Posted inଖେଳ

ଓଡ଼ିଶାରୁ ୧୬ ଭାଗନେବେ

ଭୁବନେଶ୍ୱର, ୧୯।୯(ତପନ ସ୍ବାଇଁ): ଜାତୀୟ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ପ୍ରତିନିଧିତ୍ୱ ଏବଂ ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନ ଜାରି ରହିଛି। ଆଗାମୀ ଜାତୀୟ ୭ ଓ ୧୯ ବର୍ଷରୁ କମ୍‌ ଚେସ୍‌ ପ୍ରତିଯୋଗିତାରେ ୧୬ଜଣ ଖେଳାଳି ରାଜ୍ୟରୁ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ଦେଇଛନ୍ତି ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ସମ୍ପାଦକ ଦେବବ୍ରତ ଭଟ୍ଟ। ତାଙ୍କ ସୂଚନା ଅନୁସାରେ ଜାତୀୟ ୭ ବର୍ଷରୁ କମ୍‌ ପ୍ରତିଯୋଗିତାରେ ଟିମ୍‌ ମ୍ୟାନେଜର ସୁରଜ ମହାରଣାଙ୍କ ନେତୃତ୍ୱରେ ବାଳିକାରେ ସୁଶ୍ରୀ ଅଦିତି ମହାରଣା, ବାଳକରେ ସାତ୍ତ୍ୱିକ ସ୍ବାଇଁ, ଅଦ୍ଭିକ ଆଦିତ୍ୟ ସ୍ବାଇଁ ସ୍ବାଭାବିକଭାବେ ଏବଂ ସାହିଲ କୁମାର ବେହେରା, ସ୍ବୟଂଶ ଦାସ, ସତ୍ୟ ନାରାୟଣ ସ୍ବାଇଁ, ଆଦିତ୍ୟ ଉପାଧ୍ୟାୟ, ଓମେଶ ଗୋଟୁମୁକ୍କାଲା ସ୍ବତନ୍ତ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତା ୨୧ରୁ ୨୫ ପର୍ଯ୍ୟନ୍ତ କୋଲକାତାରେ ୩୬ତମ ଜାତୀୟ ୭ ବର୍ଷରୁ କମ୍‌ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମାଷ୍ଟର ଚେସ୍‌ ଫାଉଣ୍ଡେଶନ୍‌ ଓ ଆଇଆଇଜି ସ୍ପୋଟର୍‌ସ ଏକାଡେମୀ ପକ୍ଷରୁ ଭୁବନେଶ୍ୱରରେ ୭ ବର୍ଷରୁ କମ୍‌ ବର୍ଗରେ ରାଜ୍ୟ ଖେଳାଳି ଚୟନ ଅନୁଷ୍ଠିତ ହୋଇଥିଲା। ସେହିପରି ଜାତୀୟ ଜୁନିୟର (୧୯ ବର୍ଷରୁ କମ୍‌ ବାଳିକା ଓ ବାଳକ) ବର୍ଗରେ ଟିମ୍‌ ମ୍ୟାନେଜର ମୃତ୍ୟୁଞ୍ଜୟ ଦାସଙ୍କ ନେତୃତ୍ୱରେ ରାଜ୍ୟରୁ ବାଳିକା ବର୍ଗରେ ଶ୍ରଦ୍ଧା ସ୍ମରଣିକା ନନ୍ଦ, ଈଶା ଜେସ୍‌, ସନୋଜା ଜେସ୍‌ ଏବଂ ବାଳକରେ ଶ୍ରୀହାନ ସାବତ, ମୃତ୍ୟୁଞ୍ଜୟ ମଣ୍ଡଳ, ବୈଭବ ଅଗ୍ରଓ୍ବାଲ, ଶ୍ରୀୟାଂଶ ଦାସ ଓ ପ୍ରିୟାଂଶ ଦାସ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଗୁଜରାଟର ଅହମ୍ମଦାବାଦଠାରେ ୨୦୨୩ ସେପ୍ଟେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଜାତୀୟ କନିଷ୍ଠ (୧୯ ବର୍ଷରୁ କମ୍‌ ବାଳକ ଓ ବାଳିକା)ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସୁନ୍ଦରଗଡ଼ ଜିଲା ଚେସ୍‌ ସଂଘ ଆନୁକୂଲ୍ୟରେ ସୁନ୍ଦରଗଡ଼ରେ ୧୯ ବର୍ଷରୁ କମ୍‌ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ ଅନୁଷ୍ଠିତ ହୋଇଥିଲା। ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ, ସଭାପତି ଜି. ସି. ମହାପାତ୍ର ଏବଂ ଅନ୍ୟ କର୍ମକର୍ତ୍ତା ଉକ୍ତ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri