ଚିଙ୍ଗୁଡି ଘେରି ଉଚ୍ଛେଦ ବନ୍ଦ

ମହାକାଳପଡ଼ା,୩୦।୭ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ବ୍ୟାପକ ଭାବେ ବ୍ୟବସାୟୀ ନିର୍ମାଣ କରିଛନ୍ତି। ଉପକୂଳ ଅଞ୍ଚଳର ସରକାରୀ ଜଙ୍ଗଲ ଜମିରେ ନିର୍ଭୟ ଭାବେ ଚିଙ୍ଗୁଡି ଚାଷ ହେଉଛି। ଚିଙ୍ଗୁଡି ଘେରି ନିର୍ମାଣ ଯୋଗୁ ଉପକୂଳବର୍ତ୍ତୀ ମୃତ୍ତିକା ଅବକ୍ଷୟ ଓ ଆର୍ଦ୍ରଭୂମି ପ୍ରତି ଘୋର ବିପଦ ସୃଷ୍ଟି ଦେଖାଦେବ। ଏହାଦ୍ୱାରା ଜଳ, ଜମି, ଜଙ୍ଗଲ ବ୍ୟାପକ ଭାବେ ପ୍ରଭାବିତ ହେଉଛି। ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ପୂର୍ବରୁ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘେରି ଉଚ୍ଛେଦ ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ରହିଛି। ନିର୍ଦ୍ଦେଶ ମିଳିବା ପରେ ଜିଲା ପ୍ରଶାସନ ପକ୍ଷରୁ ମହାକାଳପଡ଼ା ତହସିଲଦାର, ରାଜସ୍ବ, ବନବିଭାଗ, ମତ୍ସ୍ୟବିଭାଗ, ଜମ୍ବୁ ଓ ତନ୍ତିଆପାଳ ସାମୁଦ୍ରିକ ଥାନା ମିଳିତ ସହଯୋଗରେ ସୁନିତି ପଞ୍ଚାୟତର କେତେକ ଚିଙ୍ଗୁଡି ଘେରିକୁ ଏପ୍ରିଲରେ ଉଚ୍ଛେଦ ହୋଇଥିଲା। ସପ୍ତାହେ ପରେ ଘେରି ଉଚ୍ଛେଦକୁ ପ୍ରଶାସନ ବନ୍ଦ କରି ଦେଇଥିଲା। କେତେଜଣ ଘେରି ମାଲିକଙ୍କ ନଁାରେ ମାମଲା ରୁଜୁ ହୋଇଛି। କିନ୍ତୁ କିଛିଦିନ ପରେ ବ୍ୟବସାୟୀ ପୁଣି ଉଚ୍ଛେଦ ଘେରି ବନ୍ଧ ନିର୍ମାଣ କରି ଚିଙ୍ଗୁଡି ଚାଷ ଚଳାଇଛନ୍ତି। ଲୋକଦେଖଣିଆ ଘେରି ଉଚ୍ଛେଦକୁ ସାଧାରଣରେ ନାପସନ୍ଦ କରାଯାଉଛି।
ଘେରି ଉଚ୍ଛେଦରେ ଟାଳଟୁଳ ନୀତି ଜିଲା ପ୍ରଶାସନ କରୁଥିବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ହାଇକୋର୍ଟ ପୁଣି ଜିଲା ପ୍ରଶାସନକୁ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ବ୍ଲକର ବତିଘର, ଖରିନାସି, ରାମନଗର, ପେଟଚ୍ଛେଲା, ବଉଳକଣି, ଜମ୍ବୁ, ସୁନିତି, କଂସାର ବଡଦାଣ୍ଡୁଆ, ବଡିଢ଼ି, ନାଞ୍ଜୁରା ଆଦି ପଞ୍ଚାୟତରେ ବହୁ ସରକାରୀ ଓ ବେସରକାରୀ ଜମିରେ ବ୍ୟାପକ ପରିମାଣର ଚିଙ୍ଗୁଡି ଚାଷ ହେଉଛି। ଏହି ଚିଙ୍ଗୁଡି ଘେରିର ଉଦ୍‌ବୃତ୍ତ ରାସାୟନିକ ଜଳ ନଦୀ, ସମୁଦ୍ରରେ ପ୍ରବେଶ ଯୋଗୁ ଜନ, ମୀନ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଏହି ବିଷାକ୍ତ ଜଳ ନଦୀରେ ମିଶିବା ଦ୍ୱାରା ବଉଳା କୁମ୍ଭୀରଙ୍କ ବଂଶ ବିଲୁପ୍ତ ହେବା ଆଶଙ୍କା ରହିଛି ବୋଲି ପରିବେଶବିତ୍‌, ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡାଙ୍କୁ ପଚାରିବାରେ ବର୍ଷାଦିନ ଯୋଗୁ ଘେରି ଉଚ୍ଛେଦ ବନ୍ଦ ଅଛି। ତେବେ ୩୪ଜଣ ବେଆଇନ ଚିଙ୍ଗୁଡି ଚାଷୀଙ୍କ ନାମରେ ମାମଲା ରୁଜୁ ହୋଇଛି। ଆଗାମୀ ଦିନରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦକୁ ଜୋରଦାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମୀଣ ଆବାସ ଯୋଜନାରେ ଦୁର୍ନୀତି: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କଲେ ଜିଲାପାଳ

ଢେଙ୍କାନାଳ ଅଫିସ,୨୩।୨: ଢେଙ୍କାନାଳ ଜିଲା ସଦର ବ୍ଲକ ଭାଲିଆବୋଲ କାଟେଣି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ନିର୍ବାହୀ ଅଧିକାରୀ ସୁନୀଲ କୁମାର...

ଜାତୀୟ ସ୍କୋଏ ମାର୍ଶଲ ଆର୍ଟ: ଅନୁଗୋଳକୁ ୨ ପଦକ

ଅନୁଗୋଳ ଅଫିସ, ୧୨।୭-ଷଷ୍ଠ ତମ ଜାତୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା କଶ୍ମୀର ପହଲ ଗ୍ରାମ ଠାରେ ଜୁନ୍‌ ୧୬ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ...

ଝୁଲନ୍ତା ଅବସ୍ଥାରେ ଯୁବତୀ, ଯୁବକଙ୍କ ମୃତଦେହ ଉଦ୍ଧାର

ଜୟପୁର,୧୭।୧୧(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ କୁନ୍ଦ୍ରଗୁଡ଼ା ନିକଟସ୍ଥ କାଜୁମିଲ୍‌ ପଛପଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀ ଓ ଯୁବକଙ୍କ ମୃତଦେହ ଉଦ୍ଧାର...

ନିର୍ମାଣ ଶ୍ରମିକଙ୍କୁ ମିଳିନି ସହାୟତା

ଫୁଲବାଣୀ ଅଫିସ,୧୯ା୪-କରୋନା ଲକ୍‌ଡାଉନ୍‌ରେ ଫୁଲବାଣୀ ସହରର ଅନେକ ନିର୍ମାଣ ଶ୍ରମିକ ସରକାରଙ୍କ ଘୋଷିତ ୧୫ଶହ ଟଙ୍କା ସହାୟତା ଅର୍ଥ ପାଇ ନ ଥିବା ଅଭିଯୋଗ କରି...

ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା: ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ତଦନ୍ତ

ସୋରଡ଼ା,୨୧ା୧(ଡି.ଏନ୍‌.ଏ.)- ବଡ଼ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟାର ପ୍ରତିକାର ନେଇ ସରପଞ୍ଚ ସାରଦା ସବର ଜିଲା ସିଡିଏମ୍‌ଓଙ୍କ ପାଖକୁ ଏକ ଅଭିଯୋଗ ପତ୍ର ଲେଖିଥିଲେ।...

ମଦ ଧରପଗଡବେଳେ ପୋଲିସକୁ ଟାଙ୍ଗିଆରେ ଆକ୍ରମଣ, ଦମ୍ପତି ଗିରଫ

ପାଟପୁର,୫ା୭- ମଦ ଧରଗପଡରେ ଯାଇଥିବା ପାଟପୁର ଥାନା ଏସ୍‌ଆଇ ଶୁଭ୍ରଜିତ୍‌ ସାମନ୍ତରାଙ୍କୁ ଶୁକ୍ରବାର ରାତିରେ ଜନୈକ ଦମ୍ପତି ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏନେଇ ଏସ୍‌ଆଇ ସାମନ୍ତରାଙ୍କ...

ବନ ବିଭାଗ ଶୋଇଛି, ପ୍ରତିଦିନ ଚାଲିଛି ଗଛକଟା

ନୂଆଗାଁ,୨୯।୯ (ଡି.ଏନ.ଏ.)-ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଅଧିନରେ ଥିବା ଜଙ୍ଗଲରୁ ବାରମ୍ବାର ଶାଳ କାଠ ଚୋରି ହେଉଥିଲେ ମଧ୍ୟ ବନ ବିଭାଗ ନୀରବଦ୍ରଷ୍ଟା ସାଜିଛି ।...

ବଢୁଛନ୍ତି ଅହିରାଜ, ଅଜଗର

ଢେଙ୍କାନାଳ ଅଫିସ, ୧୦।୮: ଢେଙ୍କାନାଳର ପ୍ରାକୃତିକ ପରିବେଶ ସର୍ପବଂଶ ବୃଦ୍ଧିରେ ସହାୟକ ହୋଇଛି। ଏଠାକାର ସଂରକ୍ଷିତ ଜଙ୍ଗଲ, ପାହାଡ଼ ଖୋଲ ସାପଙ୍କ ସୁରକ୍ଷିତ ଆବାସସ୍ଥଳୀ ପାଲଟିଛି।...

Advertisement
Archives

Model This Week