ପ୍ଲଟ୍‌ ଦେବା ନାଁରେ ୧୫ ଲକ୍ଷ ଠକେଇ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଜଣେ ବ୍ୟକ୍ତିଙ୍କୁ ଏକ ବିଲ୍ଡର ସଂସ୍ଥା ପ୍ଲଟ ଦେବାକୁ କହି ୧୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଠକେଇ କରିଛି। ଠକେଇ ଅଭିଯୋଗର ଦୀର୍ଘ ୪ ବର୍ଷ ପରେ ମଞ୍ଚେଶ୍ୱର ଥାନା ପୋଲିସ ବିଲ୍ଡର ସଂସ୍ଥାର ଏମ୍‌ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଶହୀଦନଗର ଥାନା ଭିଏସ୍‌ଏସ୍‌ ନଗରରେ ରହୁଥିବା ଅମିୟ କୁମାର ରଥ(୫୦)। ସୂଚନା ଅନୁଯାୟୀ, ଅମିୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏକ ବିଲ୍ଡର ସଂସ୍ଥା କରି ଜମି କିଣାବିକା ବ୍ୟବସାୟ କରନ୍ତି। ତେବେ ୨୦୧୪ ଏପ୍ରିଲ ୨ରେ ଚନ୍ଦ୍ରଶେଖରପୁର ଥାନା ବିଡିଏ କଲୋନୀରେ ରହୁଥିବା ବିଜୟ ସ୍ବାଇଁ ମଞ୍ଚେଶ୍ୱର ରେଳ ଷ୍ଟେସନ ନିକଟ ଗାଢକଣ ଅଞ୍ଚଳରେ ଏକ ପ୍ଲଟ କିଣିବାକୁ ଯାଇ ସଂସ୍ଥାର ଏମ୍‌ଡି ଅମିୟଙ୍କୁ ପର୍ଯାୟକ୍ରମେ ୧୫ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ । ତେବେ ଅମିୟ ତାଙ୍କୁ ଏକ ଦସ୍ତଖତ ନ ଥିବା ଏକ ରେଜିଷ୍ଟ୍ରେଶନ କାଗଜ ଦେଇ କିଛିଦିନ ପରେ ପ୍ଲଟର ପ୍ରକୃତ ପଟ୍ଟା ଦେବା ପାଇଁ କହି ଦେଇ ନ ଥିଲେ । ଏ ନେଇ ତାଙ୍କର ସନ୍ଦେହ ଉପୁଜିବାରୁ ବିଜୟ ପ୍ରକୃତ ପ୍ରମାଣ ପତ୍ର ପାଇଁ ସବ୍‌ରେଜିଷ୍ଟାର କାର୍ଯ୍ୟାଳୟରେ ଯୋଗାଯୋଗ କରିବାରୁ ଏହା ଅନ୍ୟ ଏକ ନାମରେ ଥିଲା ବୋଲି ଜାଣିବାକୁ ପାଇଥିଲେ। ବାରମ୍ବାର ମାଗିବା ସତ୍ତ୍ୱେ ଅମିୟ ନେଇଥିବା ଟଙ୍କା ନ ଦେବାରୁ ୨୦୧୭ ଅଗଷ୍ଟ ୨୮ରେ ବିଜୟ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୋଲିସ (ନଂ-୩୭୨/୧୭)ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୬ ଜିଲାରେ ହେବ ଆର୍‌ଟି-ପିସିଆର୍‌ ଟେଷ୍ଟିଂ ଲାବ୍‌

ଭୁବନେଶ୍ୱର, ୧୨ା୫(ବ୍ୟୁରୋ):ରାଜ୍ୟର ୧୬ ଜିଲାରେ ଆର୍‌ଟି-ପିସିଆର୍‌ କୋଭିଡ୍‌-୧୯ ଟେଷ୍ଟିଂ ଲାବରେଟୋରି ହେବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୨୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଭଦ୍ରକ,...

ଷ୍ଟେଶନ-ବସ୍‌ଷ୍ଟାଣ୍ଡ-ବିମାନବନ୍ଦରକୁ ଯିବାକୁ ନାହିଁ କଟକଣା: ଗାଡ଼ିକୁ ମିଳିଲା ୨୪ ଘଣ୍ଟିଆ ପରିବହନ ଅନୁମତି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଷ୍ଟେଶନ, ବସ୍‌ଷ୍ଟାଣ୍ଡ ଓ ବିମାନବନ୍ଦରକୁ ଯିବାକୁ ଗାଡ଼ି କଟକଣା ନାହିଁ। ଟ୍ୟାକ୍ସି, ଅଟୋ, ବସ୍‌ ଯା’ଆସ କରିବାକୁ ୨୪ ଘଣ୍ଟିଆ ଅନୁମତି ମିଳିଛି। ଏଣୁ...

ଓଡ଼ିଶାରେ ବଢ଼ିଲା ଟିକାକରଣ କେନ୍ଦ୍ର

ଭୁବନେଶ୍ୱର,୨୨।୯(ବ୍ୟୁରୋ): କରୋନା ସହ ଲଢ଼ିବା ପାଇଁ ଟିକାକରଣ ହିଁ ଏକମାତ୍ର ବାଟ ବୋଲି ବିଶେଷଜ୍ଞମାନେ ମତ ରଖିସାରିଛନ୍ତି। ସେଥିପାଇଁ କେନ୍ଦ୍ର ସହ ରାଜ୍ୟ ସରକାର ଲୋକଙ୍କୁ...

୨୦୨୪ ମାର୍ଚ୍ଚରୁ ମାଲକାନଗିରିରୁ ବିମାନ ଉଡ଼ାଣ

ଭୁବନେଶ୍ୱର,(ବ୍ୟୁରୋ)/ମାଲକାନଗିରି/ଜୟପୁର,୧୫ା୪(ଡି.ଏନ୍‌.ଏ./ନି.ପ୍ର.): ଆସନ୍ତା ୨୦୨୪ ମାର୍ଚ୍ଚରେ ମାଲକାନଗିରିରୁ ବିମାନ ଉଡ଼ାଣ ଆରମ୍ଭ ହେବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର ମାଲକାନଗିରି ଜିଲା ଗସ୍ତ...

ମାନସୀ ଜେନାଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଭିଜିଲାନ୍ସ ଅଫିସର ମାନସୀ ଜେନାଙ୍କୁ ଶନିବାର ଭିଜିଲାନ୍ସ ଗିରଫ କରିଛି। ଶୁକ୍ରବାର ସେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଜଣେ...

ଆଜି ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେଧାତାଲିକା

ଭୁବନେଶ୍ୱର,୧୪ା୭ (ଅନୁରାଧା ମହାରଣା) – ଯୁକ୍ତ୩ ପ୍ରଥମ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ସେଲ୍ଫ ଫାଇନାନସିଂରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା...

ଆଜିଠୁ ୧୦ ଜିଲାରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ସୀମାନ୍ତ ଜିଲାଗୁଡ଼ିକରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି...

ରାଜ୍ୟରେ ତିନିମାସରେ ୯୧୨.୪ମିମି ବର୍ଷା: ସ୍ବାଭାବିକଠାରୁ ୧.୨% କମ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ବର୍ଷା ରହିଛି। ଅଗଷ୍ଟରେ ପ୍ରବଳ ବର୍ଷା ଯୋଗୁ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ଆଉ କିଛି ସ୍ଥାନରେ ବର୍ଷାର...

Advertisement
Archives

Model This Week