ବିଏମ୍‌ସିର ଘୋଷଣା: ଭୁବନେଶ୍ୱର ଖୋଲା ମଳମୁକ୍ତ ସହର

ଭୁବନେଶ୍ୱର, ୪ା୧(ବ୍ୟୁରୋ):  ଭୁବନେଶ୍ୱରରେ ବର୍ତ୍ତମାନ ୨୨୬ଟି ଶୌଚାଳୟ କାର୍ଯ୍ୟରତ ଥିବାବେଳେ ଏଥିରେ ୧୬୯୮ଟି ସିଟ୍‌ରେ ଲୋକେ ଶୌଚ କରୁଛନ୍ତି। ସାମୂହିକ, ଗୋଷ୍ଠୀ, ଇ-ଟଏଲେଟ୍‌ ଓ ପେଟ୍ରୋଲପମ୍ପ ଆଦିରେ ଏହି ଶୌଚାଳୟଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି। ମାର୍ଚ୍ଚ ଶେଷ ସୁଦ୍ଧା ଭୁବନେଶ୍ୱରର ୨୦ଟି ମୁଖ୍ୟ ସ୍ଥାନରେ ପରିସ୍ରାଗାରର ନିର୍ମାଣ କରାଯିବ। ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରକୁ ଖୋଲା ମଳମୁକ୍ତ (ଓପନ ଡେଫିକେସନ୍‌ ଫ୍ରି/ଓଡିଏଫ୍‌++) ସହର ଭାବେ ଘୋଷଣା କରାଯାଇଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ଶୁକ୍ରବାର ବିଏମ୍‌ସି ମୁଖ୍ୟାଳୟରେ ଅନୁଷ୍ଠିତ ଆତ୍ମଘୋଷଣା ଉତ୍ସବରେ କମିଶନର ଚୌଧାରୀ କହିଥିଲେ, ଭୁବନେଶ୍ୱରକୁ ଲୋକେ ମନ୍ଦିରମାଳିନୀ ସହର ଅଥବା ଦେଶର ୧ ନମ୍ବର ସ୍ମାର୍ଟ ସିଟି ଭାବେ ଜାଣିଛନ୍ତି। ହେଲେ ଏବେ ଭୁବନେଶ୍ୱରକୁ ସ୍ବଚ୍ଛ ସହର ଭାବେ ପରିଗଣିତ କରିବାର ସମୟ ଆସିଛି। ସହରକୁ ପରିଚ୍ଛନ୍ନ ଏବଂ ସବୁଜିମାରେ ପରିଣତ କରିବା ପାଇଁ ବିଏମ୍‌ସି ଗୋ-ଗ୍ରୀନ୍‌ ଅଭିଯାନ ଆରମ୍ଭ କରିଛି। ଉପହାରରେ ଚାରା, ପୁସ୍ତକ ଦେବା ସହ ପ୍ଲାଷ୍ଟିକ୍‌ ବ୍ୟବହାର ହ୍ରାସ କରିବା ପାଇଁ ସେ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। ଉତ୍ସବରେ ବିଏମ୍‌ସି ପ୍ରଶାସକ ତଥା ରାଜ୍ୟ ମହାନଗର ନିଗମ ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ଯୋଗଦେଇ କହିଥିଲେ, ଭୁବନେଶ୍ୱର ଏବେ ଓଡ଼ିଏଫ୍‌++ ସହର ଭାବେ ପରିଗଣିତ ହୋଇଛି। ଏହା ପରେ ଏବେ ତୃତୀୟ ପକ୍ଷଙ୍କ ଦ୍ୱାରା ଏହାର ସ୍ଥିତି ପରଖିବା ଅଥବା ସମୀକ୍ଷା କରିବା ପାଇଁ ପ୍ରକ୍ରିୟା ଜାରି ରହିବ। ଓଡ଼ିଏଫ୍‌++ ପରେ ପରେ ଏବେ ବିଏମ୍‌ସି ଗାର୍ବେଜ୍‌ ଫ୍ରି ସିଟି (ଜିଏଫସି) ଭାବେ ଭୁବନେଶ୍ୱରକୁ ଗଢି ତୋଳିବା ପାଇଁ ନଗର ଉନ୍ନୟନ ବିଭାଗ ପରାମର୍ଶ ଦେଇଛି। ଯାହାକି ଆଗକୁ ଏକ ବଡ଼ ବେଞ୍ଚମାର୍କ ହୋଇ ସାମ୍ନାକୁ ଆସିବ। ଜିଏଫ୍‌ସି ସହର ଭାବେ ଦେଶର ୪ହଜାର ୮୩୦ଟି ସହରକୁ ନେଇ ସର୍ଭେ କରାଯିବ। ୭ଟି ଷ୍ଟାର୍‌ ପାଇଥିବା ସହରଗୁଡ଼ିକୁ ହିଁ ଉକ୍ତ ସର୍ଭେରେ ସ୍ଥାନିତ କରାଯିବ। ତେଣୁ ବିଏମ୍‌ସି ଭୁବନେଶ୍ୱରକୁ ଜିଏଫ୍‌ସି ସହର ଭାବେ ଗଢ଼ିତୋଳିବା ଉଚିତ୍‌ ବୋଲି ସେ କହିଥିଲେ। ଏଥିସହ ଆଗକୁ ହେବାକୁ ଥିବା ସ୍ବଚ୍ଛ ସର୍ବେକ୍ଷଣରେ ପରିମଳ ବ୍ୟବସ୍ଥା ସୁଧାରି ଭଲ ପ୍ରଦର୍ଶନ କରିବାକୁ ନାୟକ ପରାମର୍ଶ ଦେଇଥିଲେ।
ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ, ଅବନୀ ପଟ୍ଟନାୟକ, ଡେପୁଟି କମିଶନର ଶୁଭେନ୍ଦୁ ସାହୁ, ଶ୍ରୀମନ୍ତ ମିଶ୍ର, ଶ୍ୟାମସୁନ୍ଦର ସେଠୀ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ପାଖ ୧୦୦ମିଟର ନିଷିଦ୍ଧାଞ୍ଚଳ, ନ୍ୟାଶନାଲ ମନୁମେଣ୍ଟର ପ୍ରସ୍ତାବିତ ବାଇ-ଲ ପ୍ରକାଶ

ପୁରୀ ଅଫିସ,୭।୨: ନ୍ୟାଶନାଲ୍‌ ମନୁମେଣ୍ଟ ଆକ୍ଟ(ଏନ୍‌ଏମ୍‌ଏ) ଅନୁସାରେ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରସ୍ତୁତ କରାଯାଇଛି। ଏଥିରେ ଶ୍ରୀମନ୍ଦିର ଐତିହ୍ୟ ସଂକ୍ରାନ୍ତ ଚିଠା ସର୍ବସାଧାରଣଙ୍କ ଅବଗତି...

କଂଗ୍ରେସ ଭବନରେ ଇତିଶଙ୍କ ଧାରଣା

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟ କଂଗ୍ରେସ ଭବନରେ ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟିକୁ ନେଇ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ ପ୍ରଧାନ ଶୁକ୍ରବାର ଧାରଣାରେ ବସିଛନ୍ତି।...

ପ୍ରଥମଥର ପାଇଁ ସ୍ବାଭିମାନ ଅଞ୍ଚଳବାସୀ ପାଇଲେ ମୋବାଇଲ ସେବା

ଚିତ୍ରକୋଣ୍ଡା,୭ା୯(ଡି.ଏନ୍‌.ଏ.): ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୮ଟି ପଞ୍ଚାୟତ ଯଥା ଯୋଡ଼ାମ୍ବ, ପଣସପୁଟ, ଅଣ୍ଡିରାପାଲି, ଯନ୍ତ୍ରୀ, ଗାଜୁଲୁମାମୁଡି, ରାଲେଗା ଧୂଳିପୁଟ ଓ...

୫ ବର୍ଷରେ ୫% ଦାରିଦ୍ର୍ୟ ହ୍ରାସ ଲକ୍ଷ୍ୟ

ଭୁବନେଶ୍ୱର, ୨୬ା୬(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ବିଧାନସଭାରେ ଅଭିଭାଷଣ ଦେଇ ଏକ ନୂତନ, ସଶକ୍ତ ଓଡ଼ିଶା ଗଠନର ଆହ୍ବାନ ଦେଇଛନ୍ତି। ଏଥିସହିତ ରାଜ୍ୟ...

ରାଜ୍ୟରେ ବେକାବୁ କରୋନା: ଆଜି ଚିହ୍ନଟ ହେଲେ ୩୮୧୦ ଆକ୍ରାନ୍ତ, କେବଳ ଖୋର୍ଦ୍ଧାରୁ ୭୯୭

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟରେ ଆଉ ୩୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୨୮୬ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୫୨୪ ଲୋକାଲ କଣ୍ଟାକ୍ଟ ରହିଛି। ଏହାକୁ ମିଶାଇ...

ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ: ମନୋବଳ ଆଗରେ ହାର ମାନିଛି ଅକ୍ଷମତା

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ୩୧ ବର୍ଷୀୟ ମିଥିଲେଶ୍‌ ପଟ୍ଟନାୟକ। ଓଡ଼ିଶୀ ନୃତ୍ୟ ଜଗତର ଜଣେ ପରିଚିତ ଚେହେରା। ଅନ୍ୟମାନଙ୍କ ଭଳି ଶାରୀରିକ ଓ ମାନସିକଭାବେ ସେ ସାଧାରଣ ନୁହନ୍ତି।...

ଦେହ ଦଲାଲଙ୍କ ନଜରରେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୩ା୩(ବ୍ୟୁରୋ):ବାଂଲାଦେଶୀ ସେକ୍ସ ର଼୍ୟାକେଟର କିଙ୍ଗ୍‌ପିନ୍‌ ଅଞ୍ଜଳି ଦିଦି ଓ ତାଙ୍କ ସ୍ବାମୀ ଇବ୍ରାହିମ୍‌ ଗିରଫ ହେବାପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ତାଙ୍କ ଲିଙ୍କ୍‌ରେ ଥିବା ଦଲାଲ, ଏଜେଣ୍ଟ,...

ନାବାଳିକାଙ୍କ ବିବାହ ବନ୍ଦ କଲା ପୋଲିସ

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର, ୨୧।୧୧ (ଡି.ଏନ.ଏ/ସ୍ବ.ପ୍ର): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଲଙ୍ଗୁଳି ମଠ ପରିସରରେ ବୁଧବାର ନାବାଳିକାଙ୍କ ବିବାହ ଆୟୋଜନ ଚାଲିଥିଲା। ଖବରପାଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ...

Advertisement


Archives

Model This Week

Why Dharitri