ବନ୍ଦେ ମାତରମ୍‌ର ୧୫୦ ତମ ପୂର୍ତ୍ତି ମହୋତ୍ସବ

ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଶୁକ୍ରବାର ଭାରତ ସ୍କାଉଟ୍‌ ଆଣ୍ଡ୍‌ ଗାଇଡର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ଛାତ୍ରୀଛାତ୍ର ସକାଳେ ଏକ ରାଲିରେ ବାହାରି ନଗର ପରିକ୍ରମା କରିଥିଲେ। ରାଲିକୁ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ହଲାଇ ରାଲିର ଶୁଭାରମ୍ଭ କରିଥିଲେ। ଏହାପରେ ବିଦ୍ୟାଳୟ ପରିସରରେ ଭାରତ ସ୍କାଉଟ ଆଣ୍ଡ୍‌ ଗାଇଡ୍‌ର ପ୍ରତିଷ୍ଠା ଦିବସ ପାଳନ ସହ ରାଷ୍ଟ୍ର ଆରାଧନା ଓ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ମହୋତ୍ସବ ଅବସରରେ ଏକ ସଭା ହୋଇଥିଲା। ଏଥିରେ ଅଧ୍ୟକ୍ଷ କମାନୁ ସଭାପତିତ୍ୱ କରିଥିଲେ।

ସେହିଭଳି ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଆଜି ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି ମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଦିବସ ସମ୍ପର୍କରେ କହିଥିଲେ। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ ରଥ, ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ, ଅଧ୍ୟାପକ ରଜତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜାତୀୟ ସେବା ଯୋଜନା , ଯୁବ ରେଡକ୍ରସ ଏବଂ ଏନ ସି ସି ଆର୍ମି ଓ୍ବିଙ୍ଗ୍‌ ଓ ନାଭାଲ ଓ୍ବିଙ୍ଗ୍‌ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଜାତୀୟ ସେବା ଯୋଜନା ଶାଖା ଏକ ଅଧିକାରୀ ବି ପ୍ରଧାନ, ଶାଖା ଦୁଇ ଅଧିକାରିଣୀ ସସ୍ମିତା ଦାସ, ଯୁବ ରେଡକ୍ରସ ଅଧିକାରୀ ବିଦେଶୀ ରାଉତ, ଏନ ସି ସି ଆର୍ମି ଓ୍ବିଙ୍ଗ୍‌ ଜେଟିଓ ଅର୍ପଣ ପ୍ରଧାନ, ନାଭାଲ ଓ୍ବିଙ୍ଗ ଜେଟିଓ ବିଭୂତି ଗୌଡ, ଅଧ୍ୟାପକ ଦୁର୍ଗା ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?