୧୬ ପଞ୍ଚାୟତ ପାଣିଘେରରେ, ରିଲିଫ୍‌ ପାଇଁ ଘୋଷଣା

ଚାନ୍ଦବାଲି,୩ା୯(ଡି.ଏନ୍‌.ଏ.): ଚଳିତ ବନ୍ୟାରେ ପାଣିଘେରରେ ରହିଥିବା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ୧୬ଟି ପଞ୍ଚାୟତ ଓ ଚାନ୍ଦବାଲି ଏନ୍‌ଏସିର ଗୋଟିଏ ଓ୍ବାର୍ଡର ଲୋକଙ୍କ ପାଇଁ ରିଲିଫ୍‌ ଘୋଷଣା ହୋଇଛି। ଜିଲା ପ୍ରଶାସନର ନିର୍ଦ୍ଦେଶରେ ବିଡିଓ ଚାନ୍ଦବାଲି ଏନେଇ ବିଭିନ୍ନ ବିଭାଗ, ପଞ୍ଚାୟତ ଓ ଏହି କାମରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ଅବଗତ କରିଛନ୍ତି।
୨୦୧୧ ଜନଗଣନା ଅନୁସାରେ, ଶତକଡ଼ା ୧୦ ପରିବାର ସଂଖ୍ୟା ବୃଦ୍ଧି କରାଯାଇ ପରିବାର ପ୍ରତି ୫୦ କିଲୋ ଚାଉଳ ଓ ୫ ଶହ ଟଙ୍କା ପ୍ରଦାନ କରାଯିବ। ଏନେଇ ଆବଶ୍ୟକୀୟ ୯ ହଜାର ୩ ଶହ ୫୦ କ୍ୱିଣ୍ଟାଲ ଚାଉଳ ବିଭିନ୍ନ ପଞ୍ଚାୟତ ଗୋଦାମକୁ ପରିବହନ କରାଯିବା ସହିତ ଦାୟିତ୍ୱରେ ଥିବା କର୍ମଚାରୀମାନେ ବ୍ଲକ କାର୍ଯ୍ୟାଳୟରୁ ବଣ୍ଟନ ହେବାକୁ ଥିବା ୮୫ଲକ୍ଷ ଟଙ୍କାର ନଗଦ ଅର୍ଥ ଗ୍ରହଣ କରିବେ। ବ୍ଲକର ଆରଡି, ନାନ୍ଦପୁର, ନାଲଗୁଣ୍ଡା, ଖେରଙ୍ଗ, ସୁନ୍ଦରପୁର, ଓଳଗ, ତେନ୍ତୁଲିଡିହି, ଭୂଇଁବୃତି, ମାଧପୁର, ଘଟପୁର, ବଡ଼ଓସ୍ତିଆ, ମତୋ, ମୌସୁଧା, ଜଳେଶ୍ୱରପୁର, ଯଶୀପୁର, ଭାଟପଡ଼ା ପଞ୍ଚାୟତର ୭୩ଟି ଗାଁ ଓ ଚାନ୍ଦବାଲି ଏନ୍‌ଏସିର ଗୋଟିଏ ଓ୍ବାର୍ଡକୁ ମିଶାଇ ମୋଟ୍‌ ୭୪ଟି ଗାଁର ୧୭ହଜାର ପରିବାର ଏଥିରୁ ଉପକୃତ ହେବେ। ପ୍ରତି ପଞ୍ଚାୟତ ପାଇଁ ବଣ୍ଟନ ଅଧିକାରୀ ନିଯୁକ୍ତି ହୋଇଥିବା ବେଳେ ସଂପୃକ୍ତ ପଞ୍ଚାୟତର ପିଇଓମାନେ ତାଙ୍କୁ ସହଯୋଗ କରିବେ। ପଞ୍ଚାୟତର ନିର୍ବାଚିତ ଲୋକପ୍ରତିନିଧିଙ୍କ ଉପସ୍ଥିତିରେ ରିଲିଫ୍‌ ବଣ୍ଟନ କରାଯିବା ସହିତ ସ୍ଥାନୀୟ ରିଟେଲରମାନେ ଏହି କାମରେ ସହଯୋଗ କରିବେ। ତଦାରଖ ପାଇଁ ୩ ଜଣ ସୁପରଭାଇଜର ନିଯୁକ୍ତି ହୋଇଛନ୍ତି। ରିଲିଫ୍‌ ବଣ୍ଟନ ସମୟରେ ପ୍ରତି ପଞ୍ଚାୟତରେ ଦୁଇଜଣ ଲେଖାଏ ଶିକ୍ଷକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ ଉପରେ ଶର୍ଟ ଉଡାଇଲେ ଯୁବକ, ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର: ନେପାଳର ବନ୍ୟାର ଛାତିଥରା ଭିଡିଓ ଭାଇରାଲ

କାଠମାଣ୍ଡୁ,୨୮।୮: ପ୍ରକୃତି ନେପାଳରେ ତାଣ୍ଡବ ସୃଷ୍ଟି କରିଛି। ସବୁଠି ପାଣି, କାଦୁଅ ଏବଂ ବିନାଶ ଦୃଶ୍ୟମାନ ହେଉଛି। ନଦୀଗୁଡ଼ିକ ପ୍ରବାହିତ ହେଉଛି, ରାସ୍ତାଗୁଡ଼ିକ ଭାସି ଯାଇଛି ଏବଂ…

ଅବ୍ୟବସ୍ଥା ଘେରରେ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର: ବର୍ଷା ଦିନେ ଛାତରୁ ଝରୁଛି ପାଣି

କର୍ଲାମୁଣ୍ଡା,୨୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ ବର୍ଷା ହେଲେ ପାଣି ଝରୁଥିବାରୁ ରୋଗୀ ଓ ସ୍ବାସ୍ଥ୍ୟକର୍ମୀ ଅସୁବିଧାରେ ପଡ଼ୁଥିବା…

ଜିଲାପାଳ, ସିଡିଓ, ପୌରାଧ୍ୟକ୍ଷା, ଇଓଙ୍କୁ ରାଖି ବାନ୍ଧିଲେ ସଫେଇ କର୍ମଚାରୀ

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ପବିତ୍ର ରକ୍ଷା ବନ୍ଧନ ଅବସରରେ ଶୁକ୍ରବାର ବଲାଙ୍ଗୀର ମ୍ୟୁନିସିପାଲିଟି ପକ୍ଷରୁ ସ୍ବତନ୍ତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ‘ସୁରକ୍ଷାର ସାକ୍ଷୀ ରାଖି’ ପାଳନ କରାଯାଇଛି।…

ନେପାଳ ବନ୍ୟାରେ ଜୀବନ ରକ୍ଷା କଲା ହାଇଡ୍ରୋପାୱାର ସୁଡ଼ଙ୍ଗ, ବଞ୍ଚିଗଲେ ୩୫୦

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ମଧ୍ୟରେ ଅପର ତ୍ରିଶୂଳୀ ହାଇଡ୍ରୋପାୱାର ପ୍ରକଳ୍ପର ଏକ ସୁଡ଼ଙ୍ଗ ଶତାଧିକ ଲୋକଙ୍କ ପାଇଁ ଜୀବନରକ୍ଷକ ପାଲଟିଛି। ବନ୍ୟାଜଳ ସହ ମାଟି, ପଥର…

ନେପାଳ ବନ୍ୟା ବିଭୀଷିକା: ବରଗଡ଼ର ମା’-ଝିଅ ନିଖୋଜ, ସ୍ବାମୀ ସୁରକ୍ଷିତ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ବରଗଡ଼ ଜିଲାର ମା’ ଓ ଝିଅ ନିଖୋଜ ହୋଇ ଯାଇଥିବା ସୂଚନ ମିଳିଛି। ସେମାନେ ହେଲେ, ବରଗଡ଼ ବ୍ଲକ ଜାମପାଲି…

ଭୋଟର ତାଲିକାରୁ ଶତାଧିକ ଯୋଗ୍ୟ ନାଗରିକଙ୍କ ନାଁ କାଟିବାକୁ ଷଡ଼ଯନ୍ତ୍ର, ଅଭିଯୋଗ ଆଣି ବିଜେଡି କହିଲା…

ଧାମନଗର,୨୮ା୮(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଏନଏସି ଅଞ୍ଚଳରେ ଶତାଧିକ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦେବା ପାଇଁ ଜାଲିଆତି ଓ ଷଡ଼ଯନ୍ତ୍ର…

ରେଭେନ୍ସା ବିଶ୍ବବିଦ୍ୟାଳୟ ବିବାଦ; ସମୂହ ଛୁଟିରେ ଗଲେ ଅଧ୍ୟାପକ

କଟକ,୨୮।୮(ପ୍ରଭୁକଲ୍ୟାଣ ପାଲ): ସମୁହ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପିକା ଓ ଅଧ୍ୟାପକ । ଏହାସହ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ରେଭେନ୍ସା ୟୁନିଭରସିଟି ଟିଚର୍ସ…

ଥରିଲା ଚାଇନା: ଭୟରେ ଲୋକେ ଦୌଡ଼ିଲେ

ବେଜିଂ,୨୮।୭: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କସ ସେଣ୍ଟର (CENC) ଅନୁଯାୟୀ, ଲଙ୍ଗଚାଙ୍ଗ ସହରରେ ୫.୧ ତୀବ୍ରତାର ଭୂକମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri