୧୫ ଲକ୍ଷ ଲେଖାଏ କ୍ଷତିପୂରଣ ଦେବାକୁ ଦାବି

ଧର୍ମଶାଳା,୨୩ା୫(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ କଳାପଥର ଖାଦାନରେ ଅତଡ଼ା ଧସି ୩ ଶ୍ରମିକଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ। ଡଙ୍କାରୀରେ କେବଳ ଏହି ଘଟଣା ନୁହେଁ, ପୂର୍ବରୁ ଅନେକ ଥର ଏଭଳି ଘଟଣା ଘଟି ବହୁ ଶ୍ରମିକଙ୍କ ଜୀବନ ହାନି ଘଟିଛି। ଏନେଇ ନ୍ୟାୟାଳୟରେ ହୋଇଥିବା ମାଲା ମଧ୍ୟ ବିଚାରାଧୀନ ରହିଛି। ଜିଲା ପ୍ରଶାସନର ଜାଣତରେ ଏଭଳି ଘଟଣା ବାରମ୍ବାର ଘଟୁଛି। ଏଥିପ୍ରତି ସରକାର ଆଖି ବୁଜି ଦେଇଛନ୍ତି ବୋଲି ଶ୍ରମିକନେତା ଅଭିଯୋଗ କରିଛନ୍ତି। ଏଥିସହିତ ଘଟଣାର ଉପଯୁକ୍ତ ତଦନ୍ତ କରି ମୃତ ଶ୍ରମିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏହି ଦାବିକୁ ଯଦି ପ୍ରଶାସନ କାର୍ଯକାରୀ ନ କରେ ତେବେ ନିର୍ବାଚନପରେ ଏହାକୁ ଜାତୀୟ ପ୍ରସଙ୍ଗ କରାଯିବ ବୋଲି ସେ ଜାରକାଠାରେ ଏକ ଖଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ସେହିପରି ଭାଜପାର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ରଖିଥିବା ପ୍ରତିକ୍ରିୟାକୁ ନେଇ ଖୁଣ୍ଟିଆ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଣେ ଜାତୀୟସ୍ତରର ନେତା ହୋଇ ମହାପ୍ରଭୁଙ୍କୁ ନେଇ ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଏହାର ଉଚିତ ଜବାବ ଓଡ଼ିଶାବାସୀ ଦେବେ ବୋଲି ସେ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଧର୍ମଶାଳା ନିର୍ବାଚନମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡା, ବସନ୍ତ କୁମାର ପରିଡ଼ା, ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରଫୁଲ୍ଲ କୁମାର ରାୟ ଓ ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ତରାଇ ପ୍ରମୁଖ ଉପସ୍ଥିତ ଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବରୁ ନୁହେଁ, ବନ୍ୟା ପରେ ଚିନ୍ତା

ଯାଜପୁର,୧୫ା୬(ହର୍ଷବର୍ଦ୍ଧନ ବେହେରା): ବର୍ଷା ଦିନ ଆସିଲେ ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସ୍ରୋତା, ବିରୂପା, କାଣୀ ଆଦି ନଦୀର ତଟବର୍ତ୍ତୀ ଅଞ୍ଚଳବାସୀ...

ବଡ଼ଚଣାବାସୀ ସ୍ବାଭିମାନୀର ପରିଚୟ ସୃଷ୍ଟି କଲେ: ଅମର ଶତପଥୀ

ଚଣ୍ଡିଖୋଲ,୧୫।୬(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବିଧାନସଭା କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳ (ବିଜେଡି) କ୍ଷମତାରେ ଥିବାବେଳେ ଚଳିତ ନିର୍ବାଚନରେ ଭାରତୀୟ ଜନତାପାର୍ଟି(ଭାଜପା)...

ପ୍ରସ୍ତାବିତ ୧୦୨୭ ଶିଳ୍ପ ମଧ୍ୟରୁ ୨୦୪ ପ୍ରତିଷ୍ଠା

ଯାଜପୁର,୧୪ା୬(ହର୍ଷବର୍ଦ୍ଧନ ବେହେରା): ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଓ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୫ରେ ଓଡ଼ିଶା...

ପ୍ରଥମ ବିଜୟରେ ପ୍ରଦୀପ ମନ୍ତ୍ରୀ

ଯାଜପୁର,୧୩ା୬(ହର୍ଷବର୍ଦ୍ଧନ ବେହେରା)ମୋହନ ମାଝିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଯାଜପୁର ଜିଲା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ(ଟୁଟୁ)ା ସେ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ପାହ୍ୟା) ଭାବେ ଶପଥ ଗ୍ରହଣ କରିଛନ୍ତି।...

ପରାଜୟ ପାଇଁ ନିଜକୁ ଦାୟୀ କଲେ ପ୍ରଣବ

ଧର୍ମଶାଳା,୧୦ା୬(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟ ୪,୧୮୧ ଖଣ୍ଡ ଭୋଟରେ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କଠାରୁ ପରାଜିତ...

ନିର୍ବାଚନ ପରେ ଖାଦ୍ୟ ସାମଗ୍ରୀ ଦର ବଢୁଛି

ଯାଜପୁର,୯ା୬(ହର୍ଷବର୍ଦ୍ଧନ ବେହେରା)ସାଧାରଣ ନିର୍ବାଚନ ପରେ ପରେ ଖାଉଟି ସାମଗ୍ରୀ ମୂଲ୍ୟ କ୍ରମଶଃ ବଢ଼ିବାରେ ଲାଗିଛି। ବିଶେଷକରି ଚାଉଳ ସମେତ ତେଲ, ଡାଲି, ଆଳୁ, ପିଆଜ, ଟମାଟୋ...

ବଡ଼ଚଣାରେ ଚର୍ଚ୍ଚା: ଅମରଙ୍କୁ ମିଳିପାରେ ମନ୍ତ୍ରୀପଦ

ବଡ଼ଚଣା, ୯ା୬(ଦିଲୀପ କୁମାର ମହାନ୍ତି)ଓଡ଼ିଶାରେ ଦଳର ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଜୁନ ୧୦ ତାରିଖରେ ରାଜ୍ୟରେ ଭାଜପା ସରକାର ଶପଥ...

ଯାଜପୁରରେ ପରିବାରବାଦ ରାଜନୀତି ବିଫଳ

ଯାଜପୁର,୮ା୬(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ପରିବାରବାଦ ରାଜନୀତିକୁ ଭୋଟର ଏଥର ନାପସନ୍ଦ କରିଛନ୍ତି। ଫଳରେ ଚଳିତ ସାଧାରଣ ନିର୍ବାଚନରେ କୋରେଇ ଆସନରୁ ବିଜେଡିର ସନ୍ଧ୍ୟାରାଣୀ ଦାସ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri