୩ ପଞ୍ଚାୟତର ୧୫ ଗାଁ ପାଣି ଘେରରେ

ଖୋର୍ଦ୍ଧା ଅଫିସ,୨୭ା୮: ଲଗାଣ ବର୍ଷା ସହ ହୀରାକୁଦ ଜଳ ରାଜୁଆ ନଦୀରେ ପ୍ରବେଶ କରିବା ପରେ ବନ୍ୟା ଆସିଛି। ଫଳରେ ଖୋର୍ଦ୍ଧା ବ୍ଲକ୍‌ର ୩ ପଞ୍ଚାୟତରେ ବନ୍ୟା ପାଣି ପ୍ରବେଶ କରି ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରିଛି। ଶହଶହ ଏକର ଚାଷଜମି ବୁଡି ରହିଛି। ଓରବରସିଂ ପଞ୍ଚାୟତର ହିରିମୂଳ, ଢିହଖାଲ, ଲେଖନପୁର, ବାଲିକୁଦା, ଦୁର୍ଗାପୁର, ମଶାଣିଆ, କୃଷ୍ଣପୁର, ନରଣଗଡ ପଞ୍ଚାୟତର ମାନପୁର, ଓରମି, ବଳପୁର, ଧବଳପୁର, କୁରୁମପଡା, ନରଣଗଡ ଏବଂ ବ୍ରଜମୋହନପୁର ପଞ୍ଚାୟତର ଶରଧାପୁର ଓ ଶଢେଇଘର ଆଦି ଗାଁ ବନ୍ୟା ପାଣି ଘରେ ରହିଛି।
ବୁଧବାର ଅତିରିକ୍ତ ଜିଲାପାଳ ଅନୁଜ ଦାସ ପଟ୍ଟନାୟକ, ଖୋର୍ଦ୍ଧା ତହସିଲଦାର ପଦ୍ମଲୋଚନ ସାହୁ ଓ ସ୍ଥାନୀୟ ଆର୍‌ଆଇ ପ୍ରମୁଖ ଓରବରସିଂ ପଞ୍ଚାୟତରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଲୋକେ କିପରି ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ତାହା ଦେଖିଛନ୍ତି। ଢିହଖାଲର ରାକେଶ ବଳିୟାରସିଂ କୁହନ୍ତି, ଗାଁରେ ୩ଫୁଟର ଉଚ୍ଚର ପାଣି ଚାଲିଥିବାବେଳେ ଚାଷଜମିରେ ୫ଫୁଟ ଉପରେ ପାଣି ରହିଛି। ଗତ ଜୁନ ଓ ଜୁଲାଇରେ ସ୍ବଳ୍ପ ବୃଷ୍ଟି ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଲଘୁଚାପ ବର୍ଷାରେ ଚାଷୀ ଆଶ୍ବସ୍ତି ଅନୁଭବ କରୁଥିବା ସମୟରେ ବନ୍ୟା ସ୍ଥିତି ଯୋଗୁ ଖରିଫ ଚାଷ ଭଲ ଅମଳ ଆଶା ରଖିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ହିରିମୂଳ ଗ୍ରାମର ରଞ୍ଜନା ମଙ୍ଗରାଜ କୁହନ୍ତି, ଚୁଲିରେ ପାଣି ପଶିଛି। ଗତ ସପ୍ତାହ ହେଲାଣି ଚୁଲି ଜଳୁ ନ ଥିବାରୁ ଶୁଖିଲା ଖାଦ୍ୟଖାଇ ଦିନ ବିତାଉଛନ୍ତି। ରଞ୍ଜନାଙ୍କ ଭଳି ଅନେକ ପରିବାର ବନ୍ୟା ଜଳ ଘେରରେ ରହି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ଗ୍ରାମ ଚାରିପଟେ ପାଣି ଜମି ରହିଛି। କେତେକ ସ୍ଥାନରେ ରାସ୍ତାରେ ମଧ୍ୟ ପାଣି ଚାଲୁଛି। ଫଳରେ ଗ୍ରାମବାସୀ ଯାତାୟାତ ସମସ୍ୟା ଭୋଗୁଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ସହାୟତା ମିଳି ନ ଥିବା ଗ୍ରାମବାସୀ ଅଭିଯୋଗ କହିଛନ୍ତି। ଆଉ କେତେଜଣ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ପ୍ରତିବର୍ଷ ରାଜୁଆ ନଦୀରେ ବନ୍ୟା ଆସି ଗାଁ, ବିଲରେ ପଶୁଛି। ବହୁଦିନ ଧରି ସେମାନେ ଜଳଘେରରେ ରହୁନ୍ତି। ନଦୀବନ୍ଧ ନ ଥିବାରୁ ଏ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ରାଜୁଆ ନଦୀରେ ବନ୍ଧ ନିର୍ମାଣ ଲାଗି ସେମାନେ ଦାବି କରିଛନ୍ତି। ଏନେଇ ତହସିଲଦାର ପଦ୍ମଲୋଚନ ସାହୁ କୁହନ୍ତି, ସ୍ଥିତି ବୁଲି ଦେଖିଲୁ। ଆବଶ୍ୟକ ପଡ଼ିଲେ ବିପନ୍ନଙ୍କୁ ସ୍ଥାନାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri