଏକ ଉସତ୍ର୍ଗୀକୃତ କନଭେୟର ରହିଛି। ଯାହାକି ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆର ପାରାଦୀପ ପେଲେଟ୍‌ ପ୍ଲାଣ୍ଟରୁ ଶତପ୍ରତିଶତ ପେଲେଟ୍‌ ପରିବହନକୁ ନିୟନ୍ତ୍ରଣ କରିଥାଏ। ହାଜିରାଠାରେ ଅବସ୍ଥିତ ୨୭୦ ମେଗାୱାଟ ମଲ୍ଟି ଫୁଏଲ୍‌ ବିଦ୍ୟୁତ୍‌ ଉପତ୍ାଦନ କେନ୍ଦ୍ର ରହିଛି, ଯାହା ସହ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଷ୍ଟିଲ୍‌ ପ୍ଲାଣ୍ଟକୁ ଦୀର୍ଘମିଆଦୀ ବିଦ୍ୟୁତ ଯୋଗାଣର ଚୁକ୍ତି ମଧ୍ୟ ରହିଛି। ଯାହା ବର୍ତ୍ତମାନ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ଏବଂ କମ୍ପାନୀ ପାଇଁ କାର୍ଯ୍ୟକ୍ଷମରେ ଉତ୍ତମ ତାଳମେଳ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏ ସମ୍ପର୍କରେ ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆର ସିଇଓ ଦିଲୀପ୍‌ ଓମେନ୍‌ କହିଛନ୍ତି,କମ୍ପାନୀ ଭାରତରେ ଶକ୍ତି ଏବଂ ପରିବହନ ସୁବିଧାକୁ ମଜବୁତ କରିବା ପାଇଁ ଆମର ପ୍ରୟାସରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ନିକଟଅତୀତରେ ଆମେ ଘୋଷଣା କରିଥିଲୁ ଯେ ହାଜିରାଠାରେ ୬୦,୦୦୦କୋଟି ଟଙ୍କାର ସଂପ୍ରସାରଣ ଯୋଜନା କାର୍ଯ୍ୟକାରୀ କରିବୁ। ଯେଉଁଥିରେ ଉଭୟ ଓଡିଶା ଓ ଗୁଜରାଟରେ ବନ୍ଦରଭିତ୍ତିକ ଆସେଟ୍‌ସର ବୃଦ୍ଧି କରାଯିବ। ତେଣୁ ସମସ୍ତ ଅଧିଗ୍ରହଣ କରିବା ଦ୍ୱାରା ଆମର ନିକଟ ଅତୀତରେ ନିଆଯାଇଥିବା ଘୋଷଣାକୁ କାର୍ଯ୍ୟକାରୀ କରିବା ଦିଗରେ ସହାୟକ ହୋଇପାରିଛୁ। ୨୦୨୨ଅଗଷ୍ଟ ଚୁକ୍ତିରେ ଅବଶିଷ୍ଟ ସମ୍ପତିଗୁଡିକର ଅଧିଗ୍ରହଣକୁ ଅନ୍ତର୍ଭୁକ୍ତ କରାଯାଇଛି। ବିଶେଷ କରି ହାଜିରାଠାରେ ୫୧୫ମେଗାୱାଟ୍‌ ଗ୍ୟାସ୍‌ ଆଧାରିତ ବିଦ୍ୟୁତ୍‌ ଉପତ୍ାଦନ କେନ୍ଦ୍ର,ବିଶାଖାପାଟଣାଠାରେ ୧୬ ଏମ୍‌ଟିପିଏ ସର୍ବକାଳୀନ ଗଭୀର ଡ୍ରାଫ୍ଟ ଟର୍ମିନାଲ, ୧୦୦କି.ମି. ଗାନ୍ଧାର-ହାଜିରା ଟ୍ରାନ୍ସମିଶନ ଲାଇନ ଆବଶ୍ୟକ ନିୟାମକ ଅନୁମୋଦନ ପାଇବା ପରେ ଠିକ୍‌ ସମୟରେ ଶେଷ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?