୧୫% ୟୁକ୍ରେନ୍‌ରେ ରୁଷିଆ ଆଧିପତ୍ୟ

ମସ୍କୋ/କିଭ୍‌/ଓ୍ବାଶିଂଟନ୍‌, ୧।୧୦: ସାତମାସ ତଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆରମ୍ଭ କରିଥିବା ତଥାକଥିତ ସ୍ବତନ୍ତ୍ର ସାମରିକ ଅଭିଯାନର ଉଦ୍ଦେଶ୍ୟ ଆଂଶିକ ସଫଳ ହୋଇଛି। ଏହି ଅବଧି ମଧ୍ୟରେ ରୁଷୀୟ ସୈନ୍ୟ ଦଖଲ କରିଥିବା ୟୁକ୍ରେନ୍‌ର ୪ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ପୁଟିନ୍‌ ଶୁକ୍ରବାର ସ୍ବାଧୀନ ଘୋଷଣା କରିବା ସହ ନିଜ ଦେଶରେ ମିଶ୍ରଣ କରିଛନ୍ତି। ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ପୁଟିନ୍‌ଙ୍କ ଏହି ଦୁଃସାହସିକ ପଦକ୍ଷେପ ପରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ସାମରିକ ମେଣ୍ଟ ସଦସ୍ୟତା ପାଇଁ ଆବେଦନ କରିଛନ୍ତି। ଇତିମଧ୍ୟରେ ଶକ୍ତିଶାଳୀ ଆମେରିକା ମସ୍କୋ ଉପରେ ଆଉ କେତେକ କଠୋର କଟକଣା ଜାରି କରିଛି। ୨ ମହାଶକ୍ତି ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଆଗକୁ ବିଶ୍ୱ ପାଇଁ ଅଧିକ ବିପଜ୍ଜନକ ସ୍ଥିତି ଉପୁଯାଇପାରେ ବୋଲି ଆଶଙ୍କା କରାଯାଉଛି।
ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ବେଆଇନ ଭାବେ ଦଖଲ କରିଥିବା ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆ ଅଞ୍ଚଳ ଏବେ ରୁଷୀୟ ମହାସଂଘର ଅଙ୍ଗ ପାଲଟିଛି। ଅନ୍ତର୍ଜାତୀୟ ଆଇନକୁ ଅବଜ୍ଞା କରି ପୁଟିନ୍‌ ଏହି ୪ ଅଞ୍ଚଳକୁ ନିଜ ଦେଶ ସହ ମିଶ୍ରଣ କରାଇବା ସକାଶେ ସେଣ୍ଟଜର୍ଜ ହଲ୍‌ରେ ଏକ ଦସ୍ତାବିଜ୍‌ରେ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ନୂଆ କରି ସାମିଲ ହୋଇଥିବା ୟୁକ୍ରେନୀୟ ଅଞ୍ଚଳ ସବୁଦିନ ପାଇଁ ରୁଷିଆର ହୋଇଗଲା। ଅର୍ଥାତ୍‌ ଜେଲେନ୍‌ସ୍କି କିମ୍ବା ୟୁକ୍ରେନ୍‌ର କୌଣସି ପରବର୍ତ୍ତୀ ରାଷ୍ଟ୍ରପତି ଭବିଷ୍ୟତରେ ଏହାକୁ ପୁନଃ ଦଖଲ ଉଦ୍ୟମ କଲେ ବି ଫେରାଇନେଇ ପାରିବେ ନାହିଁ। ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆକୁ ଯଥାସାଧ୍ୟ ସୁରକ୍ଷା ଦିଆଯିବ। କ୍ରେମଲିନ୍‌ର ସାଇନିଂ ସେରେମନିରେ ସେ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ବିରୋଧରେ ରୁଷିଆକୁ ଧ୍ୱସ୍ତବିଧ୍ୱସ୍ତ କରିବା ନେଇ ଷଡ଼ଯନ୍ତ୍ର ରଚନାର ଅଭିଯୋଗ ଆଣିଛନ୍ତି। ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ଦୁଃସାହସ କଲେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି ପୁଟିନ୍‌ ବହୁବାର ଧମକ ଦେଇଛନ୍ତି। ପୁଟିନ୍‌ଙ୍କ ବିସ୍ତାରବାଦୀ ନୀତିକୁ ଜେଲେନ୍‌ସ୍କି କଡ଼ା ଭାଷାରେ ନିନ୍ଦା କରିଛନ୍ତି। ରୁଷିଆ ଏକ ଆତଙ୍କବାଦୀ ରାଷ୍ଟ୍ରରେ ପରିଣତ ହୋଇଥିବା ସେ କହିଛନ୍ତି। ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆରେ ୫ ଦିନ ଧରି ଚାଲିଥିବା ଗଣଭୋଟ ମଙ୍ଗଳବାର ଶେଷ ହେବା ପରେ ୟୁକ୍ରେନ୍‌ର ଏହି ୧୫% ଅଞ୍ଚଳଗୁଡ଼ିକ ଉପରେ ମସ୍କୋର ଆଧିପତ୍ୟ ଆରମ୍ଭ ହୋଇଛି। ପୁଟିନ୍‌ଙ୍କ ଏହି ପଦକ୍ଷେପକୁ ବିଶ୍ୱ ସମୁଦାୟ ବିଶେଷକରି ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସମାଲୋଚନା କରିଛନ୍ତି। ପ୍ରକାଶ ଯେ, ୨୦୧୪ରେ ମଧ୍ୟ କ୍ରିମିଆ ଦଖଲ ପୂର୍ବରୁ ମସ୍କୋ ସେଠାରେ ଗଣଭୋଟ କରାଇ ନିଜ ସପକ୍ଷରେ ଜନମତକୁ ଟାଣି ନେଇଥିଲା। ୟୁକ୍ରେନ୍‌ର ୧୫ ଭାଗ ଅଞ୍ଚଳ ଦଖଲ ପରେ କ୍ଷୁବ୍ଧ ଆମେରିକା ରୁଷିଆର ହଜାରେରୁ ଊର୍ଦ୍ଧ୍ୱ ସାମରିକ ଅଧିକାରୀ ଓ ଆଇନ ପ୍ରଣେତାଙ୍କ ସମେତ ଅନେକ କମ୍ପାନୀ ଉପରେ କଟକଣା ଜାରି କରିଛି। କ୍ରେମ୍‌ଲିନ୍‌ ପକ୍ଷରୁ ଏହି ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ରୁଷୀୟ ସୈନ୍ୟମାନେ ଜାପୋରିଝିଆକୁ ଟାର୍ଗେଟ କରି ମିଶାଇଲ, ରକେଟ ଓ ଆମତ୍ଘାତୀ ଡ୍ରୋନ୍‌ ଜରିଆରେ ଆକ୍ରମଣ କରିଛନ୍ତି। ଏଥିରେ ୨୫ ଜଣ ନିହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri