ଜୁଆ ଆଡ୍ଡାରେ ଚଢ଼ାଉ: ୧୫୨ ଗିରଫ, ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ

ଛତ୍ରପୁର,(ଡି.ଏନ୍‌.ଏ.)/ବ୍ରହ୍ମପୁର ଅଫିସ,୭ା୧୦-କୁମାର ପୂର୍ଣ୍ଣିମା ପୂର୍ବରୁ ଗଞ୍ଜାମ ଜିଲାରେ ଏକାଧିକ ସ୍ଥାନରେ ଜୁଆଖେଳ ଚାଲିଛି। ପୋଲିସ ଜୁଆ ଆଡ୍ଡାରେ ଚଢ଼ାଉ କରି ପରମ୍ପରାର ଦ୍ୱାହି ଦେଇ ଏହି ବେଆଇନ ଖେଳରେ ମାତିଥିବା ଲୋକଙ୍କୁ ଧରୁଛି। ଗତ ୨୪ ଘଣ୍ଟାରେ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ଼ାରେ ଚଢ଼ାଉ କରି ମୋଟ ୧୫୨ ଜଣଙ୍କୁ ଗିରଫ କରିଛି। ସେଥିମଧ୍ୟରେ ଗଞ୍ଜାମ ପୋଲିସ ଜିଲାରୁ ୧୧୨ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କଠାରୁ ୨ ଲକ୍ଷ ୯୭ ହଜାର ୨୭୫ ଟଙ୍କା ଓ ୮ ଟି ମୋବାଇଲ ଜବତ କରାଯାଇଥିବା ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି।
ସେହିପରି ବ୍ରହ୍ମପୁର ପୋଲିସ ଜିଲା ଅଧୀନ ୪ଟି ଥାନା ଅଞ୍ଚଳରୁ ୫୦ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧ଲକ୍ଷ ୭୨ ହଜାର ୬୧୦ ଟଙ୍କା ଓ ୪୦ଟି ମୋବାଇଲ ଫୋନ୍‌ ଜବତ ହୋଇଥିବା ନେଇ ବ୍ରହ୍ମପୁର ଏସ୍‌ପି ଡା. ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି। ଆଗକୁ କୁମାର ପୂର୍ଣ୍ଣିମା ଓ ଦୀପାବଳୀ ଥିବାରୁ ଏହି ସ୍ପେଶାଲ ଡ୍ରାଇଭ୍‌ ଜାରି ରହିବ ବୋଲି କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ସନ୍ଦେହଜନକ ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର; ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଖଟରେ ସ୍ବାମୀ…

ଖଡ଼ିଆଳ,୧୩।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖନତରାଇ ଗ୍ରାମନିବାସୀ ସ୍ୱାମୀ ସ୍ତ୍ରୀ ଦୀର୍ଘଦିନ ହେବ ଭିମାଖୋଲ ଛକରେ ରହୁଥିଲେ । ଦୁହେଁ ହସଖୁସିରେ…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?