୧୫% ୟୁକ୍ରେନ୍‌ରେ ରୁଷିଆ ଆଧିପତ୍ୟ

ମସ୍କୋ/କିଭ୍‌/ଓ୍ବାଶିଂଟନ୍‌, ୧।୧୦: ସାତମାସ ତଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆରମ୍ଭ କରିଥିବା ତଥାକଥିତ ସ୍ବତନ୍ତ୍ର ସାମରିକ ଅଭିଯାନର ଉଦ୍ଦେଶ୍ୟ ଆଂଶିକ ସଫଳ ହୋଇଛି। ଏହି ଅବଧି ମଧ୍ୟରେ ରୁଷୀୟ ସୈନ୍ୟ ଦଖଲ କରିଥିବା ୟୁକ୍ରେନ୍‌ର ୪ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ପୁଟିନ୍‌ ଶୁକ୍ରବାର ସ୍ବାଧୀନ ଘୋଷଣା କରିବା ସହ ନିଜ ଦେଶରେ ମିଶ୍ରଣ କରିଛନ୍ତି। ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ପୁଟିନ୍‌ଙ୍କ ଏହି ଦୁଃସାହସିକ ପଦକ୍ଷେପ ପରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ସାମରିକ ମେଣ୍ଟ ସଦସ୍ୟତା ପାଇଁ ଆବେଦନ କରିଛନ୍ତି। ଇତିମଧ୍ୟରେ ଶକ୍ତିଶାଳୀ ଆମେରିକା ମସ୍କୋ ଉପରେ ଆଉ କେତେକ କଠୋର କଟକଣା ଜାରି କରିଛି। ୨ ମହାଶକ୍ତି ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଆଗକୁ ବିଶ୍ୱ ପାଇଁ ଅଧିକ ବିପଜ୍ଜନକ ସ୍ଥିତି ଉପୁଯାଇପାରେ ବୋଲି ଆଶଙ୍କା କରାଯାଉଛି।
ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ବେଆଇନ ଭାବେ ଦଖଲ କରିଥିବା ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆ ଅଞ୍ଚଳ ଏବେ ରୁଷୀୟ ମହାସଂଘର ଅଙ୍ଗ ପାଲଟିଛି। ଅନ୍ତର୍ଜାତୀୟ ଆଇନକୁ ଅବଜ୍ଞା କରି ପୁଟିନ୍‌ ଏହି ୪ ଅଞ୍ଚଳକୁ ନିଜ ଦେଶ ସହ ମିଶ୍ରଣ କରାଇବା ସକାଶେ ସେଣ୍ଟଜର୍ଜ ହଲ୍‌ରେ ଏକ ଦସ୍ତାବିଜ୍‌ରେ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ନୂଆ କରି ସାମିଲ ହୋଇଥିବା ୟୁକ୍ରେନୀୟ ଅଞ୍ଚଳ ସବୁଦିନ ପାଇଁ ରୁଷିଆର ହୋଇଗଲା। ଅର୍ଥାତ୍‌ ଜେଲେନ୍‌ସ୍କି କିମ୍ବା ୟୁକ୍ରେନ୍‌ର କୌଣସି ପରବର୍ତ୍ତୀ ରାଷ୍ଟ୍ରପତି ଭବିଷ୍ୟତରେ ଏହାକୁ ପୁନଃ ଦଖଲ ଉଦ୍ୟମ କଲେ ବି ଫେରାଇନେଇ ପାରିବେ ନାହିଁ। ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆକୁ ଯଥାସାଧ୍ୟ ସୁରକ୍ଷା ଦିଆଯିବ। କ୍ରେମଲିନ୍‌ର ସାଇନିଂ ସେରେମନିରେ ସେ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ବିରୋଧରେ ରୁଷିଆକୁ ଧ୍ୱସ୍ତବିଧ୍ୱସ୍ତ କରିବା ନେଇ ଷଡ଼ଯନ୍ତ୍ର ରଚନାର ଅଭିଯୋଗ ଆଣିଛନ୍ତି। ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ଦୁଃସାହସ କଲେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି ପୁଟିନ୍‌ ବହୁବାର ଧମକ ଦେଇଛନ୍ତି। ପୁଟିନ୍‌ଙ୍କ ବିସ୍ତାରବାଦୀ ନୀତିକୁ ଜେଲେନ୍‌ସ୍କି କଡ଼ା ଭାଷାରେ ନିନ୍ଦା କରିଛନ୍ତି। ରୁଷିଆ ଏକ ଆତଙ୍କବାଦୀ ରାଷ୍ଟ୍ରରେ ପରିଣତ ହୋଇଥିବା ସେ କହିଛନ୍ତି। ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆରେ ୫ ଦିନ ଧରି ଚାଲିଥିବା ଗଣଭୋଟ ମଙ୍ଗଳବାର ଶେଷ ହେବା ପରେ ୟୁକ୍ରେନ୍‌ର ଏହି ୧୫% ଅଞ୍ଚଳଗୁଡ଼ିକ ଉପରେ ମସ୍କୋର ଆଧିପତ୍ୟ ଆରମ୍ଭ ହୋଇଛି। ପୁଟିନ୍‌ଙ୍କ ଏହି ପଦକ୍ଷେପକୁ ବିଶ୍ୱ ସମୁଦାୟ ବିଶେଷକରି ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସମାଲୋଚନା କରିଛନ୍ତି। ପ୍ରକାଶ ଯେ, ୨୦୧୪ରେ ମଧ୍ୟ କ୍ରିମିଆ ଦଖଲ ପୂର୍ବରୁ ମସ୍କୋ ସେଠାରେ ଗଣଭୋଟ କରାଇ ନିଜ ସପକ୍ଷରେ ଜନମତକୁ ଟାଣି ନେଇଥିଲା। ୟୁକ୍ରେନ୍‌ର ୧୫ ଭାଗ ଅଞ୍ଚଳ ଦଖଲ ପରେ କ୍ଷୁବ୍ଧ ଆମେରିକା ରୁଷିଆର ହଜାରେରୁ ଊର୍ଦ୍ଧ୍ୱ ସାମରିକ ଅଧିକାରୀ ଓ ଆଇନ ପ୍ରଣେତାଙ୍କ ସମେତ ଅନେକ କମ୍ପାନୀ ଉପରେ କଟକଣା ଜାରି କରିଛି। କ୍ରେମ୍‌ଲିନ୍‌ ପକ୍ଷରୁ ଏହି ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ରୁଷୀୟ ସୈନ୍ୟମାନେ ଜାପୋରିଝିଆକୁ ଟାର୍ଗେଟ କରି ମିଶାଇଲ, ରକେଟ ଓ ଆମତ୍ଘାତୀ ଡ୍ରୋନ୍‌ ଜରିଆରେ ଆକ୍ରମଣ କରିଛନ୍ତି। ଏଥିରେ ୨୫ ଜଣ ନିହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?