ଚିଙ୍ଗୁଡି ଘେରି ଉଚ୍ଛେଦ ବନ୍ଦ

ମହାକାଳପଡ଼ା,୩୦।୭ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ବ୍ୟାପକ ଭାବେ ବ୍ୟବସାୟୀ ନିର୍ମାଣ କରିଛନ୍ତି। ଉପକୂଳ ଅଞ୍ଚଳର ସରକାରୀ ଜଙ୍ଗଲ ଜମିରେ ନିର୍ଭୟ ଭାବେ ଚିଙ୍ଗୁଡି ଚାଷ ହେଉଛି। ଚିଙ୍ଗୁଡି ଘେରି ନିର୍ମାଣ ଯୋଗୁ ଉପକୂଳବର୍ତ୍ତୀ ମୃତ୍ତିକା ଅବକ୍ଷୟ ଓ ଆର୍ଦ୍ରଭୂମି ପ୍ରତି ଘୋର ବିପଦ ସୃଷ୍ଟି ଦେଖାଦେବ। ଏହାଦ୍ୱାରା ଜଳ, ଜମି, ଜଙ୍ଗଲ ବ୍ୟାପକ ଭାବେ ପ୍ରଭାବିତ ହେଉଛି। ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ପୂର୍ବରୁ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘେରି ଉଚ୍ଛେଦ ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ରହିଛି। ନିର୍ଦ୍ଦେଶ ମିଳିବା ପରେ ଜିଲା ପ୍ରଶାସନ ପକ୍ଷରୁ ମହାକାଳପଡ଼ା ତହସିଲଦାର, ରାଜସ୍ବ, ବନବିଭାଗ, ମତ୍ସ୍ୟବିଭାଗ, ଜମ୍ବୁ ଓ ତନ୍ତିଆପାଳ ସାମୁଦ୍ରିକ ଥାନା ମିଳିତ ସହଯୋଗରେ ସୁନିତି ପଞ୍ଚାୟତର କେତେକ ଚିଙ୍ଗୁଡି ଘେରିକୁ ଏପ୍ରିଲରେ ଉଚ୍ଛେଦ ହୋଇଥିଲା। ସପ୍ତାହେ ପରେ ଘେରି ଉଚ୍ଛେଦକୁ ପ୍ରଶାସନ ବନ୍ଦ କରି ଦେଇଥିଲା। କେତେଜଣ ଘେରି ମାଲିକଙ୍କ ନଁାରେ ମାମଲା ରୁଜୁ ହୋଇଛି। କିନ୍ତୁ କିଛିଦିନ ପରେ ବ୍ୟବସାୟୀ ପୁଣି ଉଚ୍ଛେଦ ଘେରି ବନ୍ଧ ନିର୍ମାଣ କରି ଚିଙ୍ଗୁଡି ଚାଷ ଚଳାଇଛନ୍ତି। ଲୋକଦେଖଣିଆ ଘେରି ଉଚ୍ଛେଦକୁ ସାଧାରଣରେ ନାପସନ୍ଦ କରାଯାଉଛି।
ଘେରି ଉଚ୍ଛେଦରେ ଟାଳଟୁଳ ନୀତି ଜିଲା ପ୍ରଶାସନ କରୁଥିବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ହାଇକୋର୍ଟ ପୁଣି ଜିଲା ପ୍ରଶାସନକୁ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ବ୍ଲକର ବତିଘର, ଖରିନାସି, ରାମନଗର, ପେଟଚ୍ଛେଲା, ବଉଳକଣି, ଜମ୍ବୁ, ସୁନିତି, କଂସାର ବଡଦାଣ୍ଡୁଆ, ବଡିଢ଼ି, ନାଞ୍ଜୁରା ଆଦି ପଞ୍ଚାୟତରେ ବହୁ ସରକାରୀ ଓ ବେସରକାରୀ ଜମିରେ ବ୍ୟାପକ ପରିମାଣର ଚିଙ୍ଗୁଡି ଚାଷ ହେଉଛି। ଏହି ଚିଙ୍ଗୁଡି ଘେରିର ଉଦ୍‌ବୃତ୍ତ ରାସାୟନିକ ଜଳ ନଦୀ, ସମୁଦ୍ରରେ ପ୍ରବେଶ ଯୋଗୁ ଜନ, ମୀନ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଏହି ବିଷାକ୍ତ ଜଳ ନଦୀରେ ମିଶିବା ଦ୍ୱାରା ବଉଳା କୁମ୍ଭୀରଙ୍କ ବଂଶ ବିଲୁପ୍ତ ହେବା ଆଶଙ୍କା ରହିଛି ବୋଲି ପରିବେଶବିତ୍‌, ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡାଙ୍କୁ ପଚାରିବାରେ ବର୍ଷାଦିନ ଯୋଗୁ ଘେରି ଉଚ୍ଛେଦ ବନ୍ଦ ଅଛି। ତେବେ ୩୪ଜଣ ବେଆଇନ ଚିଙ୍ଗୁଡି ଚାଷୀଙ୍କ ନାମରେ ମାମଲା ରୁଜୁ ହୋଇଛି। ଆଗାମୀ ଦିନରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦକୁ ଜୋରଦାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri