Posted inଜାତୀୟ

୧୬ ଜେଡିୟୁ ବିଦ୍ରୋହୀ ବହିଷ୍କୃତ

ପାଟନା, ୨୭୧୦(ପି.ଟି./ଏଜେନ୍ସି): ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ସଂଯୁକ୍ତ ଜନତା ଦଳ(ଜେଡିୟୁ)ରେ ବିଦ୍ରୋହର ସ୍ବର ଉଠିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜେଡିୟୁର ଜଣେ ବିଧାୟକ ଓ ୨ ପୂର୍ବତନ ମନ୍ତ୍ରୀଙ୍କ ସମେତ ୧୬ ବିଦ୍ରୋହୀଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ବହିଷ୍କୃତ ନେତାଙ୍କ ମଧ୍ୟରୁ ଅଧିକାଂଶ ଦଳୀୟ ନିର୍ଦ୍ଦେଶକୁ ଅବଜ୍ଞା କରି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପ୍ରାର୍ଥୀମାନଙ୍କ ବିରୋଧରେ ନାମାଙ୍କନପତ୍ର ଦାଖଲ କରିଥିଲେ। ତେଣୁ ଶନିବାର ରାତି ଓ ରବିବାର ଦୁଇଟି ପର୍ଯ୍ୟାୟରେ ବିଦ୍ରୋହୀ ନେତାଙ୍କ ନାମ ତାଲିକା ପ୍ରକାଶ କରି ସେମାନଙ୍କୁ ବାହାର ରାସ୍ତା ଦେଖାଇ ଦିଆଯାଇଛି।
ଦଳ ବିରୋଧୀ କାର୍ଯ୍ୟକଳାପ ଓ ଆଦର୍ଶର ଉଲ୍ଲଂଘନ ଅଭିଯୋଗରେ ବିଦ୍ରୋହୀଙ୍କ ଉପରେ ଜେଡିୟୁ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଦା ହୋଇଥିବା ନେତାଙ୍କ ମଧ୍ୟରୁ ସବୁଠୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ନରେନ୍ଦ୍ର ନିରଜ ଓରଫ ଗୋପାଳ ମଣ୍ଡଳ। ଭାଗଲପୁର ଜିଲା ଗୋପାଳପୁର ନିର୍ବାଚନମଣ୍ଡଳୀର ବିଧାୟକ ନରେନ୍ଦ୍ର ଅନେକ ସମୟରେ ଭୁଲ୍‌ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ନରେନ୍ଦ୍ର ତାଙ୍କୁ ଦଳ ପକ୍ଷରୁ ୫ମ ଥର ପ୍ରାର୍ଥୀ କରାଯାଉ ନାହିଁ ବୋଲି ଜାଣିବା ପରେ ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦେଇଥିଲେ। ଏହି ଆସନରେ ଜେଡିୟୁ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ରୁ ଆସିଥିବା ବୁଲୋ ମଣ୍ଡଳଙ୍କୁ ଟିକେଟ ଦେବା ପରେ ନରେନ୍ଦ୍ର ତାଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି।
ସେହିପରି ପୂର୍ବତନ ଏମ୍‌ଏଲ୍‌ସି ସଞ୍ଜୀବ ଶ୍ୟାମ ସିଂଙ୍କୁ ମଧ୍ୟ ଜେଡିୟୁ ବିଦା କରିଛି। ସଞ୍ଜୀବ ଗୟା ଜିଲା ଗୁରୁଆ ଆସନରୁ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ହିମରାଜ ସିଂ କଟିହାର ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି। ପୂର୍ବତନ ବିଧାୟକ ମହେଶ୍ୱର ପ୍ରସାଦ ଯାଦବ(ଗୈହାଟ) ଓ ତାଙ୍କ ସମର୍ଥକ ପ୍ରଭାତ କିରନ ମଧ୍ୟ ଏଥର ଆଶାୟୀ ଥିଲେ। ଟିକେଟ ନ ମିଳିବାରୁ ସେମାନେ ବିଦ୍ରୋହୀ ସାଜିଲେ। ଏହା ପୂର୍ବରୁ ଜେଡିୟୁ ପୂର୍ବତନ ମନ୍ତ୍ରୀ ଶୈଳେଶ କୁମାର(ଜମାଲପୁର), ପୂର୍ବତନ ବିଧାୟକ ଶ୍ୟାମ ବାହାଦୁର ସିଂ, ପୂର୍ବତନ ଏମ୍‌ଏଲ୍‌ସି ସଞ୍ଜୟ ପ୍ରସାଦ ଓ ରଣବିଜୟ ସିଂଙ୍କ ବିରୋଧରେ ମଧ୍ୟ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଅନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଡଷ୍ଟବିନ୍‌କୁ ଯିବ ଓ୍ବକ୍‌ଫ ଆଇନ: ତେଜସ୍ବୀ

ବିହାରରେ ମହାମେଣ୍ଟ ସରକାର ଗଢ଼ିଲେ କେନ୍ଦ୍ରର ଓ୍ବକ୍‌ଫ (ସଂଶୋଧନ) ଆଇନକୁ ରଦ୍ଦ କରାଯିବ ବୋଲି ରବିବାର ବିରୋଧୀଙ୍କ ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ କହିଛନ୍ତି। ଆର୍‌ଜେଡି ନେତା ତେଜସ୍ବୀ ମୁସଲିମ୍‌ ବହୁଳ ଜିଲା କଟିହାରରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ଇଣ୍ଡିଆ ବ୍ଲକ୍‌ ଜିତିଲେ ଗତ ଏପ୍ରିଲରେ ପାର୍ଲାମେଣ୍ଟରେ ପାରିତ ଓ୍ବକ୍‌ଫ ଆଇନକୁ ଡଷ୍ଟବିନ୍‌କୁ ଫୋପାଡ଼ି ଦିଆଯିବ। ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କେବେହେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭଳି ସାମ୍ପ୍ରଦାୟିକ ଶକ୍ତି ସହ ସାଲିସ କରି ନ ଥିଲେ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଏବଂ ଏହାର ସହଯୋଗୀ ସଙ୍ଗଠନଗୁଡ଼ିକ ବିହାର ସମେତ ସାରା ଦେଶରେ ଘୃଣା ବିସ୍ତାର କରୁଛନ୍ତି। ଭାଜପା ଏକ ‘ଭାରତ ଜାଳ ପାର୍ଟି’। ଏହି ଦଳ କ୍ଷମତାକୁ ଆସିଲେ ସାମ୍ପ୍ରଦାୟିକ ଏଜେଣ୍ଡାଗୁଡ଼ିକ ଆହୁରି ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଇବ ବୋଲି ସେ ସମାଲୋଚନା କରିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?